ଫିରିଙ୍ଗିଆ,ତା :01/10:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପଲାବୁଡି ପଂଚାୟତ ଅନ୍ତର୍ଗତ ନେଡିପଦର ଗ୍ରାମରେ 500ଶହରୁ ଉର୍ଦ୍ଧ ଜନସାଧାରଣ ବସବାସ କରୁଥିବା ବେଳେ ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟେ ମଧ୍ୟ ରହିଛି |
ତାଛଡା ଗ୍ରାମରେ ମା ଲକ୍ଷ୍ମୀ ଯୁବକ ସଂଘ ନାମରେ ଏକ ସଂଘ ମଧ୍ୟ ରହିଛି ।ହେଲେ ପରିତାପର ବିଷୟ ଯୁବକ ସଂଘ ପାଇଁ କୌଣସି କାର୍ଯ୍ୟାଳୟ ନଥିବାରୁ ସଂଘର କର୍ମକର୍ତ୍ତାମାନେ ଭାଙ୍ଗି ପଡିବା ସହ ସଂଘକୁ ଭାଙ୍ଗିଦେବା ପାଇଁ ବିଚାର କରୁଛନ୍ତି । ଅତି ଦୁଃଖର ବିଷୟ ଗ୍ରାମ ରେ ଗୋଟିଏ ଖେଳପଡ଼ିଆ ନଥୁବା ହେତୁ ପିଲାମାନେ ଏବଂ ଗାଁ ର ଯୁବକମାନେ କୌଣସି ଖେଳ ଖେଳିବାରେ ବଞ୍ଚିତ ଅଛନ୍ତି। ଏଣୁ ଏହି ଗ୍ରାମ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଗ୍ରାମରେ ଏକ ଖେଳ ପଡିଆ ଓ ସଂଘ ପାଇଁ କାର୍ଯ୍ୟାଳୟ ନିର୍ମାଣ କରିବା ନେଇ ବିଧାୟକଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି |




No comments: