ଟିକାବାଲି : ତା :02/10:କନ୍ଧମାଳ ଜ଼ିଲ୍ଲା ଟିକାବାଲି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ୱଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇତ୍ୟ ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଟିକାବାଲି ପରିସରରେ ସ୍ବଚ୍ଛତା ଅଭିଯାନ ପାଇଁ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା ।
ସ୍ବଚ୍ଛତା ଅଭିଯାନ ପାଇଁ ଚିକିତ୍ସାଳୟର ସମସ୍ତ କର୍ମଚାରୀ ମାନେ ଶପଥ ପାଠ କରିଥିଲେ ।
େମିତିକି ଟିକାବାଲି ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ସର୍ବଦା ପରିଷ୍କାର ପରିଚ୍ଛନ ରହିବ ଆଉ ରୋଗକୁ ସମ୍ପୁର୍ଣ୍ଣ ଦୁରେଇ ଦେବା ଉଦେଶ୍ୟରେ ଚିକିତ୍ସାଳୟ ପରିସର ମଧ୍ୟରେ ଏବଂ ପରିସର ବାହାରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା।ଚିକିତ୍ସାଳୟ କର୍ମଚାରୀ ମାନଙ୍କ ସହ ଶିଶୁ ମଙ୍ଗଳ ବିଭାଗର ଆଜିର ସ୍ବଚ୍ଛତା କାର୍ଯ୍ୟକ୍ରମରେ ସ୍ୱଭାବରେ ସ୍ବଚ୍ଛତା ଏବଂ ସଂସ୍କାରରେ ସ୍ବଚ୍ଛତା କୁ ଗୁରୁତ୍ଵ ଦିଆଯାଇଥିଲା ଆଜିର ସଫେଇ କାର୍ଯ୍ୟକ୍ରମ ମେଡିକାଲ ଇନଚାର୍ଜ ଡ଼, ଜ୍ୟାତି ରଞ୍ଜନ ଜେନା, ବିପିଏମ ରଶ୍ମି ରଞ୍ଜନ ତ୍ରିପାଠୀ,ପି ଏଚ ଇ ଓ.ରାତିମା ପ୍ରଧାନ . ସି ଡି ପି ଓ ପାନମଣି ହାଁସଦା, ଏସ୍ଟି ଏସି ଆସିକ ସାହୁ, ସ୍ୱତୀ ଏଜିଓ ମାଁ ଗୃହ କର୍ମଚାରୀ, ବନବାସୀ କଳାସାଂସ୍କୃତିକ ବିକାଶ ପରିଷଦ କର୍ମଚାରୀ ଙ୍କ ସମେତ ସାମାଜିକ କର୍ମୀ କ୍ରିଷ୍ଣା ଚନ୍ଦ୍ର ଡିଗାଲ ଏହିପରି ଅନେକ ସମାଜ ପ୍ରେମୀ ବୃନ୍ଦ ଯୋଗଦେଇ ଏହି ମହତ କାର୍ଯ୍ୟକ୍ରମ କରିଥିବା ଜଣା ପଡିଛି ।



.jpeg)

No comments: