ଟିକାବାଲି :ତା :29/12:ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂହ ଙ୍କ ସ୍ମୃତି ଉଦେଶ୍ୟ ରେ ଟିକାବାଲି ବ୍ଲକ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି |ଏହି ଅବସରରେ ଟିକାବାଲି ସ୍ଥାନୀୟ ମେଡିକାଲ ଛକ ଠାରେ ଘୁ ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱ ରେ ଟିକାବାଲି କଂଗ୍ରେସ କର୍ମୀ ଙ୍କୁ ନେଇ ଏକ ସ୍ମୃତି ଓ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ସଭାରେ ଦଳୀୟ ନେତା ଓ କର୍ମୀ ସ୍ବର୍ଗତ ଡ଼ଃ ମନମୋହନ ସିଂ ଙ୍କ ଫଟୋଚି ତ୍ରରେ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ କ୍ୟାଣ୍ଡେଲ ଜଳାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ସମୟରେ ନେତା ଓ କର୍ମୀ ଙ୍କ ଠାରୁ ମନମୋହନ ସିଂ ଆମର ରହେ ର ନାରା ଗୁଞ୍ଜରଣ ହୋଇ ଉଠିଥିଲା |ଦେଶ ପାଇଁ ମନମୋହନ ସିଂ କେବଳ ପୂର୍ବତନ ପ୍ରଧାନମନ୍ତ୍ରୀ ନ ଥିଲେ ସେ ଜଣେ ନମ୍ର ସ୍ୱଭାବ ର ବିଶ୍ୱ ସ୍ତରୀୟ ରାଜନେତା ଏବଂ ସେ ଜଣେ ଭାରତୀୟ ଅର୍ଥନୀତି ର ଜଣେ ଜଣା ଶୁଣା ଅଭିଜ୍ଞାତା ବ୍ୟକ୍ତି ତାଙ୍କର ଅର୍ଥନିତୀ ରେ ତାଙ୍କର ପ୍ରଗାଢ଼ ଜ୍ଞାନ ବଳରେ ତାଙ୍କ ଶାସନ କାଳରେ ଭାରତର ଅର୍ଥନୀତି କୁ ସୁଚାର ରୂପେ ସମ୍ପାଦନ କରିବାରେ ସଫଳ ହୋଇଥିଲେ | ସେ ନିଜ ଶାସନ କାଳରେ ଭାରତ କୁ ଆର୍ଥିକ ସଙ୍କଟ ରୁ ଉଦ୍ଧାର କରିବାରେ ମଧ୍ୟ ସଫଳ ହୋଇଥିବା ରାଜନୈତିକ ବ୍ୟକ୍ତିତ୍ୱ ଥିଲେ |ତାଙ୍କ ବିୟୋଗ ରେ କେବଳ କଂଗ୍ରେସ ଦଳ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ପୂରଣୀୟ କ୍ଷତି ବୋଲି କହିଥିଲେ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ । ଏହି ସଭାରେ ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ କୁମାର ଦାସ,ଟିକାବାଲି ବ୍ଲକ ଅଧକ୍ଷ ଦିଲ୍ଲୀପ କହଁର, ପୂର୍ବତନ ଯୁବ କଂଗ୍ରେସ ଜିଲ୍ଲା ସଭାପତି ଚନ୍ଦନ କୁମାର ପଣ୍ଡା, ଟିକାବାଲି ବିଧାୟକ ପ୍ରତିନିଧି ସାରଙ୍ଗ ଧର କହଁର, ଚକାପାଦ ବିଧାୟକ ପ୍ରତିନିଧି ଅଭିରାମ ଦିଗାଳ ଙ୍କ ସମେତ ବ୍ଲକ ସ୍ତରୀୟ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ |








