ଟିକାବାଲି :ତା :08/10: ଟିକାବାଲି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ଠାରେ ଶିଶୁ ମହୋତ୍ସବ ସୁରଭି ଆୟୋଜିତ ହୋଇଅଛି । ଏଥିରେ ଟିକାବାଲି ବ୍ଲକ ର ସମସ୍ତ ବିଦ୍ୟାଳୟ ରୁ କ୍ଲଷ୍ଟର ସ୍ତର ରେ ଉତୀର୍ଣ୍ଣ ଶିକ୍ଷାର୍ଥୀ ମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କ ସ୍କୁଲ ଶିକ୍ଷା ବ୍ୟତୀତ ସେମାନଙ୍କ ଠାରେ ଲୁଚି ରହିଥିବା ବିଭିନ୍ନ ପ୍ରତିଭା କୁ ଲୋକ ଲୋଚନ କୁ ଆଣିବାକୁ ଓଡିଶା ର ଲୋକ କଳା, ସ୍ଥାପତ୍ୟ ସମ୍ପର୍କିତ ଶିଳ୍ପ କଳା, ଚିତ୍ରାଙ୍କନ, ନୃତ୍ୟ, ସଂଗୀତ, ବକୃତା, ସୃଜନଶୀଳ ଲିଖନ, ତର୍କ, ପ୍ରବନ୍ଧ , ଶୃତଲିଖନ ଓ ହସ୍ତାକ୍ଷର, ଗଳ୍ପ କଥନ,ସାଧାରଣଜ୍ଞାନ ପ୍ରତିଯୋଗିତା ମାଧ୍ୟମରେ ପିଲାଙ୍କ ହୃଦୟ ରେ କିପରି ଓଡ଼ିଆ ର ଗର୍ବ, ଗୌରବ,ପରିଚୟ ଓ ସ୍ୱାଭିମାନ ଅକ୍ଷୁର୍ଣ୍ଣ ରହିବ ସେଥିରେ ଯଥେଷ୍ଟ ଧ୍ୟାନ ଦିଆଯିବା ସହ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଟିକାବାଲି ସମିତି ଅଧକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କହଁର , ମୁଖ୍ୟ ବକ୍ତା ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଜ୍ୟୋତିରଞ୍ଜନ ଜେନା,ସଭାପତି ଟିକାବାଲି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଜଗନ୍ନାଥ ସାହାଣୀ, ସମ୍ମାନିତ ଅତିଥି ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ନାୟକ, ସମ୍ମାନିତ ଅତିଥି ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଗଣେଶ୍ୱର କହଁର,ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ମଧୁସୂଦନ ବେହେରା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା ଟିକାବାଲି ଉଚ୍ଚ ବିଦ୍ୟାଳୟ ର ସମସ୍ତ ସଦସ୍ୟ, ଏନ ସି ସି ଶିକ୍ଷାର୍ଥୀ ଓ ଟିକାବାଲି ବ୍ଲକ ର ବିଭିନ୍ନ କୋଣ ଅନୁକୋଣ ରୁ ରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ମୁଖ୍ୟତଃ ଟିକାବାଲି ବ୍ଲକ ର ସମସ୍ତ ସି ଆର ସି ସି ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ର ବିଚାରକ ମଧ୍ୟରେ ଶ୍ରୀଯୁକ୍ତ ଗୋବିନ୍ଦ ବେହେରା, ଶ୍ରୀଯୁକ୍ତ ଦୀନକୃଷ୍ଣ ମହାପାତ୍ର, ଶ୍ରୀମତୀ ବିଳାସିନୀ ଦିଗାଳ ବହୁତ ସୁନ୍ଦର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ଏଠାରେ ଉତୀର୍ଣ୍ଣ ବା ପୁରସ୍କୃତ ଛାତ୍ର ଛାତ୍ରୀ ମାନେ ଆଗାମୀ ଜିଲ୍ଲା ସ୍ତରୀୟ ଶୁରଭି କାର୍ଯ୍ୟ କ୍ରମରେ ଭାଗନେଇ ପାରିବ ମଞ୍ଚ ପରିଚାଳନା ଦାୟିତ୍ୱ ରାଧାଶ୍ୟାମ ଦାଶ ଓ ପବିତ୍ର କୁମାର ସାହୁ ଦାୟିତ୍ୱ ବହନ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ ମିଶ୍ର, ମୁରଲୀ ପଲେଇ, ରବି ନାରାୟଣ ସାହୁ, ଜ୍ୟୋତ୍ସ୍ନା ରାଣୀ ଜେନା,ଶୁଭସ୍ମୃତି ଦାଶ, ବିଷ୍ଣୁ ପ୍ରସାଦ ହୋତା,ଜୟପ୍ରକାଶ ପାତ୍ର, ଅରବିନ୍ଦ ମହାପାତ୍ର ସହ ସମସ୍ତ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ ।









.jpeg)

