ଟିକାବାଲି ବ୍ଲକ ରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ସୁଣାଣି।
ଟିକାବାଲି,ତା:28/10;ଆଜି ଟିକାବାଲି ବ୍ଲକରେ ଜିଲ୍ଲାପାଳ କନ୍ଧମାଳ ଅମ୍ରିତ ଋତୁରାଜ ଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ସୁଣାଣି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।
ଜିଲ୍ଲାପାଳଙ୍କ ସହ ଉପଜିଲାପାଳ ବାଲିଗୁଡା ରୀନା ପ୍ରଧାନ ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କନ୍ଧମାଳ ପ୍ରକଳ୍ପ ନିର୍ଦେଶକ ଶମ୍ଭୁନାଥ ନନ୍ଦୀ ,ପି ଏ ଆଇ ଟି ଡି ଏ ବାଲିଗୁଡା କୃପାଶିନ୍ଧୁ ବେହେରା, ଏସ ଡ଼ି ପି ଓ ଘୁ ଉଦୟଗିରି ବିଜୟ କୁମାର ବିଶି ଙ୍କ ସମେତ ଅନ୍ୟ ଜିଲ୍ଲା ପଦାଧିକାରୀ ଉପସ୍ଥିତ ରହିବା ସହ,ସ୍ଥାନୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲିପ କହଁର, ଗୋଷ୍ଠି ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ ,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ,ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣି, ଓ ଟିକାବାଲି ବ୍ଲକରେ ଥିବା ପ୍ରତ୍ୟେକ ବିଭାଗିୟ ଅଧିକାରୀ ଓ ପ୍ରତ୍ୟକ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ଥାଇ ଏହି ବ୍ଲକ ସ୍ତରୀୟ ଯୁଗ୍ମ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।
ଏହି ଯୁଗ୍ମ ଅଭିଯୋଗ ସୁଣାଣି କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ମହିଳା ଉପସ୍ଥିତ ରହି ନିଜ ନିଜର ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କ ନିକଟରେ ପ୍ରଦାନ କରିଥିଲେ। ବିଭିନ୍ନ ସମସ୍ୟା ନେଇ ବ୍ୟକ୍ତିଗତ ଓ ସମ୍ମୁହିକ ସମ୍ମୁଦାୟ 104ଟି ଅଭିଯୋଗ ଶୁଣାଣି ହୋଇଥିଲା ସେଥିମଧ୍ୟରୁସମ୍ମୁହିକ ଭାବରେ 16 ଟି ଅଭିଯୋଗ କରିଥିବା ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ ସୂଚନା ଦେଇଛନ୍ତି । ଟିକାବାଲି ପୋଲିସ ପକ୍ଷରୁ ଥାନା ଅଧିକାରୀଣି କଲ୍ୟାଣୀମୟୀ ଷାଣ୍ଢ ଙ୍କ ନେତୃତ୍ବରେ ସଦଳବଳେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା |




No comments: