WHAT’S HOT NOW

Theme images by kelvinjay. Powered by Blogger.

Business

Ad Code

Follow

Trending

3/recent/ticker-posts

Search This Blog

Blog Archive

ads

ads

Lorem Ipsum is simply dummy text of the printing and typesetting industry. Lorem Ipsum has been the industry's.

ads

ads

fac

lft

ds

ads

ads

Recent-Post

3/recent/post-list

Most Popular

Popular Posts

f

Life & style

" });

Games

" });

Sports

" });

ଡ଼ଙ୍ଗାଏଜୁ ସେବାଶ୍ରମ ବିଦ୍ୟାଳୟ ରେ ମାସିକ କ୍ଲୋଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

 ଡ଼ଙ୍ଗାଏଜୁ ସେବାଶ୍ରମ ବିଦ୍ୟାଳୟ ରେ ମାସିକ କ୍ଲୋଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ 

ଟିକାବାଲି :ତା : 30/10:ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ବଡ଼ିମୁଣ୍ଡା ପଞ୍ଚାୟତ ସ୍ଥିତ ଡ଼ଙ୍ଗାଏଜୁ ଆଶ୍ରମ ବିଦ୍ୟାଳୟ ଠାରେ କଟିମାହା ଓ ଗୁଡ୍ରିପଡ଼ି କ୍ଲୋଷ୍ଟର ର ଅକ୍ଟୋବର ମାସର ମାସିକ କ୍ଲୋଷ୍ଟର ବୈଠକ ଅନୁଷ୍ଠିତ ହୋଇଅଛି |

ଡ଼ଙ୍ଗାଏଜୁ ସେବାଶ୍ରମ ବିଦ୍ୟାଳୟ ରେ ମାସିକ କ୍ଲୋଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ /satyalipi

ଏହି ବୈଠକ ରେ ଉଭୟ କ୍ଲୋଷ୍ଟର ର ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ସକ୍ରିୟ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ |ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅରବିନ୍ଦ ମହାପାତ୍ର ଙ୍କ ତତ୍ୱାବଧାନ ରେ ଏହି ବୈଠକ ଅତିସୁନ୍ଦର ଭାବେ ସଫଳ ରୂପାୟନ ହୋଇଅଛି | ଏହି ବୈଠକ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ପ୍ରଥମେ ସ୍ୱାଗତ ସହ କାର୍ଯ୍ୟସୂଚୀ ର ସୂଚନା ପ୍ରଦାନ କରାଯାଇଥିଲା | ଏହାପରେ ବିଦ୍ୟାଳୟ ପରିଦର୍ଶନ ଓ ଆଲୋଚନା କରାଯାଇଥିଲା | ବିଦ୍ୟାଳୟ ର ସ୍ୱଚ୍ଛ ଓ ସୁନ୍ଦର ପରିବେଶ, ଶୈକ୍ଷିକ ବାତାବରଣ, ଶିକ୍ଷାର୍ଥୀ ଙ୍କ ବ୍ୟବହାର ଦେଖି ବୈଠକ ରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜନlଦେଵୀ ପ୍ରଧାନ ଙ୍କ ସମେତ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ ସହଯୋଗୀ ଷ୍ଟାଫ୍ ଙ୍କୁ ଖୁସିବ୍ୟକ୍ତ ସହ ଧନ୍ୟବାଦ ଅର୍ପଣ କରିଥିଲେ | ଏହାପରେ ପୂର୍ବ ବୈଠକ ର ବିଷୟ ବସ୍ତୁ ସହ ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି ଓ ନିପୁଣ ଓଡିଶା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା | ଡ଼ଙ୍ଗାଏଜୁ ଆଶ୍ରମ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜମ୍ବେଶର କହଁର, ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ତଥା କଟିମାହା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମଧୁସୂଦନ ବେହେରା ଙ୍କ ସହ ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସକ୍ରିୟ ଯୋଗଦାନ ରେ ନିପୁଣ ଓଡିଶା କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ନିପୁଣ ଓଡିଶା ସଂଗୀତ ଗାନ ସହ ନିପୁଣ ଓଡିଶା ର ଶପଥ ପାଠ କରିଥିଲେ |

ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ l

 ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ 

SATYALIPI /TIKABALI

ଟିକାବାଲି,ତା:29/10 ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ସାହାଣୀ ଙ୍କ ଅଧ୍ୟକ୍ଷତା ରେ ଟିକାବାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହୋଇଅଛି ।  ଏହି କାର୍ଯ୍ୟକ୍ରମ ରେ କାର୍ଯ୍ୟାଳୟ ର ପ୍ରତ୍ୟେକ କର୍ମଚାରୀ ଉପସ୍ଥିତ ରହି ସାଧୁତା ର ଶପଥ ପାଠ କରିଥିଲେ ।  ଦୁର୍ନୀତିମୁକ୍ତ ପରିବେଶ ସୃଷ୍ଟି କରିବାପାଇଁ ସମସ୍ତେ ଏକ ସ୍ୱରରେ ଶପଥ ପାଠ କରିଥିଲେ ।  ଏହି କାର୍ଯ୍ୟକ୍ରମ ରେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ନାୟକ, ଶ୍ରୀଯୁକ୍ତ ଗଣେଶ୍ୱର କହଁର ଓ ଶ୍ରୀମତୀ ବିନୋଦିନୀ ସାମଲ, ବରିଷ୍ଠ କିରାଣି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମାଝୀ,କନିଷ୍ଠ କିରାଣୀ ସନ୍ତୋଷ ପ୍ରଧାନ,ହିସାବ ରକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ର ପଣ୍ଡା, ସୁଶାନ୍ତ ନାୟକ, ସୁବ୍ରତ ନାୟକ, ସୁନୀଲ ସାହୁ, ଶୁଭେନ୍ଦୁ ମହାପାତ୍ର, ନିଖିଳ ପାଣିଗ୍ରାହୀ ସହ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

ଟିକାବାଲି ବନାଞ୍ଚଳ ରେ ପରିତ୍ୟକ୍ତ କୂଅରୁ ଏକ ଜଙ୍ଗଲୀ କୁଟୁରା ଜୀବନ୍ତ ଉଦ୍ଧାର

 ଟିକାବାଲି ବନାଞ୍ଚଳ ରେ ପରିତ୍ୟକ୍ତ କୂଅରୁ ଏକ ଜଙ୍ଗଲୀ କୁଟୁରା ଜୀବନ୍ତ ଉଦ୍ଧାର 

ଟିକାବାଲି:ତା :29:ଟିକାବାଲି ବନାଞ୍ଚଳ ଅଧୀନ ବଡ଼ିମୁଣ୍ଡା ପଞ୍ଚାୟତ ର ବଡ଼ିମୁଣ୍ଡା ଗ୍ରାମରେ ଥିବା 

ଟିକାବାଲି ବନାଞ୍ଚଳ ରେ ପରିତ୍ୟକ୍ତ କୂଅରୁ ଏକ ଜଙ୍ଗଲୀ କୁଟୁରା ଜୀବନ୍ତ ଉଦ୍ଧାର  ------------------------ ଟିକାବାଲି:ତା :29:ଟିକାବାଲି ବନାଞ୍ଚଳ ଅଧୀନ ବଡ଼ିମୁଣ୍ଡା ପଞ୍ଚାୟତ ର ବଡ଼ିମୁଣ୍ଡା ଗ୍ରାମରେ ଥିବା   ଏକ ପରିତ୍ୟକ୍ତ କୂଅରୁ କୁଟୁରା ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ  ରାତିରେ ବଡ଼ିମୁଣ୍ଡା ବରସାହି ଗାଁ ରେ  ଏକ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ କୂଅରେ ଏକ କୁଟୁରା ନିକଟସ୍ଥ ଜଙ୍ଗଲରୁ ଆସି ପଡିଯାଇଥିଲା।କୌଣସି ସୂତ୍ର ରୁ ଖବର ପାଇ ଟିକାବାଲି ବନାଞ୍ଚଳ ଅଧିକାରିଣୀ ମାଣିକେଶ୍ବରୀ ପଟ୍ଟନାୟକ ସଦଳ ବଳେଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀର ମିଳିତ ସହଯୋଗ ରେ କୁତୁରା ଟିକୁ ଜୀବନ୍ତ ଉଦ୍ଧାର କରିଥିଲେ  । କୁଟୁରା ଟି କୂଅରେ ପଡ଼ି ଯାଇ ସାମାନ୍ୟ ଆଘାତ ହୋଇଥିବା ରୁ କୁଟୁରାଟିର ଟିକାବାଲି ପ୍ରାଣୀ ଚିକିତ୍ସକ ଶେଖ ଯବୀର ଅଲ୍ଲୀ ଙ୍କ ଦ୍ବାରା ପ୍ରାଥମିକ ଚିକିତ୍ସା ପରେ ବୃତଙ୍ଗ ଜଙ୍ଗଲ ଅଞ୍ଚଳ ରେ ଛାଡ଼ି ଦିଆଯାଇ ଥିବା ବନାଞ୍ଚଳ ଅଧିକାରିଣୀ ମାଣିକେଶ୍ବରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।


 ଏକ ପରିତ୍ୟକ୍ତ କୂଅରୁ କୁଟୁରା ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ  ରାତିରେ ବଡ଼ିମୁଣ୍ଡା ବରସାହି ଗାଁ ରେ  ଏକ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ କୂଅରେ ଏକ କୁଟୁରା ନିକଟସ୍ଥ ଜଙ୍ଗଲରୁ ଆସି ପଡିଯାଇଥିଲା।କୌଣସି ସୂତ୍ର ରୁ ଖବର ପାଇ ଟିକାବାଲି ବନାଞ୍ଚଳ ଅଧିକାରିଣୀ ମାଣିକେଶ୍ବରୀ ପଟ୍ଟନାୟକ ସଦଳ ବଳେଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀର ମିଳିତ ସହଯୋଗ ରେ କୁତୁରା ଟିକୁ ଜୀବନ୍ତ ଉଦ୍ଧାର କରିଥିଲେ  । କୁଟୁରା ଟି କୂଅରେ ପଡ଼ି ଯାଇ ସାମାନ୍ୟ ଆଘାତ ହୋଇଥିବା ରୁ କୁଟୁରାଟିର ଟିକାବାଲି ପ୍ରାଣୀ ଚିକିତ୍ସକ ଶେଖ ଯବୀର ଅଲ୍ଲୀ ଙ୍କ ଦ୍ବାରା ପ୍ରାଥମିକ ଚିକିତ୍ସା ପରେ ବୃତଙ୍ଗ ଜଙ୍ଗଲ ଅଞ୍ଚଳ ରେ ଛାଡ଼ି ଦିଆଯାଇ ଥିବା ବନାଞ୍ଚଳ ଅଧିକାରିଣୀ ମାଣିକେଶ୍ବରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଟିକାବାଲି ଠାରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ

 ଟିକାବାଲି ଠାରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ

ଟିକାବାଲି :ତା :29/10:ରାଜ୍ୟ ସରକାରଙ୍କ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ତଥା ‘ଓସେପା’ଙ୍କ ନିର୍ଦ୍ଦେଶ କ୍ରମେ ଟିକାବାଲି ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କୁ ନେଇ ଅନ୍ତର୍ଜାତୀୟ ବାଳିକା ଦିବସ  ପାଳିତ ହୋଇଯାଇଛି ।

ଟିକାବାଲି ଠାରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ /satyalipi


 ଏହି ଅବସରରେ ଟିକାବାଲି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ସାହାଣୀ ଙ୍କ ତତ୍ୱାବଧାନ ରେ ଓ ଟିକାବାଲି ଡି.ଆଇ.ଇ.ଟି ଅଧକ୍ଷ ଶ୍ରୀଯୁକ୍ତ ଶିବ ପ୍ରସାଦ ପଣ୍ଡା, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ନାୟକ, ଶ୍ରୀଯୁକ୍ତ ଗଣେଶ୍ୱର କହଁର, ଶ୍ରୀମତୀ ବିନୋଦିନୀ ସାମଲ ସହ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ବିଭିନ୍ନ ବିଦ୍ୟାଳୟ ରୁ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହଯୋଗ ରେ ଟିକାବାଲି ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ସଂଯୋଜକ ଙ୍କ କାର୍ଯ୍ୟାଳୟ ଠାରେ  ଅନ୍ତର୍ଜାତୀୟ ବାଳିକା ଦିବସ ପାଳନ କରାଯାଇଅଛି । 

 ଏହି କାର୍ଯ୍ୟକ୍ରମ ରେ ନିମନ୍ତ୍ରିତ ସମସ୍ତ ସମ୍ମାନିତ ଅତିଥି ମାନେ ଶିଶୁକନ୍ୟା ପ୍ରତି ହେଉଥିବା ହିଂସା, ଅବହେଳା, ବାଲ୍ୟବିବାହ ଓ ଭୃଣହତ୍ୟା ପ୍ରତି ସଚେତନତା ବ୍ୟକ୍ତ କରିବା ସହ କନ୍ୟାକୁ ରତ୍ନ ସହ ତୁଳନା କରିଥିଲେ ।  ଏହି ଅବସରରେ ବାଲ୍ୟ ବିବାହ ବନ୍ଦ ପାଇଁ ଉପସ୍ଥିତ ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦ୍ୱାରା ଶପଥ ପାଠ କରାଯାଇଥିଲା । ଟିକାବାଲି ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଶିକ୍ଷାର୍ଥୀ ମାନଙ୍କୁ ନେଇ ରଚନା, ବକୃତା, ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରଶ୍ନ ର ପ୍ରତିଯୋଗିତା କରାଯାଇଥିଲା ଓ ଏହା ସହ ଶିକ୍ଷାର୍ଥୀ ମାନେ ବାଳିକା ଶିକ୍ଷା ସଚେତନତା ପାଇଁ ବହୁତ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ ଯାହା ଉପସ୍ଥିତ ସମସ୍ତ ଅତିଥି ଙ୍କୁ ମନୋମୁଗ୍ଧ କରିପାରିଥିଲା ।  ପରିଶେଷରେ ବିଭିନ୍ନ ପ୍ରତିଯୋଗିତା ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଶିକ୍ଷାର୍ଥୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମ ସହ ନିପୁଣ ଓଡିଶା ମିଶନ 2024 ର ଶୁଭ ଉନ୍ମୋଚନ କରାଯାଇଥିଲା ।

ଟିକାବାଲି ରେ ବିଜେଡି ଜନ ସମ୍ପର୍କ ପଦଯାତ୍ରା

 ଟିକାବାଲି ରେ ବିଜେଡି ଜନ ସମ୍ପର୍କ ପଦଯାତ୍ରା 

ଟିକାବାଲି, ତା :29/10:ପ୍ରତ୍ୟକ ବର୍ଷ ଭଳି ଗତ ଅକ୍ଟବର 2 ଗାନ୍ଧୀ କୟନ୍ତୀ ଠାରୁ ଓଡିଶା ବ୍ୟାପି ବିଜୁ ଜନତା ଦଳ ର ଜନସମ୍ପର୍କ ପଦଯାତ୍ରା ହେଉଥିବା ବେଳେ ଆଜି ଟିକାବାଲି ବ୍ଲକ ତରଫରୁ ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଦିଲ୍ଲୀପ କହଁର ଓ ପୂର୍ବତନ ଘୁ ଉଦୟଗିରି

ଟିକାବାଲି ରେ ବିଜେଡି ଜନ ସମ୍ପର୍କ ପଦଯାତ୍ରା /satyalipi

 ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ଙ୍କ ନେତୃତ୍ୱ ରେ ଟିକାବାଲି ବଜାର ରେ ଟିକାବାଲି ର ମେଡିକାଲ ଛକ ଠାରୁ ହାଟପଦା ପର୍ଯ୍ୟନ୍ତ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି  ଅବସରରେ ଟିକାବାଲି ମେଡିକାଲ ଛକ ଠାରୁ ବିରାଟ ଜନ ସମ୍ପର୍କ ପଦଯାତ୍ରା ରେ ବାହାରି ବଜାର ପରିକ୍ରମା କରି ହାଟପଦା ପ୍ରାଙ୍ଗଣରେ ଏକ ସଭା ଆୟୋଜନ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡି ର ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା,ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲା ର ବରିଷ୍ଠ ବିଜେଡି ନେତା କମଳା କାନ୍ତ ପାଣ୍ଡେ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସାଧବେଣୀ ନାୟକ, ଜିଲ୍ଲା ବିଜେଡି ଯୁବ ସଭାପତି ବିଷ୍ଣୁ ଚରଣ ପ୍ରଧାନ, ଜିଲ୍ଲା ବିଜେଡି ଛାତ୍ର ସଭାପତି ଶ୍ରୀଯୁକ୍ତ ସୁନୀଲ ସେଠୀ,ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନଳିନୀ କହଁର, ଟିକାବାଲି ବ୍ଲକ ବିଜେଡିର ସମସ୍ତ କାର୍ଯ୍ୟକର୍ତା ଏବଂ ସମସ୍ତ   ଦଳୀୟ ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ରହିବା ସହିତ ଅଞ୍ଚଳରୁ ପ୍ରାୟ ପାଖାପାଖି ଏକ ହଜାର ରୁ ଅଧିକ ବିଜେଡି କାର୍ମି ଉପସ୍ଥିତ ଥିଲେ |

ଟିକାବାଲି ବ୍ଲକ ରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ସୁଣାଣି।

 ଟିକାବାଲି ବ୍ଲକ ରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ସୁଣାଣି।

ଟିକାବାଲି,ତା:28/10;ଆଜି ଟିକାବାଲି ବ୍ଲକରେ ଜିଲ୍ଲାପାଳ କନ୍ଧମାଳ ଅମ୍ରିତ ଋତୁରାଜ ଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ସୁଣାଣି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।

satyalipi/ ଟିକାବାଲି ବ୍ଲକ ରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ସୁଣାଣି।

ଜିଲ୍ଲାପାଳଙ୍କ ସହ ଉପଜିଲାପାଳ ବାଲିଗୁଡା ରୀନା ପ୍ରଧାନ ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କନ୍ଧମାଳ ପ୍ରକଳ୍ପ ନିର୍ଦେଶକ ଶମ୍ଭୁନାଥ ନନ୍ଦୀ ,ପି ଏ ଆଇ ଟି ଡି ଏ ବାଲିଗୁଡା କୃପାଶିନ୍ଧୁ ବେହେରା, ଏସ ଡ଼ି ପି ଓ ଘୁ ଉଦୟଗିରି ବିଜୟ କୁମାର ବିଶି ଙ୍କ ସମେତ ଅନ୍ୟ ଜିଲ୍ଲା ପଦାଧିକାରୀ ଉପସ୍ଥିତ ରହିବା ସହ,ସ୍ଥାନୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲିପ କହଁର, ଗୋଷ୍ଠି ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ ,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ,ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣି, ଓ ଟିକାବାଲି ବ୍ଲକରେ ଥିବା ପ୍ରତ୍ୟେକ ବିଭାଗିୟ ଅଧିକାରୀ ଓ ପ୍ରତ୍ୟକ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ଥାଇ ଏହି ବ୍ଲକ ସ୍ତରୀୟ ଯୁଗ୍ମ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।

ଏହି ଯୁଗ୍ମ ଅଭିଯୋଗ ସୁଣାଣି କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ମହିଳା ଉପସ୍ଥିତ ରହି ନିଜ ନିଜର ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କ ନିକଟରେ ପ୍ରଦାନ କରିଥିଲେ। ବିଭିନ୍ନ ସମସ୍ୟା ନେଇ ବ୍ୟକ୍ତିଗତ ଓ ସମ୍ମୁହିକ ସମ୍ମୁଦାୟ 104ଟି ଅଭିଯୋଗ ଶୁଣାଣି ହୋଇଥିଲା ସେଥିମଧ୍ୟରୁସମ୍ମୁହିକ ଭାବରେ 16 ଟି ଅଭିଯୋଗ କରିଥିବା ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ ସୂଚନା ଦେଇଛନ୍ତି । ଟିକାବାଲି ପୋଲିସ ପକ୍ଷରୁ ଥାନା ଅଧିକାରୀଣି କଲ୍ୟାଣୀମୟୀ ଷାଣ୍ଢ  ଙ୍କ ନେତୃତ୍ବରେ ସଦଳବଳେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା |

ରାଜ୍ୟ ସ୍ତରୀୟ ସକ୍ଷରତା କାର୍ଯ୍ୟକ୍ରମ ରେ ଯୋଗ ଦାନ କରିବେ 6ନିରକ୍ଷର ଏ ନେଇ ପ୍ରସ୍ତୁତି ବୈଠକ

 

ଟିକାବାଲି :ତା :09/10:  ଆସନ୍ତା ତା25/10 /2024 ରିଖ ରେ ଭବାନୀପାଟଣା ଠାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ସକ୍ଷରତା ଦିବସ କାର୍ଯ୍ୟକ୍ରମ ରେ ପୁଣି ଥରେ ଟିକାବାଲି ଅଞ୍ଚଳ ରୁ ଅଂଶଗ୍ରହଣ କରିବେ 6 ଜଣ ନିରକ୍ଷର |


 

Satyalipi

ଏ ନେଇ ଟିକାବାଲି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଜଗନ୍ନାଥ ସାହାଣୀ ଙ୍କ ଅଧ୍ୟକ୍ଷତା ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଅଞ୍ଚଳ ର 6 ଜଣ ନିରକ୍ଷର ଓ 4ଜଣ ସ୍ବେଛାସେବୀ ଶିକ୍ଷକ /ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ହେଇଯାଇଛି | ଏହି ଅବସରରେ ରେ ଅଧିକାରୀ ଶ୍ରୀ ସାହାଣୀ ଦେଶରେ କିଭଳି ଭାବରେ ନିରକ୍ଷର ଦୂର ହେଇ ପାରିବ ଓ ସ୍ଵାକ୍ଷର ଭାରତ ନିର୍ମାଣ ରେ ଆମେ ସମସ୍ତେ ଭାଗୀଦାରୀ ହୋଇ ପାରିବା ତାହା ବୁଝେଇ ଥିଲେ |ଗତ ତା 08/09/2024ରେ ଦିଲ୍ଲୀ ର ବିଜ୍ଞାନ ଭବନ ଠାରେ ଆୟୋଜିତ ହୋଇଥିବା ବିଶ୍ୱ ସକ୍ଷରତା ଦିବସ ଅବସରରେ ରେ ଗାର୍ଡିଙ୍ଗିଆ ପଞ୍ଚାୟତ ମଣ୍ଡାଗୁଡ଼ା ଉଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କର୍ଣ୍ଣ ପ୍ରଧାନ ଙ୍କ ତତ୍ୱାବଧାନ ରେ ଏହି 6ଜଣ ନିରକ୍ଷର ଓ 4 ସ୍ୱେଚ୍ଛାସେବୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦାନ କରିଥିଲେ ଏହା ପରେ ସେହି ନିରକ୍ଷର ଙ୍କ ମନରେ ମଧ୍ୟ ଶିକ୍ଷା ଓ ସକ୍ଷରତା ର ଆଶା ସଂଚାର ହୋଇଥିବା ଦେଖିବାକୁ ମିଳିଛି |