ଟିକାବାଲି :ତା : 06/10:ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ଟିକାବାଲି ନଗର ସମ୍ମିଳନୀ ସ୍ଥାନୀୟ ଭୈରବୀ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି |
ଏହି ସମ୍ମିଳନୀ ରେ କେନ୍ଦ୍ରୀୟ କାର୍ଯ୍ୟସମିତି ସଦସ୍ୟା ସୁଶ୍ରୀ ଦୀପ୍ତିମୟୀ ପ୍ରତିହାରୀ ସାଂଗଠନିକ ଅଭିମୁଖେ ଉପରେ ଆଲୋକପାତ କରିଥିବା ବେଳେ ଗଂଜାମ ବିଭାଗ ସହ ସଂଯୋଗ ଶ୍ରୀମାନ ରୁଦ୍ର ପ୍ରସାଦ ସେଠୀ ଛାତ୍ର ଜୀବନ ରେ ଛାତ୍ର ସଂଗଠନ ଆବଶ୍ୟକତା ଉପରେ ନିଜର ବିଷୟ ଉପସ୍ଥାପନା କରିଛନ୍ତି | ମୁଖ୍ୟ ଅତିଥି ଭାବରେ ଦିଲୀପ କୁମାର କହଁର ଓ ସମ୍ମାନୀତ ଅତିଥି ଭାବରେ ପ୍ରମୋଦ କୁମାର ପାଣିଗ୍ରାହୀ ଓ କନ୍ଧମାଳ ଜିଲ୍ଲା ପ୍ରମୁଖ ସନ୍ତୋଷ କୁମାର ଦଳବେହେରା ଓ କନ୍ଧମାଳ ଜିଲ୍ଲା ସଂଯୋଜକ ଅମ୍ଳାନ ପଟ୍ଟନାୟକ ମଞ୍ଚସିନ ହୋଇଥିଲେ | ଏବଂ କନ୍ଧମାଳ ଜିଲ୍ଲା ସହ ସଂଯୋଜକ ଆଶୁତୋଷ ବେହେରା ମଞ୍ଚ ପରିଚାଳନା କରିଥିଲେ ସେହିପରି ପରି ଆଗାମୀ ଶିକ୍ଷା ବର୍ଷ 2024-25ନିମନ୍ତେ ନୂତନ କାର୍ଯ୍ୟକାରୀ ଘୋଷଣା କରାଯାଇଥିଲା ଅଧ୍ୟାପିକା ଶ୍ରୀମତୀ ବିଷ୍ଣୁପ୍ରିୟା ପଣ୍ଡା ନଗର ସଭାପତି ଓ ଶ୍ରୀ ରାଜକିଶୋର ପ୍ରଧାନ ନଗର ଉପ ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି| ସେହି ପରି ଛାତ୍ର ନେତା ସିଦ୍ଧାର୍ଥ ବଳିୟାର ସିଂ ନଗର ସଂପାଦକ ଦାଇତ୍ୱ ପାଇଥିବା ବେଳେ ଛାତ୍ରୀ ନେତ୍ରୀ ସିଖା ବେହେରା, ଆଦିତ୍ୟ ମଲିକ, ଅଶ୍ୱିନ ଗୁରୁ, ବିକାଶ ଦିଗାଲ ସହ ସଂପାଦକ ଦାଇତ୍ୱ ଗ୍ରହଣ କରିଛି ତାହା ସହ ବିଭିନ୍ନ ଦାଇତ୍ୱ ପ୍ରଦାନ କରାଯାଇଥିଲା ଏହି ସମ୍ମିଳନୀ ରେ ଗଂଜାମ ବିଭାଗ ଜନଜାତି ଛାତ୍ରୀ ସହ ପ୍ରମୁଖ ପଦ୍ମାବତୀ କହଁର, କନ୍ଧମାଳ ଜିଲ୍ଲା ସହ ପ୍ରମୁଖ ସୋମିୟ ରଜନୀ ଡାକୁଆ, ଗଂଜାମ ବିଭାଗ (ସେ ଫେ ଡି) ସଂଯୋଜକ ରଜତ ମହାପାତ୍ର , ଗଂଜାମ ବିଭାଗ (ଆର୍ କେ ଏମ୍) ସଂଯୋଜକ ତ୍ରିଲୋଚନ ଗଣ୍ଡା ଓ ଟିକାବାଲି ପୁର୍ବତନ ନଗର ସଂପାଦକ ସୋମନାଥ ପ୍ରଧାନ, ପୂର୍ବତନ ସଂପାଦିକା ଶୁଭଶ୍ରୀ ବେହେରା, ସୁନେଖା ପ୍ରଧାନ, ଆଲିଷା ମଲିକ,ସନଷିୟା ନାୟକ,ଶୁଲେଖା ଭୋଇ,କେ ରେଶମା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।




No comments: