ଟିକାବାଲି:ତା:03/10;ଟିକାବାଲି ରୁ ମାତ୍ର 2.5 କିଲୋମିଟର ଦୂରତ୍ୱ ଭିତରେ ରେ ଥିବା ମାଆ ରୁଦ୍ରକାଳୀ ଙ୍କ ମନ୍ଦିର କନ୍ଧମାଳ ର ଏକ ପ୍ରଶିଦ୍ଧ ମନ୍ଦିର ମାନଙ୍କ ମଧ୍ୟରେ ଜଣା ଶୁଣା |
ଲୁଜୁରାମୁଣ୍ଡା, ତଥା ଟିକାବାଲି ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ ମାଆ ରୁଦ୍ରକଳୀ ଙ୍କର ମନ୍ଦିର ଇତିହାସ କୁହେ,ଆଜକୁ ପ୍ରାୟ 330 ବର୍ଷ ପୂର୍ବ ର କଥା 1782ମସିହା ରେ ଘୁମୁସରର ଭଞ୍ଜ ରାଜାଙ୍କ ଅନୁମତି କ୍ରମେ ଚକାପାଦ ର ଆନନ୍ଦେଶ୍ୱର ମନ୍ଦିରରୁ ଟିକାବାଲି ଅଞ୍ଚଳର ଛାତିଝାର ର ଟୁଣିଆ ଦୁଗାଲ ଓ ଅଞ୍ଚଳ ର ଅନ୍ୟ ତିନି ଜଣ ଙ୍କ ଗୁହାରି ରେ ମାଆ ରୁଦ୍ରକାଳୀ ଆସି ଲୁଜୁରାମୁଣ୍ଡା ରେ ଅଧିଷ୍ଠାନ ହୋଇଥିବା ଜଣା ଯାଏ | କିମ୍ବଦନ୍ତୀ ଅନୁସାରେ ବର୍ତମାନ ର ଟିକାବାଲି ଅଞ୍ଚଳ ର 4ଟି ଗାଁ ଯଥା ଟିକାବାଲି, ପୁରୁଣାଗଡ଼, ଛତିଝାର, ଏବଂ ଲୁଜୁରାମୁଣ୍ଡା ସହିତ ଆଖ ପାଖ ଅଞ୍ଚଳ ପାଇଁ ମାଁ ରୁଦ୍ରକାଳୀ କରୁଣାମୋୟୀ ସେହି ସମୟରେ ଅଧିକାଂଶ ବିଶୋଇ ମାନଙ୍କର ନିଜସ୍ୱ ଆରାଧ୍ୟ ଦେବତା ବୋଲି ଇତିହାସ କୁହେ | ଲୋକେ କୁହନ୍ତି ଏହି ମନ୍ଦିର ରେ ମାଁ ଙ୍କୁ ଯେଉଁ ବିଷୟ ପାଇଁ ଗୁହାରୀ କରାଯାଏ ତାହା ପୂର୍ଣ୍ଣ ହୁଏ | ଏହିମନ୍ଦିର ରେ ପ୍ରାରମ୍ଭ ରୁ ଦଣ୍ଢ କାଳୀ ରୂପରେ ପୂଜା ପାଇ ଆସୁଥିବା ବେଳେ |ଏହି ଲୁଜୁରାମୁଣ୍ଡା ମାଁ ରୁଦ୍ରକାଳୀ ଗୋଟିଏ ହିଁ ସ୍ଥାନରେ ପୂଜା ହେଉଥିଲା | ଆଜିର କନ୍ଧମାଳ ଜିଲ୍ଲା ରେ କୋୖଣସି ଦଣ୍ଡନାଚ ପ୍ରଥା ନଥିଲା ବୋଲି ଅଞ୍ଚଳ ଲୋକେ କୁହନ୍ତି |ମାଆ ରୁଦ୍ରକାଳୀ ଙ୍କ 13ଦିନ ପର୍ଯ୍ୟନ୍ତ ଜିଲ୍ଲା ର ବିଭିନ୍ନ ଗାଁ ଗୁଡିକରେ ମା ରୁଦ୍ରକାଳୀ ବୁଲିବା ସଙ୍ଗେ ସଙ୍ଗେ ପାରମ୍ପରିକ ଦଣ୍ଡ ନାଚ ମଧ୍ୟ ପ୍ରଦର୍ଶନ କରାଯାଏ | ସମସ୍ତ ଦଣ୍ଡୁଆ ବା ଗୁହାରି ଭକ୍ତ ମାନେ ମନ୍ଦିର ଆସିଲା ପରେ ମାଆ ଙ୍କୁ ନେଇଁ ଢୋଲ ବାଇଦରେ ସ୍ନାନ ପାଇଁ ମନ୍ଦିର ର ପୋଖରୀ କୁ ଯାଆନ୍ତି ସେଥିରେ ସ୍ନାନ ସରିବା ପରେ ପ୍ରଥମେ ପ୍ରଥା ଅନୁଯାୟୀ କାଠ କୁ କାଠ ଘଷି ଅଗ୍ନି କୁ ବାହାର କରାଯାଇ ଥାଏ |ତାପରେ ସେହି ଅଗ୍ନି ରେ ହିଁ ଧୂପ ଦ୍ବୀପ ଦେଇ ହୋମ କରି ମାଆ ଙ୍କୁ ପୂଜା କରାଯାଏ |ସେହି ଅଗ୍ନି 13ଦିନ ପର୍ଯ୍ୟନ୍ତ ଲିଭେ ନାହିଁ |ଏହି ତେର ଦିନ ପର୍ଯ୍ୟନ୍ତ ଦଣ୍ଡ ର ପାଟ୍ଟଭୂକ୍ତା, ପାଟ୍ଟଦଣ୍ଡୁଆ, ଓ ତେରଭୁକ୍ତା ପଣା ବିନା କୌଣସି ଜିନିଷ ସେବନ କରନ୍ତି ନାହିଁ ତାପରେ ଭକ୍ତ ତଥା ଦଣ୍ଡୁଆ ମାନେ ଗୋଟିଏ ଓଳା ନିଶବ୍ଦ ରେ ଅରୁଆ ଅନ୍ନ ଭୋଜନ କରନ୍ତି |ଓ ତେରଦିନ ବେଳକୁ ମନ୍ଦିର ପ୍ରାଙ୍ଗଣରେ ମେରୁ ଯାତ୍ରା ହୁଏ |ଏହା ବ୍ୟତୀତ ମନ୍ଦିର ରେ କାର୍ତିକ ପୂର୍ଣ୍ଣିମା ରେ 5ଦିନ ଧରି ଦ୍ବୀପ ଦାନ ଉତ୍ସବ, ଶିବାରାତ୍ର, ମହାମାୟୀ ଙ୍କ ପୂଜା ପାଳନ ଅବସରରେ ମାଁ ଙ୍କୁ ପୂଜା ଅର୍ଚନା କରାଯାଏ |ପ୍ରତ୍ୟକ ଦିନ ଏହି ମନ୍ଦିର ରେ ଭକ୍ତ ଙ୍କ ସମାଗମ ରହି ଆସୁଛି ଏହା ଛଡ଼ା ପ୍ରତ୍ୟକ ଦିନ ମନ୍ଦିର ପ୍ରାଙ୍ଗଣରେ ଅନ୍ନ ଭୋଗ ମଧ୍ୟ ପ୍ରସ୍ତୁତ ହୋଇ ମାଁ ଠାରେଅନ୍ନ ଭୋଗ ଲାଗି କରାଯାଇ ଭକ୍ତ ମାନଙ୍କୁ ମଧ୍ୟ ଅନ୍ନ ଭୋଗ ଦିଆ ଯାଇଥାଏ | ମେରୁ ଯାତ୍ରା ର ପରେ ଏକ ସ୍ୱତନ୍ତ୍ର ଏବଂ ନିଆରା ପରମ୍ପରା ଅନୁସାରେ ସଂକ୍ରାନ୍ତି ଦିନ ମଧ୍ୟ ମାଁ ନିକଟରେ ବଳୀ କରାଯାଇ ଥାଏ |
ଇତିହାସ କୁହେ ଆରମ୍ଭ ରୁ ମାଁ ଙ୍କର ପରମ୍ଭରୁ ଚାଳ ଗୃହ ରେ ପୂଜା ହେଉଥିଲା କାଳକ୍ରମେ 15/04/1957ରେ ଟାଇଲ ରେ ରେ ଏକ ଛୋଟ ମନ୍ଦିର ନିର୍ମାଣ କରାଗଲା ପରବର୍ତୀ ମୁହୂର୍ତ ରେ ତା 29/05/1986ମସିହାରେ ମନ୍ଦିର ନିର୍ମାଣ ପାଇଁ ଶୁଭଖୁଣ୍ଟି ପଡ଼ି ନିର୍ମାଣ କାର୍ଯ୍ୟ ଆରମ୍ଭ ହେଇ ଥିଲା ବର୍ତ୍ତମାନ ମନ୍ଦିର ନିର୍ମାଣ କାମ ଅଧ୍ୟାବଧି ସମାପ୍ତ ହୋଇଥିବା ବେଳେ ମନ୍ଦିର ର ପୂର୍ବ ପଶ୍ଚିମ ଲମ୍ବା 44ଫୁଟ 4ଇଞ୍ଚ ଓ ଉତ୍ତର ଦକ୍ଷିଣ 16ଫୁଟ ଚଉଡ଼ା | ସେହି ସମୟର ଗଣନା ଅନୁଶାରେ 44ବର୍ଷ ପରେ ମନ୍ଦିର ର ପୂର୍ବ ଦିଗରୁ କିଛି ଅଂଶ କ୍ଷତି ହେବାର ସମ୍ଭାବନା ବୋଲି କହିଥିଲେ |ମନ୍ଦିର ର ନାଗ ନାମ ଅନନ୍ତ ନାଗ ହୋଇଥିବା ବେଳେ ନାଗ ପତ୍ନୀ ଙ୍କ ନାମ ପଦ୍ମା ମନ୍ଦିର ଅନୁଯାୟୀ ଏହାକୁ ମଣ୍ଡଳା କୃତି ନାଗ ରୂପେ ବର୍ଣନା କରାଯାଇଛି |





No comments: