ଟିକାବାଲି,ତା:25/12;ଟିକାବାଲି ବ୍ଲକର ପୁର ପଲ୍ଲିରେ ବର୍ଷା ସତ୍ୱେ ମହା ଆନନ୍ଦ ଓ ଉଲ୍ଲାସର ସହ ବଡଦିନ ରେ ଖ୍ରୀଷ୍ଟ ଜୟନ୍ତୀ ପାଳନ କରାଯାଇଅଛି |ବର୍ଷା ପାଇଁ ଚର୍ଚ୍ଚ ପରିସର ଗୁଡିକରେ ସାଜସଜା ରେ ଅବଶ୍ୟ ବାଧା ଉପୁଜି ଥିଲେ ମଧ୍ୟ ଖ୍ରୀଷ୍ଟ ବିଶ୍ୱାସି ଭାଇ ଭଉଣୀ ଙ୍କ ମନବଳ ଏବଂ ଆନନ୍ଦ ଉଲ୍ଲାସ କମିନଥିବା ଦେଖିବାକୁ ମିଳିଛି |ଏହି ଅବସରରେ ଆଜି ପାହାନ୍ତିଆ ଠାରୁ ହିଁ ସୋସିଆଲ ମେଡ଼ିଆ ଫସବୁକ, ହ୍ୱାଟ୍ସଆପ୍ପ ଗୁଡିକରେ ସୂବେସ୍ଛା ବାର୍ତ୍ତା ରେ ଆରମ୍ଭ ହୋଇଥିଲା ବଡଦିନ | ଆଜି ଟିକାବାଲି ଅଞ୍ଚଳର ବଡ଼ ଚର୍ଚ୍ଚ କୁହାଯାଉ ଥିବା ତେଙ୍ଗେଡାପଥର ଚର୍ଚରେ ମଧ୍ୟ ଫାଦର ଲେବିୟ ରଈତଙ୍କ ଅଧ୍ୟକ୍ଷତାରେ ବଡଦିନ ମହାଆଡମ୍ବରରେ ପାଳିତ ହୋଇଥିବା ବେଳେ ସମସ୍ତ ଖ୍ରୀଷ୍ଟ ବିଶ୍ୱାସୀ ଭାଇ ଭଉଣୀ ମାନଙ୍କୁ ଶୁବେତ୍ସା ଜ୍ଞାପନ କରିଥିଲେଏବଂ ଇଶ୍ବରଙ୍କ ବିକ୍ୟ ପରିବେଷଣ କରିଥିବା ବେଳେ ପରିଚାଳନା କରିଥିଲେ ଚର୍ଚ ସଂପାଦକ ପ୍ରଦିପ ଦିଗାଲ ପରିଚାଳନା କରିଥିଲେ।ସେହିପରି ବେଲାଡାଡି ଚର୍ଚରେ ନିରଞ୍ଜନ ଦିଗାଲଙ୍କ ନେତୃତ୍ବରେ,କଟିମାହା ଚର୍ଚରେ ବାବୁଲି ଦିଗାଲଙ୍କ ନେତୃତ୍ବରେ,ଗଣ୍ଡଗାଁ ଏବଂ ବୁଜିଲିମେଣ୍ଡି ଚର୍ଚରେ ଟିମ୍ଫା ଦିଗାଲଙ୍କ ନେତୃତ୍ବରେ, ପ୍ରଧାନପଡା ଚର୍ଚରେ ମନୁ ଦିଗାଲଙ୍କ ନେତୃତ୍ବରେ,ପିପୁଡିଦେଇ ଚର୍ଚରେ ଆମୋଶ ନାୟକଙ୍କ ନେତୃତ୍ବରେ ପାଳିତ ମହାଆଡମ୍ବରରେ ଏବଂ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି।ଟିକାବାଲି ବ୍ଲକରେ ରହିଥିବା ବଡ଼ିମୁଣ୍ଡା, ଗଡଗୁଡା, ବୁର୍ବିନାଯୁ, ଗୁଟିଙ୍ଗିଆ, ପଡ଼ଙ୍ଗୀ ସବୁ ଚର୍ଚ ଗୁଡ଼ିକ ଯାକଜମକରେ ରେ ରାତ୍ର ଉଜାଗର ରହିବା ସହ ଖ୍ରୀଷ୍ଟ ଙ୍କ ଜନ୍ମ ପାଇଁ ଅପେକ୍ଷା କରି ଥିଲେ | ଆଜି ଡିସେମ୍ବର 25 ବଡ଼ଦିନ ପିଠା ପଣା କରି ଅତି ଆନନ୍ଦରେ ପର୍ବ ପାଳନ କରିଥିବା ଦେଖିବାକୁ ମିଳିଛି।ପର୍ବ ପାଳନ ନିମନ୍ତେ ଯେପରି ଅପ୍ରିତିକର ଘଟଣା ଯେଫରି ଅଞ୍ଚଳରେ ନଘଟେ ସେଥିପ୍ରତି ଟିକାବାଲି ପୋଲିସ ପକ୍ଷରୁ ଥାନା ଅଧିକାରୀଣୀ କଲ୍ୟାଣିମୟି ସେଣ୍ଡଙ୍କ ନେତୃତ୍ବରେ ପୋଲିସ ପେଟ୍ରୋଲିଙ୍ଗ କଡାକଡି କରଈ ସହ ଛକ ଜାଗାରେ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି।




No comments: