ଦୁର୍ନୀତି ହଟାଅ ସଚେତନତା ଅଭିଯାନ
ଟିକାବାଲି ;ତା : 04/11:ଟିକାବାଲି ସ୍ଥିତ ଏ, ଏମ,ସି, ଏସ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ନେତୃତ୍ୱ ରେ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଦୁର୍ନୀତି ହଟାଅ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି |
ଏହି କାର୍ଯ୍ୟକ୍ରମ ରେ ଏ ଏମ ସି ଏସ ମହା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଏକ ରାଲିମାଧ୍ୟାମରେ ଜନସଚେତନତା ସୃଷ୍ଟି କରିଥିଲେ ।ଏହି ରାଲି ସମଗ୍ର ଟିକାବାଲି ବଜାର ମଧ୍ୟରେ କରାଯାଇ ଦେଶରୁ ଦୁର୍ନୀତି ହଟାଇ ସ୍ବଚ୍ଛତା କିପରି ଆସିବ ସ୍ଲୋଗାନ ଦେଇ ,ଜନ ସାଧାରଣ ଙ୍କୁ ସଚେତନତା କରିଥିଲେ ।କାର୍ଯ୍ୟକ୍ରମକୁ ଜାତୀୟସେବା ଯୋଜନାର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଜ୍ଞାନ ରଞ୍ଜନ ଭୋଇ ,ଖେଳ ଶିକ୍ଷକ ସୁଶାନ୍ତ କୁମାର ଭୋଳ ପରିଚାଳନା କରିଥିଲେ ।




No comments: