ଟିକାବାଲି ଅଞ୍ଚଳ ର ଅତିପ୍ରିୟ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ଅକାଳ ବିୟୋଗ
ଟିକାବାଲି ;ତା ;29/09:ଟିକାବାଲି ଅଞ୍ଚଳ ର ଜଣା ଶୁଣା ପ୍ରଧାନ ଶିକ୍ଷକ ତଥା ସମସ୍ତ ଙ୍କ ଅତି ପ୍ରିୟ ବିଦ୍ୱାନ ବ୍ୟକ୍ତି ଶ୍ରୀଯୁକ୍ତ ବେଡ଼ା ବିନ୍ଧାଣୀ ଙ୍କର 65ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି |
ସେ ଜଣେ ଲୋକପ୍ରିୟ ପ୍ରଧାନ ଶିକ୍ଷକ ଏବଂ ମିଷ୍ଟ ଭାସି, ବିଦ୍ୱାନ ଲୋକପ୍ରିୟ ବ୍ୟକ୍ତି ଥିଲେ | ସେ ବିଗତ କିଛିଦିନ ହେବ ଗୋଡ଼ ଖସି ତଳେ ପଡ଼ିବା ଫଳରେ ଅଣ୍ଟାରେ ବହୁ ଆଘାତ ହୋଇ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ କୁ ନିଆ ଯାଇଥିଲା |ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ନହେବା ରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ କୁ ନିଆଯାଇ ଥିଲା | ଏମ୍ସ ରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା |ତାଙ୍କର ମୃତ୍ୟୁ ରେ ଟିକାବାଲି ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି |ଆଜି ତାଙ୍କ ମୃତ ଶରୀର ଅଣାଯାଇ ନିଜ ଗାଁ କଟିମାହା ଠାରେ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଛି |




No comments: