ଟିକାବାଲି ରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ଅନୁଷ୍ଠିତ
ଟିକାବାଲି :ତା :04/11:ସମଗ୍ର ଶିକ୍ଷା ଜିଲ୍ଲା କନ୍ଧମାଳ ଆନୁକୂଲ୍ୟରେ ରେ ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟ ର ପରିସର ରେ ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତତ୍ୱାବଧାନ ରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି"ଓ କଳା ଉତ୍ସବ -2024 ଅନୁଷ୍ଠିତ ହୋଇ ଯାଇଛି |
ଏହି କାର୍ଯ୍ୟକ୍ରମ ପାଇଁ ସକାଳ 8ଘଣ୍ଟିକା30ମି ସମୟ ଠାରୁ 9ଘଂଟିକା 30 ପର୍ଯ୍ୟନ୍ତ ସମଗ୍ର ଶିକ୍ଷା ଜିଲ୍ଲା ରୁ ଆସିଥିବା ପ୍ରତିଭା ମାନଙ୍କ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ହେବା ପରେ ସମଗ୍ର ଶିକ୍ଷା ଜିଲ୍ଲା ର ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଦ୍ଵାରା କାର୍ଯ୍ୟକ୍ରମ ଉଦଘାନ ହୋଇଥିଲା |ଏହି କାର୍ଯ୍ୟକ୍ରମ ରେ ସୁରଭି ଏବଂ କଳା ମଧ୍ୟରେ ପ୍ରଦର୍ଶନୀ ପ୍ରତିଯୋଗିତା ହୋଇଥିଲା, ଯାହା " ସୁରଭି" ରେ ଚିତ୍ରାଙ୍କନ, ବକ୍ତୃତା, ସାଧାରଣ ଜ୍ଞାନ ଭଳି ବଭିନ୍ନ ପ୍ରତିଯୋଗୀତା ରହିଥିବା ବେଳେ "କଳା "ରେ ଓଡିଶା ର ବିଭିନ୍ନ ଲୋକ କଳା ନୃତ୍ୟ, ସଂଗୀତ ଇତ୍ୟାଦି ପ୍ରତିଯୋଗିତା ରହିଥିଲା | ଜିଲ୍ଲା ରୁ ସମସ୍ତ ବ୍ଲକ ରୁ ଯେଉଁମାନେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ରେ ସଫଳହାସଲ କରି ପୁରସ୍କୃତ ହୋଇଥିଲେ ବଛା ବଛା ଅନ୍ତର୍ନିହିତ ପ୍ରତିଭା ବାନ ଶିଶୁ ଛାତ୍ର ଛାତ୍ରୀ ମାନେ କଳା କାର ମାନେ ନିଜ ନିଜ ର କଳା ପ୍ରଦର୍ଶନ କରିଥିଲେ |ଏହି ଜିଲ୍ଲା ସ୍ତରୀୟ ସୁରଭି ମଞ୍ଚରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା |କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଧାୟକ ଉମାଚରଣ ମଳିକ ଯୋଗ ଦେଇଥିବା ବେଳେ,ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର,ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବବାଣୀ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ତଥା କାର୍ଯ୍ୟକ୍ରମ ର ସଭାପତି ପ୍ରମୋଦ କୁମାର ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ନିରୁପମା ଦୋରା, ଜିଲ୍ଲା କୃଷି ଅଧିକାରୀ ତୁଷାର କାନ୍ତ ସାମଲ, ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ, ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ,ସ୍ଥାନୀୟ ବ୍ଲକ ଶିକ୍ଷକ ସଂଘ ର ସଭାପତି ମଧୁସୁଦନ ବେହେରା, ସ୍ଥାନୀୟ ଟିକାବାଲି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦାମଦର ସାହୁ, ଅଭିଭାବକ କମିଟି ର ସଭାପତି ସାଇରାମ ବେହେରା ଏବଂକନ୍ଧମାଳ ର ସମଗ୍ର ଶିକ୍ଷା ଜିଲ୍ଲା ସମସ୍ତ ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ, ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନେ ଓ ସମଗ୍ର ଜିଲ୍ଲା ରୁ ସମସ୍ତ ବ୍ଲକ ରୁ ଶତାଧିକ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ |
କାର୍ଯ୍ୟକ୍ରମ ରେ ପ୍ରଥମେ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ପରେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇ ଥିଲା |ପରବର୍ତ୍ତୀ ସମୟରେ ମୁଖ୍ୟବକ୍ତା, ମୁଖ୍ୟ ଅତିଥି, ଓ ସମ୍ମାନିତ ଅତିଥି ମାନେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କ ପାଇଁ ଉତ୍ସାହ ଜନକ ଅଭିଭାଷଣ ରଖିଥିଲେ |ଶେଷରେ ଜିଲ୍ଲା ସ୍ତରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଏବଂ ଉପହାର ଦେଇ ପୁରସ୍କୃତ କରାଯାଇ ଥିଲା | ଜିଲ୍ଲା ସ୍ତରରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନେ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବେ |




No comments: