ଟିକାବାଲି ରେ ବିଜେଡି ଜନ ସମ୍ପର୍କ ପଦଯାତ୍ରା
ଟିକାବାଲି, ତା :29/10:ପ୍ରତ୍ୟକ ବର୍ଷ ଭଳି ଗତ ଅକ୍ଟବର 2 ଗାନ୍ଧୀ କୟନ୍ତୀ ଠାରୁ ଓଡିଶା ବ୍ୟାପି ବିଜୁ ଜନତା ଦଳ ର ଜନସମ୍ପର୍କ ପଦଯାତ୍ରା ହେଉଥିବା ବେଳେ ଆଜି ଟିକାବାଲି ବ୍ଲକ ତରଫରୁ ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଦିଲ୍ଲୀପ କହଁର ଓ ପୂର୍ବତନ ଘୁ ଉଦୟଗିରି
ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ଙ୍କ ନେତୃତ୍ୱ ରେ ଟିକାବାଲି ବଜାର ରେ ଟିକାବାଲି ର ମେଡିକାଲ ଛକ ଠାରୁ ହାଟପଦା ପର୍ଯ୍ୟନ୍ତ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଟିକାବାଲି ମେଡିକାଲ ଛକ ଠାରୁ ବିରାଟ ଜନ ସମ୍ପର୍କ ପଦଯାତ୍ରା ରେ ବାହାରି ବଜାର ପରିକ୍ରମା କରି ହାଟପଦା ପ୍ରାଙ୍ଗଣରେ ଏକ ସଭା ଆୟୋଜନ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡି ର ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା,ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲା ର ବରିଷ୍ଠ ବିଜେଡି ନେତା କମଳା କାନ୍ତ ପାଣ୍ଡେ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସାଧବେଣୀ ନାୟକ, ଜିଲ୍ଲା ବିଜେଡି ଯୁବ ସଭାପତି ବିଷ୍ଣୁ ଚରଣ ପ୍ରଧାନ, ଜିଲ୍ଲା ବିଜେଡି ଛାତ୍ର ସଭାପତି ଶ୍ରୀଯୁକ୍ତ ସୁନୀଲ ସେଠୀ,ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନଳିନୀ କହଁର, ଟିକାବାଲି ବ୍ଲକ ବିଜେଡିର ସମସ୍ତ କାର୍ଯ୍ୟକର୍ତା ଏବଂ ସମସ୍ତ ଦଳୀୟ ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ରହିବା ସହିତ ଅଞ୍ଚଳରୁ ପ୍ରାୟ ପାଖାପାଖି ଏକ ହଜାର ରୁ ଅଧିକ ବିଜେଡି କାର୍ମି ଉପସ୍ଥିତ ଥିଲେ |




No comments: