ଡୁଙ୍ଗି ସ୍ଥିତ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ରେ ଶେଷ ସମବାର ଦର୍ଶନ ପାଇଁ ପ୍ରବଳ ଭିଡ଼
ଟିକାବାଲି :ତା :11/11:ଟିକାବାଲି ନିକଟ ଡୁଙ୍ଗି ସ୍ଥିତ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ରେ ଶେଷ ସମବାର ଦର୍ଶନ ପାଇଁ ପ୍ରବଳ ଗହଳି ଦେଖିବାକୁ ମିଳିଛି |ଆଜି କାର୍ତ୍ତିକ ମାସର ଶେଷ ସମବାର ଥିବା ରୁ ଶ୍ରଦ୍ଧାଳୁ ମାନେ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ପର୍ଯ୍ୟନ୍ତ ପଞ୍ଚୁକ ପାଳନ କରିବେ |
ଏହି ଅବସରରେ ଆଜିଠାରୁ ଟିକାବାଲି ତାରିଣୀ ମନ୍ଦିର ପ୍ରାଙ୍ଗଣ, ରଣେଶ୍ୱର ମନ୍ଦିର ପ୍ରାଙ୍ଗଣ, ଲୁଜୁରା ମୁଣ୍ଡା ରୁଦ୍ରକାଳୀ ମନ୍ଦିର ପ୍ରାଙ୍ଗଣ ଏବଂ ଡୁଙ୍ଗି ପଞ୍ଚଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦୀପ ଦାନ ଉତ୍ସବ ପାଳନ କରାଯାଉଛି |କାର୍ତ୍ତିକ ପଞ୍ଚୁକ ଉତ୍ସବ ପାଇଁ ପ୍ରତ୍ୟକ ବର୍ଷ ଏହି ପଞ୍ଚଲିଙ୍ଗେଶ୍ୱର ମନ୍ଦିର ରେ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ ହୋଇଥାଏ | ପ୍ରତ୍ୟକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଶ୍ରଦ୍ଧାଳୁ ଙ୍କ ପାଇଁ 108 ଦୀପ ଉସ୍ବର୍ଗ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ସକାଳୁ ଦର୍ଶନ କରିବା ସହିତ ସନ୍ଧ୍ୟା ରେ ଦୀପ ଦାନ କରିବାକୁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗି ରହୁଥିବା ଦେଖିବାକୁ ମିଳୁଛି |
ଏହି ସମୟରେ ନିକଟ ରେ ଥିବା ପୂଜା ଭଣ୍ଡାର ବ୍ୟବସାୟୀ ମାନଙ୍କର ବ୍ୟବସାୟ ମଧ୍ୟ ଆନନ୍ଦ ଜନକ ବ୍ୟବସାୟ ହଉଥିବା ଦେଖିବାକୁ ମିଳୁଛି |ଏହି ପାଞ୍ଚ ଦିନ ପର୍ଯ୍ୟନ୍ତ ଆଖ ପାଖ ଗାଁ ଗୁଡ଼ିକ ରେ ରାମ ନାମରେ କମ୍ପି ଉଠିବ |ଭକ୍ତମାନେ ଭକ୍ତିର ସହିତ ରାଧା କୃଷ୍ଣ ବେଶ ରେ ଗାଁ ଗାଁ ରେ ରାମନାମ ଜୋପି ବୁଲିବେ ପୂର୍ଣ୍ଣିମା ଦିନ ନିଜ ନିଜର ଡ଼ଙ୍ଗା ଭୋଶାଇ ଶ୍ରଦ୍ଧାଳୁ ପୁଣି ଦର୍ଶନ ପାଇଁ ମନ୍ଦିର କୁ ଆସିଥାନ୍ତି |ସେହି ଦିନ ଏହି ପଞ୍ଚଲିଙ୍ଗେଶ୍ୱର ମନ୍ଦିର ସବୁଠୁ ବେଶୀ ଭିଡ଼ ହୋଇଥାଏ |




No comments: