ଟିକାବାଲି ରେ ବ୍ଲକ ସ୍ତରୀୟ ଜାତୀୟ ପ୍ରାଣୀଧନ ମେଳା ଆୟୋଜିତ
ଟିକାବାଲି ;ତା ;28/09:ଟିକାବାଲି ବସ ଷ୍ଟାଣ୍ଡ ନିକଟରେ ଥିବା ମାଁ ଭୈରବୀ କଲ୍ୟାଣୀ ମଣ୍ଡପ ଠାରେ ଗୋଷ୍ଠୀ ପ୍ରାଣୀ ଧନ ଚିକିତ୍ସା ଅଧିକାରୀ ଟିକାବାଲି ଙ୍କ ତରଫରୁ ବ୍ଲକ ସ୍ତରୀୟ ଜାତୀୟ ପ୍ରାଣୀଧନ ମେଳା ଆୟୋଜିତ ହୋଇ ଯାଇଛି |
ଏହି କାର୍ଯ୍ୟକ୍ରମରେ ପୂର୍ବାହ୍ନ ସମୟରେ ବିଶ୍ୱ ଜଳାତଙ୍କ ଦିବସ ଉପଲକ୍ଷେ ପ୍ରାଣୀ ଚିକିତ୍ସା ଶିବିର ଏବଂ ଜୀବ ପ୍ରଦର୍ଶନୀ ଏହି ଅବସରରେ କିଛି କୁକୁର ମାନଙ୍କୁ ମାଗଣା ରେ ଜଳାତଙ୍କ ନିରୋଧ ଟୀକା ଦିଆ ଯାଇଥିଲା | ଏହା ବ୍ୟତୀତ ବ୍ଲକ କୃଷି,ଉଦ୍ୟାନ ବିଭାଗ, ଏବଂ ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ଷ୍ଟୋଲ ପ୍ରଦର୍ଶନୀ ହୋଇଥିଲା |ଏହି କାର୍ଯ୍ୟକ୍ରମ ରେ ବୈଜ୍ଞାନିକ ଓ ଚାଷୀ ଙ୍କ ସହ ମତ୍ତ ବିନିମୟ ହୋଇ ଥିଲା |ଏହି ମତ୍ତ ବିନିମୟ କାର୍ଯ୍ୟକ୍ରମ ରେ 6 ଜଣ ବୈଜ୍ଞାନିକ ଉପସ୍ଥିତ ଥିଲେ |ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଘୁ ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିବା ବେଳେ, ସମ୍ମାନିତ ଅତିଥି ସ୍ଥାନୀୟ ବ୍ଲକ ଅଧ୍ୟାକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କହଁର, ସାଂସଦ ପ୍ରତିନିଧି ଅନିଲ ପ୍ରଧାନ, ପୂର୍ବତନ ବିଧାୟିକା ଶ୍ରୀମତୀ ଅଜୟନ୍ତୀ ପ୍ରଧାନ,ସି ଡି ଭି ଓ ଡ଼ଃ ସଂଜୀବ କୁମାର ପଟେଲ, ଏସ ଡ଼ି ଭି ଓ ଲମ୍ବୋଦର ମହାପାତ୍ର, ତତ ସହିତ ଟିକାବାଲି ବ୍ଲକ ର ପ୍ରାୟ ସବୁ ପଞ୍ଚାୟତ ର ସରପଞ୍ଚ ମାନେ ଉପସ୍ଥିତ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଏ ଡ଼ି ଭି ଓ ବରଗଡ଼ ଡ଼ଃ ସୁଶାନ୍ତ କୁମାର ନାୟକ ଓ ଡାଃ ଆୟୁଷ୍ମାନ ସାହୁ,ଭି ବି ଏସ ପାବୁରିଆ ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ |ଏହି କାର୍ଯ୍ୟକ୍ରମ ରେ ସଫଳ ଚାଷୀ ଭାବରେ 2ଟି ମହିଳା ଶୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଓ 8 ଜଣ ବ୍ୟକ୍ତିଗତ ସଫଳ ଚାଷୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା |




No comments: