WHAT’S HOT NOW

Theme images by kelvinjay. Powered by Blogger.

Business

Ad Code

Follow

Trending

3/recent/ticker-posts

Search This Blog

Blog Archive

ads

ads

Lorem Ipsum is simply dummy text of the printing and typesetting industry. Lorem Ipsum has been the industry's.

ads

ads

fac

lft

ds

ads

ads

Recent-Post

3/recent/post-list

Most Popular

Popular Posts

f

Life & style

" });

Games

" });

Sports

" });

ବର୍ଷା ସତ୍ୱେ ମହା ଆଡମ୍ବର ସହ ବଡଦିନ ପର୍ବ ପାଳିତ।

 


ଟିକାବାଲି,ତା:25/12;ଟିକାବାଲି ବ୍ଲକର ପୁର ପଲ୍ଲିରେ ବର୍ଷା ସତ୍ୱେ ମହା ଆନନ୍ଦ ଓ ଉଲ୍ଲାସର ସହ ବଡଦିନ ରେ ଖ୍ରୀଷ୍ଟ ଜୟନ୍ତୀ ପାଳନ କରାଯାଇଅଛି |ବର୍ଷା ପାଇଁ ଚର୍ଚ୍ଚ ପରିସର ଗୁଡିକରେ ସାଜସଜା ରେ ଅବଶ୍ୟ ବାଧା ଉପୁଜି ଥିଲେ ମଧ୍ୟ ଖ୍ରୀଷ୍ଟ ବିଶ୍ୱାସି ଭାଇ ଭଉଣୀ ଙ୍କ ମନବଳ ଏବଂ ଆନନ୍ଦ ଉଲ୍ଲାସ କମିନଥିବା ଦେଖିବାକୁ ମିଳିଛି |ଏହି ଅବସରରେ ଆଜି ପାହାନ୍ତିଆ ଠାରୁ ହିଁ ସୋସିଆଲ ମେଡ଼ିଆ ଫସବୁକ, ହ୍ୱାଟ୍ସଆପ୍ପ ଗୁଡିକରେ ସୂବେସ୍ଛା ବାର୍ତ୍ତା ରେ ଆରମ୍ଭ ହୋଇଥିଲା ବଡଦିନ | ଆଜି ଟିକାବାଲି ଅଞ୍ଚଳର ବଡ଼ ଚର୍ଚ୍ଚ କୁହାଯାଉ ଥିବା ତେଙ୍ଗେଡାପଥର ଚର୍ଚରେ ମଧ୍ୟ ଫାଦର ଲେବିୟ ରଈତଙ୍କ ଅଧ୍ୟକ୍ଷତାରେ ବଡଦିନ ମହାଆଡମ୍ବରରେ ପାଳିତ ହୋଇଥିବା ବେଳେ ସମସ୍ତ ଖ୍ରୀଷ୍ଟ ବିଶ୍ୱାସୀ ଭାଇ ଭଉଣୀ ମାନଙ୍କୁ ଶୁବେତ୍ସା ଜ୍ଞାପନ କରିଥିଲେଏବଂ ଇଶ୍ବରଙ୍କ ବିକ୍ୟ ପରିବେଷଣ କରିଥିବା ବେଳେ ପରିଚାଳନା କରିଥିଲେ ଚର୍ଚ ସଂପାଦକ ପ୍ରଦିପ ଦିଗାଲ ପରିଚାଳନା କରିଥିଲେ।ସେହିପରି ବେଲାଡାଡି ଚର୍ଚରେ ନିରଞ୍ଜନ ଦିଗାଲଙ୍କ ନେତୃତ୍ବରେ,କଟିମାହା ଚର୍ଚରେ ବାବୁଲି ଦିଗାଲଙ୍କ ନେତୃତ୍ବରେ,ଗଣ୍ଡଗାଁ ଏବଂ ବୁଜିଲିମେଣ୍ଡି ଚର୍ଚରେ ଟିମ୍ଫା ଦିଗାଲଙ୍କ ନେତୃତ୍ବରେ, ପ୍ରଧାନପଡା ଚର୍ଚରେ ମନୁ ଦିଗାଲଙ୍କ ନେତୃତ୍ବରେ,ପିପୁଡିଦେଇ ଚର୍ଚରେ ଆମୋଶ ନାୟକଙ୍କ ନେତୃତ୍ବରେ ପାଳିତ ମହାଆଡମ୍ବରରେ ଏବଂ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି।ଟିକାବାଲି ବ୍ଲକରେ ରହିଥିବା ବଡ଼ିମୁଣ୍ଡା, ଗଡଗୁଡା, ବୁର୍ବିନାଯୁ, ଗୁଟିଙ୍ଗିଆ, ପଡ଼ଙ୍ଗୀ  ସବୁ ଚର୍ଚ ଗୁଡ଼ିକ ଯାକଜମକରେ ରେ ରାତ୍ର ଉଜାଗର ରହିବା ସହ ଖ୍ରୀଷ୍ଟ ଙ୍କ ଜନ୍ମ ପାଇଁ ଅପେକ୍ଷା କରି ଥିଲେ | ଆଜି ଡିସେମ୍ବର 25 ବଡ଼ଦିନ ପିଠା ପଣା କରି ଅତି ଆନନ୍ଦରେ ପର୍ବ ପାଳନ କରିଥିବା ଦେଖିବାକୁ ମିଳିଛି।ପର୍ବ ପାଳନ ନିମନ୍ତେ ଯେପରି ଅପ୍ରିତିକର ଘଟଣା ଯେଫରି ଅଞ୍ଚଳରେ ନଘଟେ ସେଥିପ୍ରତି ଟିକାବାଲି ପୋଲିସ ପକ୍ଷରୁ ଥାନା ଅଧିକାରୀଣୀ କଲ୍ୟାଣିମୟି ସେଣ୍ଡଙ୍କ ନେତୃତ୍ବରେ ପୋଲିସ ପେଟ୍ରୋଲିଙ୍ଗ କଡାକଡି କରଈ ସହ ଛକ ଜାଗାରେ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି।

             

ଡୁଙ୍ଗି ସ୍ଥିତ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ରେ ଶେଷ ସମବାର ଦର୍ଶନ ପାଇଁ ପ୍ରବଳ ଭିଡ଼

 ଡୁଙ୍ଗି ସ୍ଥିତ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ରେ ଶେଷ ସମବାର ଦର୍ଶନ ପାଇଁ ପ୍ରବଳ ଭିଡ଼ 

ଟିକାବାଲି :ତା :11/11:ଟିକାବାଲି ନିକଟ ଡୁଙ୍ଗି ସ୍ଥିତ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ରେ ଶେଷ ସମବାର ଦର୍ଶନ ପାଇଁ ପ୍ରବଳ ଗହଳି ଦେଖିବାକୁ ମିଳିଛି |ଆଜି କାର୍ତ୍ତିକ ମାସର ଶେଷ ସମବାର ଥିବା ରୁ ଶ୍ରଦ୍ଧାଳୁ ମାନେ ଆଜିଠାରୁ  ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ପର୍ଯ୍ୟନ୍ତ ପଞ୍ଚୁକ ପାଳନ କରିବେ |

 

ଡୁଙ୍ଗି ସ୍ଥିତ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ରେ ଶେଷ ସମବାର ଦର୍ଶନ ପାଇଁ ପ୍ରବଳ ଭିଡ଼ /SATYALIPI/TIKABALI

ଏହି ଅବସରରେ ଆଜିଠାରୁ ଟିକାବାଲି ତାରିଣୀ ମନ୍ଦିର ପ୍ରାଙ୍ଗଣ, ରଣେଶ୍ୱର ମନ୍ଦିର ପ୍ରାଙ୍ଗଣ, ଲୁଜୁରା ମୁଣ୍ଡା ରୁଦ୍ରକାଳୀ ମନ୍ଦିର ପ୍ରାଙ୍ଗଣ ଏବଂ ଡୁଙ୍ଗି ପଞ୍ଚଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦୀପ ଦାନ ଉତ୍ସବ ପାଳନ କରାଯାଉଛି |କାର୍ତ୍ତିକ ପଞ୍ଚୁକ ଉତ୍ସବ ପାଇଁ ପ୍ରତ୍ୟକ ବର୍ଷ ଏହି ପଞ୍ଚଲିଙ୍ଗେଶ୍ୱର ମନ୍ଦିର ରେ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ ହୋଇଥାଏ | ପ୍ରତ୍ୟକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଶ୍ରଦ୍ଧାଳୁ ଙ୍କ ପାଇଁ 108 ଦୀପ  ଉସ୍ବର୍ଗ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ସକାଳୁ ଦର୍ଶନ କରିବା ସହିତ ସନ୍ଧ୍ୟା ରେ ଦୀପ ଦାନ କରିବାକୁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗି ରହୁଥିବା ଦେଖିବାକୁ ମିଳୁଛି | 

ଏହି ସମୟରେ ନିକଟ ରେ ଥିବା ପୂଜା ଭଣ୍ଡାର ବ୍ୟବସାୟୀ ମାନଙ୍କର ବ୍ୟବସାୟ ମଧ୍ୟ ଆନନ୍ଦ ଜନକ ବ୍ୟବସାୟ ହଉଥିବା ଦେଖିବାକୁ ମିଳୁଛି |ଏହି ପାଞ୍ଚ ଦିନ ପର୍ଯ୍ୟନ୍ତ ଆଖ ପାଖ ଗାଁ ଗୁଡ଼ିକ ରେ ରାମ ନାମରେ କମ୍ପି ଉଠିବ |ଭକ୍ତମାନେ ଭକ୍ତିର ସହିତ ରାଧା କୃଷ୍ଣ ବେଶ ରେ ଗାଁ ଗାଁ ରେ ରାମନାମ ଜୋପି ବୁଲିବେ ପୂର୍ଣ୍ଣିମା ଦିନ ନିଜ ନିଜର ଡ଼ଙ୍ଗା ଭୋଶାଇ ଶ୍ରଦ୍ଧାଳୁ ପୁଣି ଦର୍ଶନ ପାଇଁ ମନ୍ଦିର କୁ ଆସିଥାନ୍ତି |ସେହି ଦିନ ଏହି ପଞ୍ଚଲିଙ୍ଗେଶ୍ୱର ମନ୍ଦିର ସବୁଠୁ ବେଶୀ ଭିଡ଼ ହୋଇଥାଏ |

ଜିଲ୍ଲା ର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା ରୁଦ୍ରକାଳୀଙ୍କ ଲୁଜୁରାମୁଣ୍ଡା ମନ୍ଦିର

 

ଟିକାବାଲି:ତା:03/10;ଟିକାବାଲି ରୁ ମାତ୍ର 2.5 କିଲୋମିଟର ଦୂରତ୍ୱ ଭିତରେ ରେ ଥିବା ମାଆ ରୁଦ୍ରକାଳୀ ଙ୍କ ମନ୍ଦିର କନ୍ଧମାଳ ର ଏକ ପ୍ରଶିଦ୍ଧ ମନ୍ଦିର ମାନଙ୍କ ମଧ୍ୟରେ  ଜଣା ଶୁଣା |

maa rudrakali temple lijuramunda /satyalipi

ଲୁଜୁରାମୁଣ୍ଡା, ତଥା ଟିକାବାଲି ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ ମାଆ ରୁଦ୍ରକଳୀ ଙ୍କର ମନ୍ଦିର ଇତିହାସ କୁହେ,ଆଜକୁ ପ୍ରାୟ 330 ବର୍ଷ ପୂର୍ବ ର କଥା 1782ମସିହା ରେ ଘୁମୁସରର ଭଞ୍ଜ ରାଜାଙ୍କ ଅନୁମତି କ୍ରମେ ଚକାପାଦ ର ଆନନ୍ଦେଶ୍ୱର ମନ୍ଦିରରୁ ଟିକାବାଲି ଅଞ୍ଚଳର ଛାତିଝାର ର ଟୁଣିଆ ଦୁଗାଲ ଓ ଅଞ୍ଚଳ ର ଅନ୍ୟ ତିନି ଜଣ ଙ୍କ ଗୁହାରି ରେ ମାଆ ରୁଦ୍ରକାଳୀ ଆସି ଲୁଜୁରାମୁଣ୍ଡା ରେ ଅଧିଷ୍ଠାନ ହୋଇଥିବା ଜଣା ଯାଏ | କିମ୍ବଦନ୍ତୀ ଅନୁସାରେ ବର୍ତମାନ ର ଟିକାବାଲି ଅଞ୍ଚଳ ର 4ଟି ଗାଁ ଯଥା ଟିକାବାଲି, ପୁରୁଣାଗଡ଼, ଛତିଝାର, ଏବଂ ଲୁଜୁରାମୁଣ୍ଡା  ସହିତ ଆଖ ପାଖ ଅଞ୍ଚଳ ପାଇଁ ମାଁ ରୁଦ୍ରକାଳୀ କରୁଣାମୋୟୀ ସେହି ସମୟରେ  ଅଧିକାଂଶ ବିଶୋଇ ମାନଙ୍କର  ନିଜସ୍ୱ ଆରାଧ୍ୟ ଦେବତା ବୋଲି ଇତିହାସ କୁହେ | ଲୋକେ କୁହନ୍ତି ଏହି ମନ୍ଦିର ରେ ମାଁ ଙ୍କୁ ଯେଉଁ ବିଷୟ ପାଇଁ ଗୁହାରୀ କରାଯାଏ ତାହା ପୂର୍ଣ୍ଣ ହୁଏ | ଏହିମନ୍ଦିର ରେ ପ୍ରାରମ୍ଭ ରୁ ଦଣ୍ଢ କାଳୀ ରୂପରେ ପୂଜା ପାଇ ଆସୁଥିବା ବେଳେ |ଏହି ଲୁଜୁରାମୁଣ୍ଡା ମାଁ ରୁଦ୍ରକାଳୀ ଗୋଟିଏ ହିଁ ସ୍ଥାନରେ ପୂଜା ହେଉଥିଲା | ଆଜିର କନ୍ଧମାଳ ଜିଲ୍ଲା ରେ କୋୖଣସି ଦଣ୍ଡନାଚ ପ୍ରଥା ନଥିଲା ବୋଲି ଅଞ୍ଚଳ ଲୋକେ କୁହନ୍ତି |ମାଆ ରୁଦ୍ରକାଳୀ ଙ୍କ 13ଦିନ ପର୍ଯ୍ୟନ୍ତ ଜିଲ୍ଲା ର ବିଭିନ୍ନ ଗାଁ ଗୁଡିକରେ ମା ରୁଦ୍ରକାଳୀ ବୁଲିବା ସଙ୍ଗେ ସଙ୍ଗେ ପାରମ୍ପରିକ ଦଣ୍ଡ ନାଚ ମଧ୍ୟ ପ୍ରଦର୍ଶନ କରାଯାଏ | ସମସ୍ତ ଦଣ୍ଡୁଆ ବା ଗୁହାରି ଭକ୍ତ ମାନେ ମନ୍ଦିର ଆସିଲା ପରେ ମାଆ ଙ୍କୁ ନେଇଁ ଢୋଲ ବାଇଦରେ ସ୍ନାନ ପାଇଁ ମନ୍ଦିର ର ପୋଖରୀ କୁ ଯାଆନ୍ତି ସେଥିରେ ସ୍ନାନ ସରିବା ପରେ ପ୍ରଥମେ ପ୍ରଥା ଅନୁଯାୟୀ କାଠ କୁ କାଠ ଘଷି ଅଗ୍ନି କୁ ବାହାର କରାଯାଇ ଥାଏ |ତାପରେ ସେହି ଅଗ୍ନି ରେ ହିଁ ଧୂପ ଦ୍ବୀପ ଦେଇ ହୋମ କରି ମାଆ ଙ୍କୁ ପୂଜା କରାଯାଏ |ସେହି ଅଗ୍ନି 13ଦିନ ପର୍ଯ୍ୟନ୍ତ ଲିଭେ ନାହିଁ |ଏହି ତେର ଦିନ ପର୍ଯ୍ୟନ୍ତ ଦଣ୍ଡ ର ପାଟ୍ଟଭୂକ୍ତା, ପାଟ୍ଟଦଣ୍ଡୁଆ, ଓ ତେରଭୁକ୍ତା ପଣା ବିନା କୌଣସି ଜିନିଷ ସେବନ କରନ୍ତି ନାହିଁ ତାପରେ ଭକ୍ତ ତଥା ଦଣ୍ଡୁଆ ମାନେ ଗୋଟିଏ ଓଳା ନିଶବ୍ଦ ରେ ଅରୁଆ ଅନ୍ନ ଭୋଜନ କରନ୍ତି |ଓ ତେରଦିନ ବେଳକୁ ମନ୍ଦିର ପ୍ରାଙ୍ଗଣରେ ମେରୁ ଯାତ୍ରା ହୁଏ |ଏହା ବ୍ୟତୀତ ମନ୍ଦିର ରେ କାର୍ତିକ ପୂର୍ଣ୍ଣିମା ରେ 5ଦିନ ଧରି ଦ୍ବୀପ ଦାନ ଉତ୍ସବ, ଶିବାରାତ୍ର, ମହାମାୟୀ ଙ୍କ ପୂଜା ପାଳନ ଅବସରରେ ମାଁ ଙ୍କୁ ପୂଜା ଅର୍ଚନା କରାଯାଏ |ପ୍ରତ୍ୟକ ଦିନ ଏହି ମନ୍ଦିର ରେ ଭକ୍ତ ଙ୍କ ସମାଗମ ରହି ଆସୁଛି ଏହା ଛଡ଼ା ପ୍ରତ୍ୟକ ଦିନ ମନ୍ଦିର ପ୍ରାଙ୍ଗଣରେ ଅନ୍ନ ଭୋଗ ମଧ୍ୟ ପ୍ରସ୍ତୁତ ହୋଇ ମାଁ ଠାରେଅନ୍ନ ଭୋଗ ଲାଗି କରାଯାଇ ଭକ୍ତ ମାନଙ୍କୁ ମଧ୍ୟ ଅନ୍ନ ଭୋଗ ଦିଆ ଯାଇଥାଏ |
ମେରୁ ଯାତ୍ରା ର ପରେ ଏକ ସ୍ୱତନ୍ତ୍ର ଏବଂ ନିଆରା ପରମ୍ପରା ଅନୁସାରେ ସଂକ୍ରାନ୍ତି ଦିନ ମଧ୍ୟ ମାଁ ନିକଟରେ ବଳୀ କରାଯାଇ ଥାଏ |

ଇତିହାସ କୁହେ ଆରମ୍ଭ ରୁ ମାଁ ଙ୍କର ପରମ୍ଭରୁ ଚାଳ ଗୃହ ରେ ପୂଜା ହେଉଥିଲା କାଳକ୍ରମେ 15/04/1957ରେ ଟାଇଲ ରେ ରେ ଏକ ଛୋଟ ମନ୍ଦିର ନିର୍ମାଣ କରାଗଲା ପରବର୍ତୀ ମୁହୂର୍ତ ରେ ତା 29/05/1986ମସିହାରେ ମନ୍ଦିର ନିର୍ମାଣ ପାଇଁ ଶୁଭଖୁଣ୍ଟି ପଡ଼ି ନିର୍ମାଣ କାର୍ଯ୍ୟ ଆରମ୍ଭ ହେଇ ଥିଲା ବର୍ତ୍ତମାନ ମନ୍ଦିର ନିର୍ମାଣ କାମ ଅଧ୍ୟାବଧି ସମାପ୍ତ ହୋଇଥିବା ବେଳେ ମନ୍ଦିର ର ପୂର୍ବ ପଶ୍ଚିମ ଲମ୍ବା 44ଫୁଟ 4ଇଞ୍ଚ ଓ ଉତ୍ତର ଦକ୍ଷିଣ 16ଫୁଟ ଚଉଡ଼ା | ସେହି ସମୟର ଗଣନା ଅନୁଶାରେ 44ବର୍ଷ ପରେ ମନ୍ଦିର ର ପୂର୍ବ ଦିଗରୁ କିଛି ଅଂଶ କ୍ଷତି ହେବାର ସମ୍ଭାବନା ବୋଲି କହିଥିଲେ |ମନ୍ଦିର ର ନାଗ ନାମ ଅନନ୍ତ ନାଗ ହୋଇଥିବା ବେଳେ ନାଗ ପତ୍ନୀ ଙ୍କ ନାମ ପଦ୍ମା ମନ୍ଦିର ଅନୁଯାୟୀ ଏହାକୁ ମଣ୍ଡଳା କୃତି ନାଗ ରୂପେ ବର୍ଣନା କରାଯାଇଛି |