ଟିକାବାଲି ବ୍ଲକ ସ୍ଥିତ ପିକରଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ
ଶିଶୁ ମହୋତ୍ସବ ସୁରଭି ଆୟୋଜିତ
ଟିକାବାଲି :ତା:01:10:ଟିକାବାଲି ବ୍ଲକ ର ଗସାଗୁଡା କ୍ଲଷ୍ଟର ର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପିକରଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବଡ଼ ଆଡମ୍ବର ରେ ଆୟୋଜିତ ହୋଇଅଛି । କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ରୁ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଟିକାବାଲି ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ବିନୋଦିନୀ ସାମଲ, କାର୍ଯ୍ୟକ୍ରମ ର ସଭାପତି ତଥା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁନିତା ଭୋଇ,ଆଞ୍ଚଳିକ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ହୋତା , ପୂର୍ବତନ ସି ଆର ସି ସି ତଥା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଜଗନ୍ନାଥ ସାହୁ, ବିଦ୍ୟାଳୟ ର ସଭାପତି ଓ ଅନ୍ୟାନ୍ୟ ସହଯୋଗୀ ସହ କ୍ଲୋଷ୍ଟର ରୁ ଆସିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଓଡ଼ିଶାର କଳା, ସାହିତ୍ୟ, ସଂଗୀତ ର ଝଲକ ଦେଖାଯାଇଥିଲା କୁନି କୁନି ପିଲାଙ୍କ ଏହି କାର୍ଯ୍ୟକ୍ରମ ରେ । ଏହି ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିକ୍ଷାର୍ଥୀ ମାନଙ୍କୁ ପରବର୍ତ୍ତୀ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେବା ନିମନ୍ତେ ନିର୍ଦେଶ ଦେଇଥିଲେ ସି ଆର ସି ସି ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ହୋତା ।




No comments: