ୟୁଥ ୱାରୀୟର ଯୁବ ସଂଗଠନ ର ନୂତନ କମିଟି ଗଠନ
ଟିକାବାଲି :ଟା :03/10:ଟିକାବାଲି ସ୍ଥିତ ଡୁଙ୍ଗି ମନ୍ଦିର ଠାରେ ୟୁଥ ୱାରୀୟର ଯୁବ ସଂଗଠନ ର ନୂତନ କମିଟି ଚୟନ ହୋଇଅଛି । ଏହି ବୈଠକ ରେ ଟିକାବାଲି ବ୍ଲକ ର ବିଭିନ୍ନ ଅଂଚଳରୁ ସକ୍ରିୟ ଯୁବକ ମାନେ ଉପସ୍ଥିତ ରହି କମିଟି ଚୟନ କରାଯାଇଥିଲା ।
ସର୍ବସମ୍ମତି କ୍ରମେ ରାଜକିଶୋର ପ୍ରଧାନ ଙ୍କୁ ଟିକାବାଲି ବ୍ଲକ ଶାଖା ପାଇଁ ସଭାପତି, ଅଶୋକ କହଁର ଓ ସାନୁଜ କୁମାର ଦିଗାଳ ଙ୍କୁ ଯୁଗ୍ମ ଉପ ସଭାପତି, କୁମୁଦ କୁମାର ସାହୁ ଙ୍କୁ ସମ୍ପାଦକ ଓ ବିଶ୍ୱଜିତ ମାଝୀ ଙ୍କୁ କୋଷାଧକ୍ଷ ପଦବୀ ରେ ମନୋନୀତ କରାଯାଇଅଛି । ଟିକାବାଲି ସମିତି ଅଧକ୍ଷ ଦିଲ୍ଲୀପ କହଁର, ଟିକାବାଲି ସରପଞ୍ଚ ଶ୍ରୀଯୁକ୍ତ କୁନ୍ଦୁରୁ ମଲିକ, ସ୍ବେଛାସେବୀ ପ୍ରଦୀପ ମାଝୀ, ଶିକ୍ଷକ ଉଗ୍ରେସେନ ପ୍ରଧାନ, ହେମନ୍ତ ପ୍ରଧାନ, ଭୋଳେଶ୍ୱର ପ୍ରଧାନ, ମନୋରଞ୍ଜନ ପାତ୍ର ତଥା ଅନେକ ବରିଷ୍ଠ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ବିଶେଷ ଙ୍କୁ ଉପଦେଷ୍ଟା ମଣ୍ଡଳୀ ରେ ସ୍ଥାନ ଦିଆ ଯାଇଅଛି । ଆଗାମୀ ବର୍ଷ ଜାନୁଆରୀ ମାସରେ ୟୁଥ ୱାରୀୟାର କୁ 5 ବର୍ଷ ହେବାକୁ ଯାଉଥିବାରୁ ସେଥିନିମନ୍ତେ ଆଗାମୀ କାର୍ଯ୍ୟକ୍ରମ ପାଇଁ ଏହା ଏକ ପ୍ରସ୍ତୁତି ବୈଠକ ହୋଇଅଛି । ୟୁଥ ୱାରୀୟାର ତରଫରୁ ଟିକାବାଲି ଠାରେ ଏକ ସାଂସ୍କୃତିକ ବିଦ୍ୟାଳୟ ଖୋଲିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଅଛି । ଏହି ବୈଠକ ରେ ଟିକାବାଲି ବ୍ଲକ ର ଅନେକ ଅଞ୍ଚଳ ରୁ ଯୁବକ ମାନେ ଉପସ୍ଥିତ ରହି ଆଗାମୀ କାର୍ଯ୍ୟକ୍ରମ କିପରି ଠିକ ଭାବେ ପରିଚାଳିତ ହେବ ଯାହାକି ମାନବ ସମାଜ ପାଇଁ ସର୍ବଦା ଉପକାରରେ ଲାଗିପାରିବ ସେଥିପାଇଁ ଶପଥ ନେଇଥିଲେ ।



.jpeg)
No comments: