ଟିକାବାଲି ବନାଞ୍ଚଳ ରେ ପରିତ୍ୟକ୍ତ କୂଅରୁ ଏକ ଜଙ୍ଗଲୀ କୁଟୁରା ଜୀବନ୍ତ ଉଦ୍ଧାର
ଟିକାବାଲି:ତା :29:ଟିକାବାଲି ବନାଞ୍ଚଳ ଅଧୀନ ବଡ଼ିମୁଣ୍ଡା ପଞ୍ଚାୟତ ର ବଡ଼ିମୁଣ୍ଡା ଗ୍ରାମରେ ଥିବା
ଏକ ପରିତ୍ୟକ୍ତ କୂଅରୁ କୁଟୁରା ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ରାତିରେ ବଡ଼ିମୁଣ୍ଡା ବରସାହି ଗାଁ ରେ ଏକ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ କୂଅରେ ଏକ କୁଟୁରା ନିକଟସ୍ଥ ଜଙ୍ଗଲରୁ ଆସି ପଡିଯାଇଥିଲା।କୌଣସି ସୂତ୍ର ରୁ ଖବର ପାଇ ଟିକାବାଲି ବନାଞ୍ଚଳ ଅଧିକାରିଣୀ ମାଣିକେଶ୍ବରୀ ପଟ୍ଟନାୟକ ସଦଳ ବଳେଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀର ମିଳିତ ସହଯୋଗ ରେ କୁତୁରା ଟିକୁ ଜୀବନ୍ତ ଉଦ୍ଧାର କରିଥିଲେ । କୁଟୁରା ଟି କୂଅରେ ପଡ଼ି ଯାଇ ସାମାନ୍ୟ ଆଘାତ ହୋଇଥିବା ରୁ କୁଟୁରାଟିର ଟିକାବାଲି ପ୍ରାଣୀ ଚିକିତ୍ସକ ଶେଖ ଯବୀର ଅଲ୍ଲୀ ଙ୍କ ଦ୍ବାରା ପ୍ରାଥମିକ ଚିକିତ୍ସା ପରେ ବୃତଙ୍ଗ ଜଙ୍ଗଲ ଅଞ୍ଚଳ ରେ ଛାଡ଼ି ଦିଆଯାଇ ଥିବା ବନାଞ୍ଚଳ ଅଧିକାରିଣୀ ମାଣିକେଶ୍ବରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।




No comments: