WHAT’S HOT NOW

Theme images by kelvinjay. Powered by Blogger.

Business

Ad Code

Follow

Trending

3/recent/ticker-posts

Search This Blog

Blog Archive

ads

ads

Lorem Ipsum is simply dummy text of the printing and typesetting industry. Lorem Ipsum has been the industry's.

ads

ads

fac

lft

ds

ads

ads

Recent-Post

3/recent/post-list

Most Popular

Popular Posts

f

Life & style

" });

Games

" });

Sports

" });

ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ

 



ଟିକାବାଲି :ତା :29/12:ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂହ ଙ୍କ ସ୍ମୃତି ଉଦେଶ୍ୟ ରେ ଟିକାବାଲି ବ୍ଲକ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି |ଏହି ଅବସରରେ ଟିକାବାଲି ସ୍ଥାନୀୟ ମେଡିକାଲ ଛକ ଠାରେ ଘୁ ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱ ରେ ଟିକାବାଲି କଂଗ୍ରେସ  କର୍ମୀ ଙ୍କୁ ନେଇ ଏକ ସ୍ମୃତି ଓ ଶ୍ରଦ୍ଧାଞ୍ଜଳି ସଭା  ଆୟୋଜନ କରାଯାଇଥିଲା। ସଭାରେ ଦଳୀୟ ନେତା ଓ କର୍ମୀ ସ୍ବର୍ଗତ ଡ଼ଃ ମନମୋହନ ସିଂ ଙ୍କ ଫଟୋଚି ତ୍ରରେ ପୁଷ୍ପାଞ୍ଜଳି ଅର୍ପଣ  ପୂର୍ବକ କ୍ୟାଣ୍ଡେଲ ଜଳାଇ  ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ସମୟରେ ନେତା ଓ କର୍ମୀ ଙ୍କ ଠାରୁ ମନମୋହନ ସିଂ ଆମର ରହେ ର ନାରା ଗୁଞ୍ଜରଣ ହୋଇ ଉଠିଥିଲା |ଦେଶ ପାଇଁ ମନମୋହନ ସିଂ କେବଳ ପୂର୍ବତନ ପ୍ରଧାନମନ୍ତ୍ରୀ ନ ଥିଲେ ସେ ଜଣେ ନମ୍ର ସ୍ୱଭାବ ର ବିଶ୍ୱ ସ୍ତରୀୟ ରାଜନେତା ଏବଂ ସେ ଜଣେ ଭାରତୀୟ ଅର୍ଥନୀତି ର ଜଣେ ଜଣା ଶୁଣା ଅଭିଜ୍ଞାତା ବ୍ୟକ୍ତି ତାଙ୍କର ଅର୍ଥନିତୀ ରେ ତାଙ୍କର ପ୍ରଗାଢ଼ ଜ୍ଞାନ ବଳରେ ତାଙ୍କ ଶାସନ କାଳରେ ଭାରତର ଅର୍ଥନୀତି କୁ ସୁଚାର ରୂପେ ସମ୍ପାଦନ କରିବାରେ ସଫଳ ହୋଇଥିଲେ | ସେ ନିଜ ଶାସନ କାଳରେ ଭାରତ କୁ ଆର୍ଥିକ ସଙ୍କଟ ରୁ ଉଦ୍ଧାର କରିବାରେ ମଧ୍ୟ ସଫଳ ହୋଇଥିବା ରାଜନୈତିକ ବ୍ୟକ୍ତିତ୍ୱ ଥିଲେ |ତାଙ୍କ ବିୟୋଗ ରେ କେବଳ କଂଗ୍ରେସ ଦଳ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ପୂରଣୀୟ କ୍ଷତି ବୋଲି କହିଥିଲେ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ । ଏହି ସଭାରେ ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ କୁମାର ଦାସ,ଟିକାବାଲି ବ୍ଲକ ଅଧକ୍ଷ ଦିଲ୍ଲୀପ କହଁର, ପୂର୍ବତନ ଯୁବ କଂଗ୍ରେସ ଜିଲ୍ଲା ସଭାପତି ଚନ୍ଦନ କୁମାର ପଣ୍ଡା, ଟିକାବାଲି ବିଧାୟକ ପ୍ରତିନିଧି ସାରଙ୍ଗ ଧର କହଁର, ଚକାପାଦ ବିଧାୟକ ପ୍ରତିନିଧି ଅଭିରାମ ଦିଗାଳ ଙ୍କ ସମେତ ବ୍ଲକ ସ୍ତରୀୟ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ |

ଆଇ କନସେପ୍ଟ ଇନିସେଟିଭିସ୍ ଓ MSSRF ଅନୁଷ୍ଠାନର ସହାୟତା ରେ CRFM କାର୍ଯ୍ୟକ୍ରମ ଦ୍ବାରା ଚାଷୀଙ୍କୁ ବିହନ ଓ ଜୀବାଣୁସାର ବଣ୍ଟନ ।

Satyalipi odisha


କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅଧିନସ୍ତ, ଗାର୍ଡିଙ୍ଗିଆ, ବୁର୍ବିନାଜୁ, ଗଦଗୁଡା, ପାଡାଙ୍ଗି, ଗୁଟିଙ୍ଗିଆ, ଏବଂ ଟିକାବାଲି, ପିକରଡ଼ି, ଗ୍ରାମପଂଚାୟତ ର ଆଗ୍ରହୀ ଚାଷୀଙ୍କୁ, ଚଳିତ ବର୍ଷ ରବି ଚାଷ ପାଇଁ ସରକାରୀ ମାଗଣା ବିହନ ଏବଂ ଅଣୁସାର ଓ ଜୀବାଣୁ ସାର ବିତରଣ କରିଥିବା ଦେଖିବାକୁ ମିଳିଛି l ସ୍ପେଚ୍ଛାସେବୀ ଅନୁଷ୍ଠାନ "ଆଇକନସେପ୍ଟ ଇନସେଟିଭିସ୍  "ଏକ ନିଆରା ଅନୁଷ୍ଠାନ ଯାହା କି ଚାଷୀର ଉନ୍ନତି ଆଣିବା ସାଙ୍ଗକୁ ମାଟିର ଉର୍ବରତା ବଢ଼ାଇବା ଏବଂ ଚାଷୀ ଭାଇ ଓ ଭଉଣୀ ମାନେ କିପରି ଚାଷକାମ ପ୍ରତି ଆଗ୍ରହ ପ୍ରକାଶ କରିବେ ନିଜ ଜମି କୁ ପଡିଆ ନ ପକାଇ ଧାନ ପରବର୍ତୀ ଫସଲ ଭାବରେ, ବିରି, ମୁଗ, ମଟର ଏବଂ ଶୋରିଷ ଚାଷ କୁ ଆପଣାଇ କିପରି ଲାଭବାନ ହୋଇ ପାରିବେ, ସେ ନେଇ ଟିକାବାଲି ବ୍ଲକ ର ପ୍ରତ୍ୟେକ ଗ୍ରାମପଞ୍ଚାୟତ ର ଗାଁ ଗାଁ ରେ ବୁଲି ଚାଷୀ ଙ୍କୁ ସଚେତନତା କରିବା ଏବଂ ଦ୍ୱତୀୟ ଫସଲ ଚାଷ କରିବାର ପ୍ରକ୍ରିୟା, କୌଶଳ ଏବଂ ଉପାଧେୟ ଉପରେ ସ୍ଥାନୀୟ ଚାଷୀ ଭାଇ ଓ ଭଉଣୀଙ୍କୁ ପୁଙ୍ଖାନୁ ପୁଙ୍ଖ ଭାବରେ ଅନୁଷ୍ଠାନ ନିର୍ଦ୍ଧେଶକ ଶ୍ରୀଯୁକ୍ତ  ପ୍ରବୋଧ କୁମାର ମହାନ୍ତି, ପରିଚାଳନା ନିର୍ଦ୍ଧେଶକ ସୂର୍ଯ୍ୟକାନ୍ତି ଦାଶ, ଜିଲ୍ଲା ପରିଚାଳକ ଶ୍ରୀଯୁକ୍ତ ପ୍ରବୀଣ ଉପଧ୍ୟାୟ ଅତି ସରଳ ଭାବରେ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ  ଟିକାବାଲି ବ୍ଲକ କୃଷି ବିଭାଗ   ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ଦଳବେହେରା,ସହକାରୀ କୃଷି ଅଧିକାରୀ କୁମାରୀ ଶୁଭସ୍ମିତା ସାହୁ AO ଶ୍ରୀଯୁକ୍ତ ସୁଧୀର ପାଢ଼ୀ, କୃଷି ଅଧୀଦର୍ଶକ ଶ୍ରୀଯୁକ୍ତ ଅକ୍ଷୟ କୁମାର ମଲ୍ଲିକ,ଗାର୍ଡିଙ୍ଗିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ଜିତେନ୍ଦ୍ର ମଲିକ, ବୁର୍ବିନାଜୁ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତି ସାଲିମା ପ୍ରଧାନ, ପାଡାଙ୍ଗି ଗ୍ରାମପଞ୍ଚାୟତ ସରପଞ୍ଚ ଶୁଭଲକ୍ଷ୍ମୀ ପ୍ରଧାନ, ପିକରଡ଼ି ସରପଞ୍ଚ ଶ୍ରୀମତୀ ରୁବି ପ୍ରଧାନ, ଟିକାବାଲି ସରପଞ୍ଚ ଶ୍ରୀ କୁନ୍ଦୁରୁ ମଲିକ  ପ୍ରମୁଖ ଉପସ୍ଥିତ ଥିଲେ l ଟିକାବାଲି ବ୍ଲକରେ ଏପରି ଏକ ଯୁଗାନ୍ତକାରୀ ପଦକ୍ଷେପ ପାଇଁ ଅଞ୍ଚଳ ବାସୀ ବେଶ ପ୍ରଶଂସା କରିଥିବା ଦେଖିବା କୁ ମିଳିଛି l


 ,

ଲଘୁଚାପ ଜନିତ ଅଦିନିଆ ବର୍ଷା, ବିଲରେ ,ଖଳାରେ କଟା ଧାନ, ଚାଷୀ ମୁଣ୍ଡରେ ବଡ଼ ଚିନ୍ତା

 


ଟିକାବାଲି :ତା:25/12:ସାରାରାଜ୍ୟର ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି |ଏହା ର ପ୍ରଭାବ ରେ ଟିକାବାଲି ବ୍ଲକ ଅଞ୍ଚଳରେ ମଧ୍ୟ  ସବୁ ସ୍ଥାନରେ ଗତ କାଲି ଠାରୁ ଝିପି ଝିପି ବର୍ଷା ଲାଗି ରହିଛି |ଲଗାତାର ଭାବରେ ଦୁଇଟି ଲଘୁଚାପ ରେ ଶନିବାର ଦିନ ଦିନ ସାରା ବର୍ଷା ହୋଇଥିଲା ପୁଣି ଆହୁରି ଏକ ଲଘୁଚାପ ଯୋଗୁଁ ଅଧିକ ବର୍ଷା ନ ହେଲେ ବି ଝିପି ଝିପି ବର୍ଷା କାଲି ଠାରୁ ଲାଗିରହିଛି  ଫଳରେ ଏହି ଅଞ୍ଚଳ ର ଚାଷୀ ମାନେ ବଡ଼ ଚିନ୍ତାରେ ଥିବା ଜଣା ପଡିଛି  | ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବା ରୁ  ଧାନ ଅମଳ ଉପରେ ପ୍ରଭାବ ପକାଇଛି | ଅଧା ଧାନ କ୍ଷେତ ରେ କଟା ଅବସ୍ଥାରେ ଥିବା ବେଳେ ଆଉକିଛି ଖଳା କୁ ଆସି ସାରିଛି  ପୁଣି ଖଳା ରେ ମନ୍ଥିବାରେଲୋକେ ବ୍ୟସ୍ତ ଥିବା ବେଳେ ଆଉ କିଛି ବିଲରେ କାଟିବା ବାକି ଥିବା ମଧ୍ୟ କହୁ ଛନ୍ତି ଚାଷୀ | ଏହି ପରିପ୍ରେକ୍ଷୀରେ ଏହି ଟିକାବାଲି ଅଞ୍ଚଳ ରେ ଚାଷୀଙ୍କ ଫସଲ ଅମଳ ଜାରି ରଖିବା କଷ୍ଟକର ହୋଇପଡିଛି । ଚଳିତ ବର୍ଷ ଚାଷୀ ମାନେ କ୍ଷତି ସହିବା ନିଶ୍ଚିତ କାରଣ ବର୍ଷା ଭିଜା ଧାନ ଶୀଘ୍ର ଗଜା ବାହାରିବା ସୁନିଶ୍ଚିତ | ଅପର ପକ୍ଷରେ କିଛି ଚାଷୀ ଧାନ ଅମଳ ସମ୍ପୂର୍ଣ କରଥିବାରୁ  ଧାନ ବିକ୍ରି ପାଇଁ ମଣ୍ଡି ଅପେକ୍ଷା ରେ ଥିବା ବେଳେ ମଣ୍ଡି କେବେ ଖୋଲିବ ତାହା ଜଣା ପଡ଼ୁନାହିଁ |ଏପଟେ ଟିକାବାଲି ବ୍ଲକ ରେ ଟିକାବାଲି ଏବଂ ଗଡଗୁଡା ଏହି ଦୁଇଟି ଲ୍ୟାମ୍ପ ଥିବା ବେଳେ ଏହି ଦୁଇ ଲ୍ୟାମ୍ପ ରେ ତିନୋଟି ସ୍ଥାନରେ ଯଥା ଟିକାବାଲି, ବୁର୍ବିନାଯୁ, ଏବଂ ଗୁଟିଙ୍ଗିଆ ରେ ମଣ୍ଡି ଖୋଲିବା କଥା କିନ୍ତୁ ଏପର୍ଯ୍ୟନ୍ତ ଆଦେଶ ଚିଠି ଆସିନଥିବା ଲ୍ୟାମ୍ପ କର୍ମଚାରୀ କହୁଛନ୍ତି |ଟିକାବାଲି ଅଂଚଳରେ କୃଷି ବିଜ୍ଞାନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ନଥିବା ରୁ ଚାଷୀମାନେ ଅସୁବିଧା ହେଉଥିବା ଅଭିଯୋଗ କରୁଛନ୍ତି | ଧାନ ରୋପଣ ସମୟରେ ସ୍ୱଳ୍ପ ବର୍ଷା ପାଇଁ କିଛି ଚାଷୀ ଢିପ ବିଲ ଗୁଡ଼ିକରେ ଧାନ ରୋପିତ ହୋଇ ପାରିନ ଥିଲା | ଏହାପରେ ରୋପଣ ପରେ ମଧ୍ୟ ବିଶେଷ ବର୍ଷା ହୋଇନ ଥିବା ହେତୁ ଚଳିତ ବର୍ଷ ଅନେକ ଚାଷୀକ୍ଷତି ସହିଥିବା ବେଳେ ପୁଣି ବର୍ତ୍ତମାନ ବର୍ଷା ପାଇଁ ଚାଷୀଙ୍କ ମୁଣ୍ଡରେ କ୍ଷତି ଚିନ୍ତା | ଏହି ବାବଦରେ  ସ୍ଥାନୀୟ ପାବୁରିଆ ଅଞ୍ଚଳ ର ଚାଷୀ ନାମ ପ୍ରଧାନ ଅନେକ ଚାଷୀ ଙ୍କ ଅଧିକାଂଶ ଧାନ ବିଲରେ ହିଁ କଟା ଅବସ୍ଥାରେ ପଡ଼ିଥିବା ବେଳେ କିଛି ଚାଷୀ ଙ୍କ ଧାନ ଖଳାରେ ରଖି ପାଲ ଘୋଡାଇ ରଖା ଯାଇଛି କିନ୍ତୁ ଏହି ବର୍ଷ ଅଧିକ ଲୋକ ଙ୍କ କ୍ଷତି ହୋଇଛି ବୋଲି କହିଛନ୍ତି |ସେହି ଆଉ ଜଣେ ସଂଜୀବ କହଁର ନାମକ ଚାଷୀ ମଧ୍ୟ ସମାନ ବିଷୟ କହିଛନ୍ତି |କିଛି ମଧ୍ୟ ଅମଳ ହେବା  ଆଶା କରୁଥିବା ବହୁ ସଂଖ୍ୟକ ଚାଷୀ ବର୍ତ୍ତମାନ ସମୟରେ ଅମଳ ହରାଇବା ସୁ ନିଶ୍ଚିତ |

ବର୍ଷା ସତ୍ୱେ ମହା ଆଡମ୍ବର ସହ ବଡଦିନ ପର୍ବ ପାଳିତ।

 


ଟିକାବାଲି,ତା:25/12;ଟିକାବାଲି ବ୍ଲକର ପୁର ପଲ୍ଲିରେ ବର୍ଷା ସତ୍ୱେ ମହା ଆନନ୍ଦ ଓ ଉଲ୍ଲାସର ସହ ବଡଦିନ ରେ ଖ୍ରୀଷ୍ଟ ଜୟନ୍ତୀ ପାଳନ କରାଯାଇଅଛି |ବର୍ଷା ପାଇଁ ଚର୍ଚ୍ଚ ପରିସର ଗୁଡିକରେ ସାଜସଜା ରେ ଅବଶ୍ୟ ବାଧା ଉପୁଜି ଥିଲେ ମଧ୍ୟ ଖ୍ରୀଷ୍ଟ ବିଶ୍ୱାସି ଭାଇ ଭଉଣୀ ଙ୍କ ମନବଳ ଏବଂ ଆନନ୍ଦ ଉଲ୍ଲାସ କମିନଥିବା ଦେଖିବାକୁ ମିଳିଛି |ଏହି ଅବସରରେ ଆଜି ପାହାନ୍ତିଆ ଠାରୁ ହିଁ ସୋସିଆଲ ମେଡ଼ିଆ ଫସବୁକ, ହ୍ୱାଟ୍ସଆପ୍ପ ଗୁଡିକରେ ସୂବେସ୍ଛା ବାର୍ତ୍ତା ରେ ଆରମ୍ଭ ହୋଇଥିଲା ବଡଦିନ | ଆଜି ଟିକାବାଲି ଅଞ୍ଚଳର ବଡ଼ ଚର୍ଚ୍ଚ କୁହାଯାଉ ଥିବା ତେଙ୍ଗେଡାପଥର ଚର୍ଚରେ ମଧ୍ୟ ଫାଦର ଲେବିୟ ରଈତଙ୍କ ଅଧ୍ୟକ୍ଷତାରେ ବଡଦିନ ମହାଆଡମ୍ବରରେ ପାଳିତ ହୋଇଥିବା ବେଳେ ସମସ୍ତ ଖ୍ରୀଷ୍ଟ ବିଶ୍ୱାସୀ ଭାଇ ଭଉଣୀ ମାନଙ୍କୁ ଶୁବେତ୍ସା ଜ୍ଞାପନ କରିଥିଲେଏବଂ ଇଶ୍ବରଙ୍କ ବିକ୍ୟ ପରିବେଷଣ କରିଥିବା ବେଳେ ପରିଚାଳନା କରିଥିଲେ ଚର୍ଚ ସଂପାଦକ ପ୍ରଦିପ ଦିଗାଲ ପରିଚାଳନା କରିଥିଲେ।ସେହିପରି ବେଲାଡାଡି ଚର୍ଚରେ ନିରଞ୍ଜନ ଦିଗାଲଙ୍କ ନେତୃତ୍ବରେ,କଟିମାହା ଚର୍ଚରେ ବାବୁଲି ଦିଗାଲଙ୍କ ନେତୃତ୍ବରେ,ଗଣ୍ଡଗାଁ ଏବଂ ବୁଜିଲିମେଣ୍ଡି ଚର୍ଚରେ ଟିମ୍ଫା ଦିଗାଲଙ୍କ ନେତୃତ୍ବରେ, ପ୍ରଧାନପଡା ଚର୍ଚରେ ମନୁ ଦିଗାଲଙ୍କ ନେତୃତ୍ବରେ,ପିପୁଡିଦେଇ ଚର୍ଚରେ ଆମୋଶ ନାୟକଙ୍କ ନେତୃତ୍ବରେ ପାଳିତ ମହାଆଡମ୍ବରରେ ଏବଂ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି।ଟିକାବାଲି ବ୍ଲକରେ ରହିଥିବା ବଡ଼ିମୁଣ୍ଡା, ଗଡଗୁଡା, ବୁର୍ବିନାଯୁ, ଗୁଟିଙ୍ଗିଆ, ପଡ଼ଙ୍ଗୀ  ସବୁ ଚର୍ଚ ଗୁଡ଼ିକ ଯାକଜମକରେ ରେ ରାତ୍ର ଉଜାଗର ରହିବା ସହ ଖ୍ରୀଷ୍ଟ ଙ୍କ ଜନ୍ମ ପାଇଁ ଅପେକ୍ଷା କରି ଥିଲେ | ଆଜି ଡିସେମ୍ବର 25 ବଡ଼ଦିନ ପିଠା ପଣା କରି ଅତି ଆନନ୍ଦରେ ପର୍ବ ପାଳନ କରିଥିବା ଦେଖିବାକୁ ମିଳିଛି।ପର୍ବ ପାଳନ ନିମନ୍ତେ ଯେପରି ଅପ୍ରିତିକର ଘଟଣା ଯେଫରି ଅଞ୍ଚଳରେ ନଘଟେ ସେଥିପ୍ରତି ଟିକାବାଲି ପୋଲିସ ପକ୍ଷରୁ ଥାନା ଅଧିକାରୀଣୀ କଲ୍ୟାଣିମୟି ସେଣ୍ଡଙ୍କ ନେତୃତ୍ବରେ ପୋଲିସ ପେଟ୍ରୋଲିଙ୍ଗ କଡାକଡି କରଈ ସହ ଛକ ଜାଗାରେ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି।

             

ସରକାରୀ ଉଚ୍ଚ ବିଦ୍ୟାଳୟ, ବଡ଼ିମୁଣ୍ଡା ଠାରେ ଜାତୀୟ ଗଣିତ ଦିବସ ପାଳନ

 


ଟିକାବାଲି :ତା :23/12 :ଟିକାବାଲି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ିମୁଣ୍ଡା ଠାରେ ଟି.ଇ.ଏବଂ ଏସ.ସି.ଇ.ଆର.ଟି.,ଭୁବନେଶ୍ୱର ର ସହଯୋଗ କ୍ରମେ ଏବଂ ଜିଲ୍ଲା ଶିକ୍ଷା ବିଭାଗ ,କନ୍ଧମାଳ ଆନୁକୂଲ୍ୟରେ  ଏହି ଶିକ୍ଷା ବର୍ଷର ଜାତୀୟ ଗଣିତ ଦିବସ ପାଳିତ ହୋଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ନନ୍ଦ କିଶୋର ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସରପଞ୍ଚ ଜନକ ପ୍ରଧାନ ,ସମ୍ମାନିତ ଅତିଥି ଭାବେ ମୋ ସ୍କୁଲ ସଭାପତି  ବିଜୟ କୁମାର ପ୍ରଧାନ,ରୁଦାଙ୍ଗିଆ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ  ପ୍ରମୋଦ କୁମାର ବେହେରା,ଗୁଡ୍ରିପଡ଼ି ସି.ଆର.ସି.ସି.  ଲାଲମୋହନ କହଁର,କଟିମାହା ସି.ଆର.ସି.ସି.,  ଅରବିନ୍ଦ ମହାପାତ୍ର ଯୋଗ ଦେଇଥିଲେ l ଏହି ଦିବସ ପାଳନ ଅବସରରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ର ଅଷ୍ଟମ ରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଗଣିତ ପ୍ରକଳ୍ପ ଏବଂ ଗଣିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ସମସ୍ତ ଅତିଥି ବିଶିଷ୍ଟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ଙ୍କ ଜନ୍ମ ଦିନ ଅବସରରେ ଜାତୀୟ ଗଣିତ ଦିବସ ସମ୍ପର୍କରେ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ବିଜ୍ଞାନ ସଂଯୋଜକ  ରାଜ କୁମାର ସାହୁ, ବିଦ୍ୟାଳୟ ର ଶିକ୍ଷକ ରଞ୍ଜୀତ କୁମାର  କହଁର, ପ୍ରଭାତ କୁମାର ବାଇ,ଶାଶୀନାଥ ମଲିକ,ଶ୍ରାବଣୀ ପଟ୍ଟନାୟକ ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସୁନ୍ଦର ଭାବେ ପରିଚାଳନା କରିଥିଲେ l

ଦଶମ ସ୍ତରୀୟ ରାଜ୍ୟସ୍ତରୀୟ ସାରଙ୍ଗଡିଆନ ଫୁଟବଲ ଚାଲେଞ୍ଜ କପ ୨୦୨୪ ଉଦଘାଟିତ

 

Satyalipi

ଟିକାବାଲି :ତା :22/12:କେ. ନୂଆଗାଁ ବ୍ଲକ ସାରଙ୍ଗଡ଼ ଠାରେ ଦଶମ ରାଜ୍ୟସ୍ତରୀୟ ସାରଙ୍ଗଡିଆନ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି | ଉଦଘାଟନ ପ୍ରତିଯୋଗିତା ରେ ସ୍ପୋର୍ଟ୍ସ ହଷ୍ଟେଲ ଫୁଲବାଣୀ ଓ ଫୁଟବଲ ଏକାଦେମୀ ଭଞ୍ଜନଗର ମଧ୍ୟରେ ହୋଇଥିଲା | ସଂଘର୍ଷପୂର୍ଣ୍ଣ ପ୍ରତିଯୋଗିତା ରେ  2-0 ଗୋଲ ରେ ସ୍ପୋର୍ଟ୍ସ ହଷ୍ଟେଲ ଫୁଲବାଣୀ ବିଜୟ ହୋଇଥିଲେ | ଏହି ପ୍ରତିଯୋଗିତା ର ଫୁଲବାଣୀ ଟିମ ର ଖେଳାଳି ଶ୍ରୀଯୁକ୍ତ ବିଶ୍ୱନାଥ ମୁର୍ମୁ  ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ | ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ କେ. ନୂଆଗାଁ ବ୍ଲକ ଅଧକ୍ଷ ଶ୍ରୀମତୀ ସୁଲୋଚନା ଦଳବେହେରା, ମୁଖ୍ୟ ବ୍ୟକ୍ତା ଡ଼. ସୁଶାନ୍ତ କୁମାର ଦାଶ, ସମ୍ମାନିତ ଅତିଥି  ମଧ୍ୟରେ ଟିକାବାଲି ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀଯୁକ୍ତ ଦିଲୀପ କହଁର, କେ. ନୂଆଗାଁ ଏକ ନମ୍ବର ଜୋନ ଜିଲ୍ଲାପରିଷଦ ଶ୍ରୀମତୀ ଅନିତା ମଲ୍ଲିକ, କମଳା ନେହେରୁ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଯତୀନ କୁମାର ଦିଗାଳ, ଟିକାବାଲି ବ୍ଲକ ର କଟିମାହା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର ସହ ଅନେକ ଅତିଥି ଯୋଗଦେଇଥିଲେ | ଫୁଟବଲ ଓ ଆଥଲେଟିକ ଆସୋସିଏସନ ର ସମସ୍ତ ପରିଚାଳନା କମିଟି ସଦସ୍ୟ ଏହି ଟୁର୍ନାମେଣ୍ଟ କୁ ବହୁତ ସୁନ୍ଦର ଭାବେ ପରିଚାଳନା ଦାୟିତ୍ୱ ନେଇଥିଲେ | ସେମାନଙ୍କ ମଧ୍ୟରେ ଏହି ସଂଘ ର ସଭାପତି ଶ୍ରୀଯୁକ୍ତ ସତ୍ୟବାନ ପ୍ରଧାନ, ଉପସଭାପତି ଶ୍ରୀଯୁକ୍ତ ପୁରୁଷୋତ୍ତମ ସାହୁ, ସମ୍ପାଦକ ଶ୍ରୀଯୁକ୍ତ ତ୍ରିନାଥ ଠାକୁର ବିଷୋୟୀ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଭୁଲେଶ୍ୱର ପ୍ରଧାନ ଓ ପୀତବାସ ବିଷୋୟୀ, କୋଷାଧକ୍ଷ ଶ୍ରୀଯୁକ୍ତ ବିମଳ କୁମାର ବିଷୋୟୀ, ସଂଯୋଜକ ଶ୍ରୀଯୁକ୍ତ ରାକେଶ କୁମାର କୋଠଦଳେଇ ଏବଂ ଉପଦେଷ୍ଟା ମଣ୍ଡଳୀ ମଧ୍ୟରେ ଶ୍ରୀ ସହଦେଵ ପାତ୍ର, ଦନାରା ପ୍ରଧାନ, ବିସିକେଶନ ପ୍ରଧାନ, ରୋହିତ୍ଵାସ ନାୟକ, ରାଜେନ୍ଦ୍ର କୁମାର ତ୍ରିପାଠୀ, ବସନ୍ତ ପୂଜାରୀ, ମହାଦେବ ପ୍ରଧାନ, ବରୁଣ କହଁର, ସଞ୍ଜୟ ପ୍ରଧାନ ଓ ରାଜକୁମାରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସୁନ୍ଦର ଭାବେ ପରିଚାଳନା କରିଥିଲେ | ଏହି ଟୁର୍ନାମେଣ୍ଟ ରେ ମୁଖ୍ୟ ରେଫେରୀ ରୂପେ ଶ୍ୟାମ ସୁନ୍ଦର ସା, ପାର୍ଶ୍ଵ ରେଫେରୀ ରୂପେ ଶ୍ରୀଯୁକ୍ତ ରାଧାକାନ୍ତ ବିଷୋୟୀ ଏବଂ ଶ୍ରୀଯୁକ୍ତ ଦୀପକ କୁମାର କୋଠଦଳେଇ ଦାୟିତ୍ୱ ନେଇଥିଲେ |

ଡୁଙ୍ଗି ସ୍ଥିତ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ରେ ଶେଷ ସମବାର ଦର୍ଶନ ପାଇଁ ପ୍ରବଳ ଭିଡ଼

 ଡୁଙ୍ଗି ସ୍ଥିତ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ରେ ଶେଷ ସମବାର ଦର୍ଶନ ପାଇଁ ପ୍ରବଳ ଭିଡ଼ 

ଟିକାବାଲି :ତା :11/11:ଟିକାବାଲି ନିକଟ ଡୁଙ୍ଗି ସ୍ଥିତ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ରେ ଶେଷ ସମବାର ଦର୍ଶନ ପାଇଁ ପ୍ରବଳ ଗହଳି ଦେଖିବାକୁ ମିଳିଛି |ଆଜି କାର୍ତ୍ତିକ ମାସର ଶେଷ ସମବାର ଥିବା ରୁ ଶ୍ରଦ୍ଧାଳୁ ମାନେ ଆଜିଠାରୁ  ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ପର୍ଯ୍ୟନ୍ତ ପଞ୍ଚୁକ ପାଳନ କରିବେ |

 

ଡୁଙ୍ଗି ସ୍ଥିତ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ରେ ଶେଷ ସମବାର ଦର୍ଶନ ପାଇଁ ପ୍ରବଳ ଭିଡ଼ /SATYALIPI/TIKABALI

ଏହି ଅବସରରେ ଆଜିଠାରୁ ଟିକାବାଲି ତାରିଣୀ ମନ୍ଦିର ପ୍ରାଙ୍ଗଣ, ରଣେଶ୍ୱର ମନ୍ଦିର ପ୍ରାଙ୍ଗଣ, ଲୁଜୁରା ମୁଣ୍ଡା ରୁଦ୍ରକାଳୀ ମନ୍ଦିର ପ୍ରାଙ୍ଗଣ ଏବଂ ଡୁଙ୍ଗି ପଞ୍ଚଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦୀପ ଦାନ ଉତ୍ସବ ପାଳନ କରାଯାଉଛି |କାର୍ତ୍ତିକ ପଞ୍ଚୁକ ଉତ୍ସବ ପାଇଁ ପ୍ରତ୍ୟକ ବର୍ଷ ଏହି ପଞ୍ଚଲିଙ୍ଗେଶ୍ୱର ମନ୍ଦିର ରେ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ ହୋଇଥାଏ | ପ୍ରତ୍ୟକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଶ୍ରଦ୍ଧାଳୁ ଙ୍କ ପାଇଁ 108 ଦୀପ  ଉସ୍ବର୍ଗ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ସକାଳୁ ଦର୍ଶନ କରିବା ସହିତ ସନ୍ଧ୍ୟା ରେ ଦୀପ ଦାନ କରିବାକୁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗି ରହୁଥିବା ଦେଖିବାକୁ ମିଳୁଛି | 

ଏହି ସମୟରେ ନିକଟ ରେ ଥିବା ପୂଜା ଭଣ୍ଡାର ବ୍ୟବସାୟୀ ମାନଙ୍କର ବ୍ୟବସାୟ ମଧ୍ୟ ଆନନ୍ଦ ଜନକ ବ୍ୟବସାୟ ହଉଥିବା ଦେଖିବାକୁ ମିଳୁଛି |ଏହି ପାଞ୍ଚ ଦିନ ପର୍ଯ୍ୟନ୍ତ ଆଖ ପାଖ ଗାଁ ଗୁଡ଼ିକ ରେ ରାମ ନାମରେ କମ୍ପି ଉଠିବ |ଭକ୍ତମାନେ ଭକ୍ତିର ସହିତ ରାଧା କୃଷ୍ଣ ବେଶ ରେ ଗାଁ ଗାଁ ରେ ରାମନାମ ଜୋପି ବୁଲିବେ ପୂର୍ଣ୍ଣିମା ଦିନ ନିଜ ନିଜର ଡ଼ଙ୍ଗା ଭୋଶାଇ ଶ୍ରଦ୍ଧାଳୁ ପୁଣି ଦର୍ଶନ ପାଇଁ ମନ୍ଦିର କୁ ଆସିଥାନ୍ତି |ସେହି ଦିନ ଏହି ପଞ୍ଚଲିଙ୍ଗେଶ୍ୱର ମନ୍ଦିର ସବୁଠୁ ବେଶୀ ଭିଡ଼ ହୋଇଥାଏ |

ଜୀବିକା ସୁରକ୍ଷା ମଞ୍ଚ ଲୋକସଂଗଠନ ର କାର୍ଯ୍ୟକାରିଣୀ ପରିଷଦ ବୈଠକ ଅନୁଷ୍ଠିତ

 ଜୀବିକା ସୁରକ୍ଷା ମଞ୍ଚ ଲୋକସଂଗଠନ ର କାର୍ଯ୍ୟକାରିଣୀ ପରିଷଦ ବୈଠକ ଅନୁଷ୍ଠିତ । 


ଟିକାବାଲି :ତା :10/11:ଟିକାବାଲି ବ୍ଲକ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ଜିଲ୍ଲାର ଅଗ୍ରଣୀ ଲୋକ ସଂଗଠନ ଜୀବିକା ସୁରକ୍ଷା ମଞ୍ଚ କନ୍ଧମାଳ ଶାଖା ସଂଗଠନ ଟିକାବାଲି ବ୍ଲକ ର ଏକ ସାଧାରଣ ପରିଷଦର ସମସ୍ତ ସଭ୍ୟ ସଭ୍ୟା ମାନଙ୍କୁ ନେଇ ନୂତନ କାର୍ଯ୍ୟକାରି କମିଟି ବୈଠକ ଅନୁଷ୍ଠିତ ହୋଇଛି ।  

ଜୀବିକା ସୁରକ୍ଷା ମଞ୍ଚ ଲୋକସଂଗଠନ ର କାର୍ଯ୍ୟକାରିଣୀ ପରିଷଦ ବୈଠକ ଅନୁଷ୍ଠିତ

ଆଜିର ଏହି ବୈଠକ ରେ ବ୍ଲକ ସଭାନେତ୍ରୀ ଶ୍ରୀମତୀ ଉର୍ମିଳା ପ୍ରଧାନ ଙ୍କ ଆୱାନ କ୍ରମେ ବ୍ଲକ ର ପାଞ୍ଚ ଗୋଟି ଗ୍ରାମ ପଂଚାୟତ ର ନିର୍ବାଚିତ ପ୍ରତିନିଧି ମାନେ ଯୋଗ ଦେଇ ଏକ ପୂର୍ଣ୍ଣାଙ୍ଗ କାର୍ଯ୍ୟକାରୀ କମିଟି ପରିଷଦ ଗଠନ କରିଥିବା ଦେଖିବାକୁ ମିଳିଛି ।   ସଂଗଠନ ର ଲକ୍ଷ୍ୟ ଓ ଆଭିମୁଖ୍ୟ ଓ ଉର୍ଦ୍ଧେଶ୍ୟ ଉପରେ ଏକ ଗୁରୁତ୍ୱ ପୂର୍ଣ୍ଣ ବିଷୟ ଆଜିର ଆଲୋଚନା ର ଶୀର୍ଷକ ଥିଲା ।  ସଂଗଠନ ଆଜକୁ ଦୀର୍ଘ 2009 ମସିହାରୁ ଆଜି ପର୍ଯ୍ୟନ୍ତ, ଗରୀବ ଆଦିବାସୀ, ଦଳିତ ଓ ଅବହେଳିତ ଖଟିକିଆ ଦିନମଜୁରିଆ ଲୋକଙ୍କ ସହିତ ରହି ଏକ ଲୋକ ସଂଗଠନ କୁ ଗ୍ରାମ ସ୍ତର ରୁ ପଂଚାୟତ ସ୍ତର ବ୍ଲକ ସ୍ତରରୁ ଜିଲ୍ଲା ସ୍ତର ଓ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଏକ ସ୍ୱାଭିଲମ୍ବି ଓ ଦୀର୍ଘସ୍ଥାୟୀ ଲୋକାଭିମୁଖୀ ସଂଗଠନ ଗଠନ କରି ସାଧାରଣ ଲୋକଙ୍କ ର ମୌଳିକ ଅଧିକାର କୁ ସାବ୍ୟସ୍ତ କରିବା ସହିତ ସରକାର ଙ୍କ ବିଭିନ୍ନ ଆଇନ ଓ ଯୋଜନା କୁ ସଫଳ ରୂପାୟନ ନିମନ୍ତେ  ଏକ ସଚେତନତା କାର୍ଯ୍ୟକ୍ରମ ମାନ କରି ଆସୁଅଛି ।  

 ଏବଂ ଟିକାବାଲି ବ୍ଲକ ଅଧୀନରେ ଆସୁଥିବା ର ସମସ୍ତ ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଜନସାଧାରଣଙ୍କର ସାମାଜିକ, ଅର୍ଥନୈତିକ, ଓ ସଂସ୍କୃତିକ କ୍ଷେତ୍ରରେ ବିକାଶ ସହିତ ଉନ୍ନତି ଆଣିବା ପାଇଁ  ତାର ନିରନ୍ତର ଭାବରେ ଆଜକୁ 15 ବର୍ଷ ଧରି ଏଭଳି ଏକ ସଂଗଠନ ତାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାନ କରିଆସୁଛି । ଆଜିର ଏହି ବୈଠକ ରେ ଜୀବିକା ସୁରକ୍ଷା ମଞ୍ଚ ଟିକାବାଲି ବ୍ଲକ ର ସମ୍ପାଦକ ଶ୍ରୀ କରମ ଚାନ୍ଦ ପ୍ରଧାନ, କୋଷାଧକ୍ଷ ମିନାକ୍ଷୀ ପ୍ରଧାନ ଜିଲ୍ଲା କମିଟି ସଦସ୍ୟ ମାନସୀ ପ୍ରଧାନ, ସନ୍ତୋଷିମା ପ୍ରଧାନ, ଓ ରାଜ୍ୟ ସ୍ତରୀୟ ସଦସ୍ୟା ଭାବରେ ଜୟନ୍ତୀ ପ୍ରଧାନ ଓ ସକ୍ରିୟ ସଭ୍ୟା ଭାବରେ ଜସ୍ପିନା ପ୍ରଧାନ ଙ୍କୁ ସଂଗଠନ ର ନୂତନ ସଦସ୍ୟ ସଦସ୍ୟା ଭାବରେ ଚୟନ କରିଥିବା ବେଳେ ।  ସାଥି ସୁନିତା ପ୍ରଧାନ, ପ୍ରଣିତା ଦିଗାଲ, ଚିତ୍ତରଞ୍ଜନ ପ୍ରଧାନ ଓ ସଂଜୀବ ଦିଗାଲ ସହଯୋଗ କରିଥିଲେ ।

ବ୍ଲକ ସ୍ତରୀୟ ଏକାଦଶତମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

 ବ୍ଲକ ସ୍ତରୀୟ ଏକାଦଶତମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ 

ଟିକାବାଲି :ତା:09/11:ଟିକାବାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ସମସ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସି ଆର ସି ସି ଙ୍କୁ ନେଇ ବାଲ ଗଙ୍ଗାଧର ତିଳକ ଉଚ୍ଚ ବିଦ୍ୟାଳୟ,ରୁଦାଙ୍ଗିଆ ଠାରେ ବ୍ଲକ ସ୍ତରୀୟ ଏକାଦଶ ତମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଅଛି  |


ଏହି ବୈଠକରେ ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜଗନ୍ନାଥ ସାହାଣୀ ଅଧକ୍ଷ୍ୟତା କରିଥିଲେ ଓ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ନାୟକ,ବିନୋଦିନୀ ସାମଲ ମଞ୍ଚାସିନ ହୋଇଥିଲେ | ରିସୁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ରାଧେଶ୍ୟାମ ଦାଶ ଏହି ବୈଠକ ଟିକୁ ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ ଏବଂ ଏହି ବୈଠକ ରେ ମୁଖ୍ୟତଃ ବିଦ୍ୟାଳୟ ର ବିଭିନ୍ନ ଶୈକ୍ଷିକ ଓ ଅଣ ଶୈକ୍ଷିକ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା |

 ଏହି ବୈଠକ ରେ ପୂର୍ବ ବୈଠକ ର ସମୀକ୍ଷା,ସେଥିରେ ୟୁ ଡାଇସ ପ୍ଲସ ରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଭୂମିକା ,ଗଣିତ ଦକ୍ଷତା ବୃଦ୍ଧି (ଖାନ ଏକାଡେମୀ ),କ୍ଳବ ଓ ହାଉସ ର ପୁନଃରୀକ୍ଷଣ ସହ ବିଭିନ୍ନ କାର୍ଯ୍ୟକ୍ରମ, ଉତ୍କର୍ଷ,ଏନ ଏସ ଏ ର ପ୍ରଚଳନ,ପ୍ରୟାସ ପ୍ଲସ,ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର,ବିଜ୍ଞାନ ସେମିନାର, ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପାଇଁ ପ୍ରସ୍ତୁତି, ଦଶମ ଶ୍ରେଣୀ ଶିକ୍ଷାର୍ଥୀ ଙ୍କ ଶୈକ୍ଷିକ ଉନ୍ନତି ପାଇଁ ଯୋଜନା ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଅଛି | ଏହାପରେ ସମସ୍ତ ଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା | ପରିଶେଷରେ ଗଦଗୁଡା ସି ଆର ସି ସି ସମସ୍ତ ଙ୍କୁ ଧନ୍ୟବାଦ ଜଣାଇ ସଭାସାଙ୍ଗ କରିଥିଲେ |




ସଞ୍ଜୀବ ଖାନ୍ନା: ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି

 

ସଞ୍ଜୀବ ଖାନ୍ନା: ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି


ଦେଶ ଏକ ନୂତନ ପ୍ରଧାନ ବିଚାରପତିଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଭାରତର ଆଇନଗତ ଦୃଶ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ହେବାକୁ ଯାଉଛି। ଭାରତର ବର୍ତ୍ତମାନର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ନଭେମ୍ବର 10 ରେ ଚନ୍ଦ୍ରଚୁଡ଼ ଏହି ଦାୟିତ୍ୱ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ପ୍ରଦାନ କରିବେ , ଯିଏ ନଭେମ୍ବର 11 ରେ ଭାରତର 51 ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ।

ସଞ୍ଜୀବ ଖାନ୍ନା: ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି


CJI ଭାବରେ ଜଷ୍ଟିସ୍ ଖାନ୍ନାଙ୍କ କାର୍ଯ୍ୟକାଳ ଅପେକ୍ଷାକୃତ ସ୍ୱଳ୍ପ ହେବ, ମାତ୍ର 6 ମାସ ହେବ, ତାଙ୍କର ନିଯୁକ୍ତି ତାଙ୍କର ବିଶିଷ୍ଟ ଆଇନଗତ କ୍ୟାରିୟର ଏବଂ ସରକାରଙ୍କ ଦ୍ୱାରା ଦିଆଯାଇଥିବା ବିଶ୍ୱାସର ପ୍ରମାଣ। ଏହି ବିସ୍ତୃତ ବ୍ଲଗ୍ ପୋଷ୍ଟରେ, ଆମେ ସଂଜୀବ ଖାନ୍ନାଙ୍କ ଜୀବନ ଏବଂ କୃତକାର୍ଯ୍ୟତା ବିଷୟରେ ଜାଣିବା, ତାଙ୍କର ପ୍ରାରମ୍ଭିକ ଆରମ୍ଭ, ଆଇନ ପ୍ରଣାଳୀରେ ତାଙ୍କର ଉଲ୍ଲେଖନୀୟ ଯାତ୍ରା, ଏବଂ ସେ ଅଧ୍ୟକ୍ଷତା କରିଥିବା ମୁଖ୍ୟ ମାମଲା, ସେ ଛାଡ଼ିବାକୁ ପ୍ରସ୍ତୁତ ଥିବା ପରମ୍ପରାକୁ ବୁଝାଇବା | ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବରେ |


ତାଙ୍କ ପ୍ରାଥମିକ ଜୀବନ ଏବଂ ଶିକ୍ଷା |


ସଞ୍ଜୀବ ଖାନ୍ନା 14 ମଇ 1960 ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ସେ ସହରରେ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ଆଇନ କେନ୍ଦ୍ରରୁ ଆଇନ ଡିଗ୍ରୀ ହାସଲ କରିଥିଲେ। 1983 ମସିହାରେ ଖାନ୍ନାଙ୍କ ଆଇନଗତ ଯାତ୍ରା ଆରମ୍ଭ ହୋଇଥିଲା ଯେତେବେଳେ ସେ ଦିଲ୍ଲୀ ବାର୍ କାଉନସିଲରେ ଆଡଭୋକେଟ୍ ଭାବରେ ପଞ୍ଜୀକୃତ ହୋଇଥିଲେ, ଯାହା ଆଇନ ବୃତ୍ତିରେ ତାଙ୍କର ଚମତ୍କାର କ୍ୟାରିୟର ଆରମ୍ଭ କରିଥିଲା ​​|

ଖାନ୍ନା ଜୁଡିସିଆଲ୍ ରାଙ୍କ ମାଧ୍ୟମରେ ଆରୋହଣ |


ଦିଲ୍ଲୀ କୋର୍ଟରେ ଜଣେ ଅଭ୍ୟାସକାରୀ ଓକିଲ ଭାବରେ ପ୍ରତିଷ୍ଠିତ ହେବା ପରେ ସଞ୍ଜୀବ ଖାନ୍ନାଙ୍କ କ୍ୟାରିୟର 2005 ରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଥିଲା ଯେତେବେଳେ ସେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ଜଜ୍ ଭାବରେ ନିଯୁକ୍ତ ହୋଇଥିଲେ। ଦୁଇ ବର୍ଷ ପରେ, 2006 ରେ, ସେ ଜଣେ ସ୍ଥାୟୀ ବିଚାରପତି ପଦରେ ଉନ୍ନୀତ ହୋଇଥିଲେ, ଯାହା ତାଙ୍କର ଆଇନଗତ ଆଭିମୁଖ୍ୟ ଏବଂ ଉତ୍ସର୍ଗୀକୃତତାର ପ୍ରମାଣ ଅଟେ |


ନ୍ୟାୟିକ ସ୍ତରରେ ଖାନ୍ନାଙ୍କ ଉତ୍ଥାନ ଜାରି ରହିଲା ଏବଂ 2019 ରେ ସେ ଭାରତର ସର୍ବୋଚ୍ଚ ନ୍ୟାୟାଳୟକୁ ପଦୋନ୍ନତି ପାଇ ଦେଶର ଅନ୍ୟତମ ବରିଷ୍ଠ ବିଚାରପତି ହୋଇଥିଲେ। ସୁପ୍ରିମକୋର୍ଟଙ୍କ ବେଞ୍ଚରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଖାନ୍ନା ଜଣେ ଉଚ୍ଚ-ପ୍ରୋଫାଇଲ୍ ମାମଲାରେ ଜଡିତ ରହି ଜଣେ ସମ୍ମାନିତ ତଥା ପ୍ରଭାବଶାଳୀ ଆଇନଜୀବୀ ଭାବରେ ତାଙ୍କର ପ୍ରତିଷ୍ଠାକୁ ଦୃ। କରିଥିଲେ।


ମୁଖ୍ୟ ମାମଲା ଏବଂ ଯୋଗଦାନ |


ସଞ୍ଜୀବ ଖାନ୍ନାଙ୍କ ଆଇନଗତ କ୍ୟାରିଅରକୁ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଜଡିତ କରି ଚିହ୍ନିତ କରାଯାଇଛି ଯାହା ଦେଶର ଆଇନଗତ ଦୃଶ୍ୟପଟ୍ଟ ଉପରେ ବିଶେଷ ପ୍ରଭାବ ପକାଇଛି। ସେ ଅଧ୍ୟକ୍ଷତା କରିଥିବା କେତେକ ଉଲ୍ଲେଖନୀୟ ମାମଲା ଅନ୍ତର୍ଭୁକ୍ତ:


- ବିଲକିସ୍ ବାନୋ କେସ୍: 2002 ଗୁଜୁରାଟ ଦଙ୍ଗା ସମୟରେ ଜଣେ ଗର୍ଭବତୀ ମହିଳାଙ୍କୁ ଗଣଦୁଷ୍କର୍ମ ସହ ଜଡିତ ଏକ ବହୁଚର୍ଚ୍ଚିତ ମାମଲା ବିଲକିସ୍ ବାନୋ ମାମଲାରେ ରାୟ ପ୍ରଦାନ କରିଥିବା ବେଞ୍ଚର ଏକ ଅଂଶ ଥିଲା।

- ଅରବିନ୍ଦ କେଜ୍ରିୱାଲ କେସ୍: ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତି ଭାବରେ ଖାନ୍ନା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି, ଯିଏକି 2013 ଲୋକସଭା ନିର୍ବାଚନ ସହ ଜଡିତ ଅଭିଯୋଗର ସମ୍ମୁଖୀନ ହୋଇଥିଲେ।

- ଇଭିଏମ୍ ଭୋଟିଂ ମାମଲା: ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (VVPAT) ସ୍ଲିପ୍ସର 100% ଯାଞ୍ଚ ପାଇଁ ଅନୁରୋଧକୁ ଖାନ୍ନା ବେଞ୍ଚର ନେତୃତ୍ୱ ନେଇଥିଲେ, ଯାହା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ର ଅଖଣ୍ଡତାକୁ ନେଇ ଚାଲିଥିବା ବିତର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବରେ ଦେଖାଯାଇଥିଲା | )

- ନିର୍ବାଚନୀ ବନ୍ଧ ମାମଲା: ଖାନ୍ନା ପାଞ୍ଚ ଜଣିଆ ବିଚାରପତିଙ୍କ ଏକ ଅଂଶ ଯିଏକି ନିର୍ବାଚନ ବଣ୍ଡ ଯୋଜନାକୁ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ, ଯାହା ଭାରତରେ ପ୍ରଚାର ଅର୍ଥ ପାଇଁ ସୁଦୂରପ୍ରସାରୀ ପ୍ରଭାବ ପକାଇଥିଲା।

- ଧାରା 370 କେସ୍: ଖାନ୍ନା ପାଞ୍ଚ ଜଣିଆ ଖଣ୍ଡପୀଠର ସଦସ୍ୟ ଥିଲେ ଯାହାକି ଭାରତୀୟ ସମ୍ବିଧାନର ଧାରା 370 ଅନୁଯାୟୀ ଜାମ୍ମୁ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିବାକୁ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ।

- ସମାନ-ସେକ୍ସ ବିବାହ ମାମଲା: ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ, ଖାନ୍ନା ଭାରତରେ ସମଲିଙ୍ଗୀ ବିବାହର ଆଇନଗତକରଣ ସମ୍ବନ୍ଧୀୟ ମାମଲାର ଶୁଣାଣି କରି ବେଞ୍ଚରୁ ନିଜକୁ ଦୂରେଇ ରଖିଥିଲେ।

ଏହି ମାମଲାଗୁଡ଼ିକ, ଅନ୍ୟମାନଙ୍କ ମଧ୍ୟରେ, ଖାନ୍ନାଙ୍କ ଆଇନଗତ ଆଭିମୁଖ୍ୟ, ଆଇନର ନିୟମକୁ ବଜାୟ ରଖିବା ପାଇଁ ତାଙ୍କର ପ୍ରତିବଦ୍ଧତା ଏବଂ ନିରପେକ୍ଷତା ଏବଂ ପରିଶ୍ରମ ସହିତ ଜଟିଳ ତଥା ରାଜନୈତିକ  ସମ୍ବେଦନଶୀଳ ସମସ୍ୟାର ମୁକାବିଲା କରିବାକୁ ଇଚ୍ଛା ପ୍ରକାଶ କରିଛି |


ଆଇନ ସେବା କମିଟିର ଅଧ୍ୟକ୍ଷ |


ସଞ୍ଜୀବ ଖାନ୍ନା ତାଙ୍କର ନ୍ୟାୟିକ ଦାୟିତ୍ବ ବ୍ୟତୀତ ସୁପ୍ରିମକୋର୍ଟର ଆଇନ ସେବା କମିଟିର ଚେୟାରମ୍ୟାନ୍ ଭାବରେ ମଧ୍ୟ 17 ଜୁନ୍ 2023 ରୁ 25 ଡିସେମ୍ବର 2023 ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି। ଏହି ଭୂମିକାରେ ସେ ଆଇନ ସହାୟତା ପ୍ରଦାନର ତଦାରଖ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସମାଜର ଅବହେଳିତ ବିଭାଗକୁ ସହାୟତା, ସୁନିଶ୍ଚିତ କରିବା ଯେ ନ୍ୟାୟ ପାଇବା ଆର୍ଥିକ ପ୍ରତିବନ୍ଧକ ଦ୍ୱାରା ସୀମିତ ନୁହେଁ |


ଆଇନ ସେବା ସମିତିର ଚେୟାରମ୍ୟାନ୍ ଭାବରେ ଖାନ୍ନାଙ୍କ କାର୍ଯ୍ୟକାଳ ଆଇନ ସହାୟତା ବ୍ୟବସ୍ଥାକୁ ମଜବୁତ କରିବା ଏବଂ ଏହାକୁ ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ ଅଧିକ ଉପଲବ୍ଧ କରାଇବା ପାଇଁ ପ୍ରତିବଦ୍ଧତା ଦ୍ୱାରା ଚିହ୍ନିତ ହୋଇଛି। ଏହି ଭୂମିକାରେ ତାଙ୍କର ନେତୃତ୍ୱ ଆଇନଜୀବୀ ଭାବରେ ତାଙ୍କର ପ୍ରତିଷ୍ଠାକୁ ଆହୁରି ଦୃଢ଼ କରିପାରିଛି,ଯିଏ ଆଇନ ଆଗରେ ସାମାଜିକ ନ୍ୟାୟ ଏବଂ ସମାନତାର ନୀତି ରକ୍ଷା କରିବାକୁ ଉତ୍ସର୍ଗୀକୃତ |


ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବରେ ଆହ୍ୱାନ ଏବଂ ସୁଯୋଗ |


ସଞ୍ଜୀବ ଖାନ୍ନା ଭାରତର ପ୍ରଧାନ ବିଚାରପତିଙ୍କ ଦାୟିତ୍ୱ ନେବାକୁ ପ୍ରସ୍ତୁତ ହେଉଥିବାବେଳେ ସେ ଉଭୟ ଆହ୍ୱାନ ଏବଂ ସୁଯୋଗର ସମ୍ମୁଖୀନ ହେଉଛନ୍ତି। CJI ଭାବରେ ତାଙ୍କର କାର୍ଯ୍ୟକାଳ ଅପେକ୍ଷାକୃତ ସ୍ୱଳ୍ପ ହେବ, ମାତ୍ର 6 ମାସ ହେବ, ଖାନ୍ନା ଏହି ସମୟ ମଧ୍ୟରେ ଭାରତୀୟ ନ୍ୟାୟପାଳିକା ଉପରେ ଏକ ସ୍ଥାୟୀ ପ୍ରଭାବ ପକାଇବାକୁ ପ୍ରସ୍ତୁତ ଅଛନ୍ତି |


ଖାନ୍ନା ସମ୍ଭବତଃ ସମ୍ମୁଖୀନ ହେବାକୁ ଥିବା ଏକ ପ୍ରମୁଖ ଆହ୍ୱାନ ହେଉଛି ଏଥିରେ ଜମା ହୋଇଥିବା ମାମଲାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବ୍ୟାକ୍ଲଗ୍ ସମାଧାନ କରିବାର ଆବଶ୍ୟକତା |

2024 ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି ନିର୍ବାଚନ: ଆମେରିକା ଏବଂ ବିଶ୍ଵ ପାଇଁ ଏକ ପ୍ରମୁଖ ମୁହୂର୍ତ୍ତ |

 2024 ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି ନିର୍ବାଚନ: ଆମେରିକା ଏବଂ ବିଶ୍ଵ ପାଇଁ ଏକ ପ୍ରମୁଖ ମୁହୂର୍ତ୍ତ |

 

ବିଶ୍ଵ ର ଅଗ୍ରଣୀ ସୁପର ପାୱାର୍ ଆମେରିକା ଏହାର ପରବର୍ତ୍ତୀ ରାଷ୍ଟ୍ରପତି ଚୟନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ପୁଣି ଥରେ ଏକ ଗୁରୁତ୍ବପୂର୍ଣ୍ଣ ଅବସ୍ଥାରେ ଅଛି। ନଭେମ୍ବର 5, 2024 ରେ, ଲକ୍ଷ ଲକ୍ଷ ଆମେରିକୀୟ ମତଦାନ କରିବାକୁ ଯାଇ ଆଗାମୀ ଚାରି ବର୍ଷ ପାଇଁ ଦେଶର ଗତି ନିର୍ଣ୍ଣୟ କରିଛନ୍ତି । ଏହି ନିର୍ବାଚନ, ରିପବ୍ଲିକାନ୍ ଚ୍ୟାଲେଞ୍ଜର୍ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ୍ ବିରୋଧ କରି ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛି, କାରଣ ଏହାର ପରିଣାମ ନିଶ୍ଚିତ ଭାବରେ ଆମେରିକା ଏବଂ ବିଶ୍ୱ ପାଇଁ ବହୁତ ପ୍ରଭାବ ପକାଇବ |

ଯୁକ୍ତ ରାଷ୍ଟ୍ର ଆମେରିକା ର ନିର୍ବାଚନ ରେ ଡନାଲ ଟ୍ରମ୍ପ


ପ୍ରାର୍ଥୀ: କମଲା ହାରିସ୍ ଏବଂ ଡୋନାଲ୍ଡ ଟ୍ରମ୍ପ |


ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ୍ ପ୍ରଥମ ମହିଳା, ରଙ୍ଗର ପ୍ରଥମ ବ୍ୟକ୍ତି ଏବଂ ଦକ୍ଷିଣ ଏସୀୟ ବଂଶର ପ୍ରଥମ ବ୍ୟକ୍ତି ଭାବରେ ଆମେରିକାର ଏକ ପ୍ରମୁଖ ରାଜନୈତିକ  ଦଳ ଦ୍ୱାରା ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ଇତିହାସ ସୃଷ୍ଟି କରୁଛନ୍ତି। ବର୍ତ୍ତମାନର ଉପରାଷ୍ଟ୍ରପତି ଭାବରେ ହ୍ୟାରିସ୍ କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ଇଚେଲନ୍ରେ ମୂଲ୍ୟବାନ ଅଭିଜ୍ଞତା ହାସଲ କରିଛନ୍ତି, COVID-19 ମହାମାରୀ, ଅର୍ଥନୈତିକ ଆହ୍ୱାନ ଏବଂଭୌଗୋଳିକ ତିକ୍ତତା ଦ୍ୱାରା ଚିହ୍ନିତ ଏକ ଅଶାନ୍ତ ସମୟ ମଧ୍ୟରେ ରାଷ୍ଟ୍ରପତି ଜୋ ବିଡେନଙ୍କ ସହ ମିଶି ଦେଶକୁ ଯିବା ପାଇଁ କାର୍ଯ୍ୟ କରିଛନ୍ତି।


ହାରିସ୍ ଅଭିଯାନ ଏକତା, ଅନ୍ତର୍ଭୂକ୍ତତା ଏବଂ ପ୍ରଗତିଶୀଳ ନୀତିର ଏକ ପ୍ଲାଟଫର୍ମକୁ କେନ୍ଦ୍ର କରି ଦେଶର ସମ୍ମୁଖୀନ ହେଉଥିବା ଗୁରୁତ୍ବ ପୂର୍ଣ୍ଣ ସମସ୍ୟାର ସମାଧାନ କରିବାକୁ ଲକ୍ଷ୍ୟ ରଖିଛି। ସ୍ୱାସ୍ଥ୍ୟସେବା ସଂସ୍କାର ଏବଂ ଜଳବାୟୁ ପରିବର୍ତ୍ତନ ହ୍ରାସ ଠାରୁ ଆରମ୍ଭ କରି ଅପରାଧିକ ନ୍ୟାୟ ସଂସ୍କାର ଏବଂ ଇମିଗ୍ରେସନ ପର୍ଯ୍ୟନ୍ତ ହ୍ୟାରିସ୍ ଏକ ସମାନ ତଥା ସମୃଦ୍ଧ ଆମେରିକା ପାଇଁ ଏକ ଦୂରଦୃଷ୍ଟି ଉପସ୍ଥାପନ କରିଛନ୍ତି | ତାଙ୍କର ଐତିହାସିକ ପ୍ରାର୍ଥୀତା ଅନେକଙ୍କୁ, ବିଶେଷ କରି ମହିଳା ଏବଂ ରଙ୍ଗର ଲୋକଙ୍କୁ ପ୍ରେରଣା ଦେଇଛି, ଯେଉଁମାନେ ତାଙ୍କ ଆକାଂକ୍ଷାର ପ୍ରତିଫଳନ ଏବଂ ଆମେରିକୀୟ ରାଜନୀତିରେ ଦୀର୍ଘ ଦିନର ପ୍ରତିବନ୍ଧକ ଭାଙ୍ଗିବାର ସମ୍ଭାବନା ଦେଖନ୍ତି |

ଯୁକ୍ତ ରାଷ୍ଟ୍ର ଆମେରିକା ର ନିର୍ବାଚନ ରେ କମଳା ହାରିଶ

ରାସ୍ତାର ଅପର ପାର୍ଶ୍ୱରେ ରିପବ୍ଲିକାନ୍ ପ୍ରାର୍ଥୀ ହ୍ୱାଇଟ ହାଉସକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଥିବା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି। ଟ୍ରମ୍ପଙ୍କ ଅଭିଯାନ ତାଙ୍କ ସ୍ୱାକ୍ଷର ପପୁଲଷ୍ଟ ଭାଷଣ ଦ୍ୱାରା ବର୍ଣ୍ଣିତ ହୋଇଛି, ବିଶ୍ୱ ସ୍ତରରେ ଇମିଗ୍ରେସନ, ବାଣିଜ୍ୟ ଏବଂ ଆମେରିକାର ଭୂମିକା ଭଳି ପ୍ରସଙ୍ଗ ଉପରେ ଧ୍ୟାନ ଦେଇଛନ୍ତି। ତାଙ୍କର ପୂର୍ବ କାର୍ଯ୍ୟକାଳକୁ ଘେରି ରହିଥିବା ବିବାଦ ଏବଂ ଘୋଟାଲା ସତ୍ୱେ ଟ୍ରମ୍ପ ଜଣେ ପୋଲାରାଇଜିଂ ବ୍ୟକ୍ତିତ୍ୱ ଅଟନ୍ତି ଯିଏ ସମର୍ଥକଙ୍କ ଏକ ବିଶ୍ୱସ୍ତ ଆଧାରକୁ ନିର୍ଦ୍ଦେଶ ଦିଅନ୍ତି ଯିଏ ବିଶ୍ୱାସ କରନ୍ତି ଯେ ସେ ପୁଣିଥରେ ଆମେରିକାକୁ ଗ୍ରେଟ୍ କରିପାରିବେ।


ଅର୍ଥନୈତିକ  ଜାତୀୟତା, ଇମିଗ୍ରେସନ ଉପରେ କଠୋର ଆଭିମୁଖ୍ୟ ଏବଂ ଅଧିକ ଦୃଢ଼ ବୈଦେଶିକ ନୀତି ଉପରେ ଧ୍ୟାନ ଦେଇ ଟ୍ରମ୍ପଙ୍କ ପ୍ଲାଟଫର୍ମ ତାଙ୍କର "ଆମେରିକା ପ୍ରଥମ" ଆଭିମୁଖ୍ୟର ଜାରି ରଖିବାକୁ ପ୍ରତିଶୃତି ଦେଇଛି। ତାଙ୍କ ସମର୍ଥକମାନେ ତାଙ୍କୁ ଏକ ବିଭ୍ରାନ୍ତକାରୀ ଶକ୍ତି ଭାବରେ ଦେଖନ୍ତି ଯିଏ ପ୍ରତିଷ୍ଠାକୁ ଚ୍ୟାଲେଞ୍ଜ କରିପାରନ୍ତି ଏବଂ ଦେଶ ଆବଶ୍ୟକ କରୁଥିବା ପରିବର୍ତ୍ତନ ଆଣିପାରନ୍ତି ବୋଲି ତାଙ୍କ ସମାଲୋଚକମାନେ ଯୁକ୍ତି କରନ୍ତି ଯେ ତାଙ୍କର ବିଭେଦ ତଥା ଅନେକ ସମୟରେ ପ୍ରଦାହଜନକ ଭାଷଣ ଦେଶର ରାଜନୈତିକ  ତଥା ସାମାଜିକ ବିଭାଜନକୁ ବଢ଼ାଇ ଦେଇଛି।


ଅଂଶଗୁଡିକ: ଘରୋଇ ଏବଂ ଗ୍ଲୋବାଲ୍ ପ୍ରଭାବଗୁଡିକ |


2024 ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି ନିର୍ବାଚନ କେବଳ ଦୁଇ ଜଣଙ୍କ ମଧ୍ୟରେ ପ୍ରତିଯୋଗିତା ନୁହେଁ; ଏହା ଜାତିର ଆତ୍ମା ​​ପାଇଁ ଏକ ଯୁଦ୍ଧ। ଏହାର ପରିଣାମ ଉଭୟ ଘରୋଇ ଏବଂ ବିଶ୍ୱ ସ୍ତରରେ ଆମେରିକା ପାଇଁ ଗଭୀର ପ୍ରଭାବ ପକାଇବ |


ଘରୋଇ ଆହ୍ୱାନ |


- ଅର୍ଥନ ନୈତିକ ନୀତି: 

ମୁଦ୍ରାସ୍ଫୀତି, ବେକାରୀ ଏବଂ ଆୟ ଅସମାନତା ଭଳି ସମସ୍ୟାର ସମାଧାନ ପାଇଁ COVID-19 ମହାମାରୀର ପ୍ରଭାବ ଦ୍ୱାରା ଦେଶକୁ ଚିହ୍ନିତ କରିବା ପାଇଁ ପରବର୍ତ୍ତୀ ରାଷ୍ଟ୍ରପତିଙ୍କୁ ଦାୟିତ୍। ଦିଆଯିବ। ପ୍ରାର୍ଥୀଙ୍କ ପ୍ରସ୍ତାବିତ ଅର୍ଥନୈତିକ  ନୀତି, ଟିକସ ସଂସ୍କାର ଠାରୁ ଆରମ୍ଭ କରି ବାଣିଜ୍ୟ ଚୁକ୍ତି ପର୍ଯ୍ୟନ୍ତ, ଆମେରିକାର ପରିବାରର ଆର୍ଥିକ ଉନ୍ନତି ଉପରେ ବିଶେଷ ପ୍ରଭାବ ପକାଇବ |

- ସ୍ୱାସ୍ଥ୍ୟସେବା ଏବଂ ସାମାଜିକ କଲ୍ୟାଣ:

 ସୁଲଭ କେୟାର ଆକ୍ଟ, ମେଡିକେୟାର ଏବଂ ମେଡିକେଡର ଭବିଷ୍ୟତ ତଥା ସ୍ୱାସ୍ଥ୍ୟସେବା ସଂସ୍କାରର ସମ୍ଭାବନା ମଧ୍ୟ ଭୋଟ୍ ଗ୍ରହଣ କରିବ। ଏହି ପ୍ରସଙ୍ଗରେ ପ୍ରାର୍ଥୀଙ୍କ ଆଭିମୁଖ୍ୟ ଲକ୍ଷ ଲକ୍ଷ ଆମେରିକୀୟଙ୍କ ପାଇଁ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ଏବଂ ସୁଲଭତା ନିର୍ଣ୍ଣୟ କରିବ।

- ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସୁରକ୍ଷା: 

ଶକ୍ତି ନୀତି, ପରିବେଶ ନିୟମାବଳୀ ଏବଂ ପ୍ୟାରିସ୍ ଚୁକ୍ତିନାମା ଉପରେ ଦେଶର ପ୍ରତିବଦ୍ଧତା ସହିତ ଜଳବାୟୁ ପରିବର୍ତ୍ତନର ବଢୁଥିବା ବିପଦକୁ ନେଇ ଦେଶର ପ୍ରତିକ୍ରିୟା ସୃଷ୍ଟି କରିବାରେ ପରବର୍ତ୍ତୀ ରାଷ୍ଟ୍ରପତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

- ସାମାଜିକ ନ୍ୟାୟ ଏବଂ ସମାନତା: 

ଜାତିଗତ ସମାନତା, LGBTQ + ଅଧିକାର, ଏବଂ ଅପରାଧିକ ନ୍ୟାୟ ସଂସ୍କାର ଭଳି ପ୍ରସଙ୍ଗଗୁଡ଼ିକ ଆଗରେ ରହିବ, କାରଣ ପ୍ରାର୍ଥୀମାନେ ଏକ ଅଧିକ ଅନ୍ତର୍ଭୂକ୍ତ ତଥା ସମାନ ସମାଜ ପାଇଁ ସେମାନଙ୍କର ଦର୍ଶନ ଉପସ୍ଥାପନ କରିବେ |

ବିଶ୍ୱବ୍ୟାପି ପ୍ରଭାବ


-ବୈଦେଶିକ ନୀତି ଏବଂ ଜାତୀୟ ନିରାପତ୍ତା:

 ଚୀନ୍ ଏବଂ ରୁଷିଆ ସହିତ ଚାଲିଥିବା ତିକ୍ତତା ଠାରୁ ଆରମ୍ଭ କରି ଆତଙ୍କବାଦ ବିରୋଧରେ ଲଢେଇ ତଥା ବିଶ୍ୱ ବ୍ୟାପୀ ଗଣତନ୍ତ୍ରର ପ୍ରଚାର ପର୍ଯ୍ୟନ୍ତ ଜଟିଳ ଭୌଗୋଳିକ ଆହ୍ୱାନ ର ମୁକାବିଲା ପାଇଁ ପରବର୍ତ୍ତୀ ରାଷ୍ଟ୍ରପତି ଦାୟୀ ରହିବେ। କୂଟନୀତି, ମିଳିତତା ଏବଂ ସାମରିକ ବଳର ବ୍ୟବହାର ପ୍ରତି ସେମାନଙ୍କର ଆଭିମୁଖ୍ୟ ସୁଦୂରପ୍ରସାରୀ ପରିଣାମ ଦେବ।

- ଆନ୍ତର୍ଜାତୀୟ ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗ: ବାଣିଜ୍ୟ ଚୁକ୍ତିନାମା, ଶୁଳ୍କ ଏବଂ ବିଶ୍ୱ ଅର୍ଥନୈତିକ ସହଯୋଗ ଉପରେ ପ୍ରାର୍ଥୀଙ୍କ ଆଭିମୁଖ୍ୟ ଆନ୍ତର୍ଜାତୀୟ ଅର୍ଥନୈତିକ କ୍ରମରେ ଆମେରିକାର ଭୂମିକାକୁ ପ୍ରଭାବିତ କରିବ ଏବଂ ଆମେରିକାର ବ୍ୟବସାୟ ତଥା ଉପଭୋକ୍ତା ତଥା ବିଶ୍ୱ ଯୋଗାଣ ଶୃଙ୍ଖଳା ଏବଂ ଆର୍ଥିକ ପ୍ରଭାବ ମଧ୍ୟ ରହିବ। ବଜାର

- ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ପରିଚାଳନା: ଗ୍ରାହକଙ୍କୁ ସମ୍ବୋଧନ କରିବା ପାଇଁ ପରବର୍ତ୍ତୀ ରାଷ୍ଟ୍ରପତିଙ୍କ ପ୍ରତିବଦ୍ଧତା |

 

ଦୁର୍ନୀତି ହଟାଅ ସଚେତନତା ଅଭିଯାନ

 ଦୁର୍ନୀତି ହଟାଅ ସଚେତନତା ଅଭିଯାନ 

ଟିକାବାଲି ;ତା : 04/11:ଟିକାବାଲି ସ୍ଥିତ  ଏ, ଏମ,ସି, ଏସ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ନେତୃତ୍ୱ ରେ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଦୁର୍ନୀତି ହଟାଅ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି |

ଦୁର୍ନୀତି ହଟାଅ ସଚେତନତା ଅଭିଯାନ /SATYALIPI

ଏହି କାର୍ଯ୍ୟକ୍ରମ ରେ ଏ ଏମ ସି ଏସ ମହା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଏକ ରାଲିମାଧ୍ୟାମରେ ଜନସଚେତନତା ସୃଷ୍ଟି କରିଥିଲେ ।ଏହି ରାଲି ସମଗ୍ର ଟିକାବାଲି ବଜାର ମଧ୍ୟରେ କରାଯାଇ ଦେଶରୁ ଦୁର୍ନୀତି ହଟାଇ ସ୍ବଚ୍ଛତା କିପରି ଆସିବ ସ୍ଲୋଗାନ ଦେଇ ,ଜନ ସାଧାରଣ ଙ୍କୁ ସଚେତନତା କରିଥିଲେ  ।କାର୍ଯ୍ୟକ୍ରମକୁ ଜାତୀୟସେବା ଯୋଜନାର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଜ୍ଞାନ ରଞ୍ଜନ ଭୋଇ ,ଖେଳ ଶିକ୍ଷକ ସୁଶାନ୍ତ କୁମାର ଭୋଳ ପରିଚାଳନା କରିଥିଲେ ।

ଟିକାବାଲି ରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ଅନୁଷ୍ଠିତ

 ଟିକାବାଲି ରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ଅନୁଷ୍ଠିତ 


ଟିକାବାଲି :ତା :04/11:ସମଗ୍ର ଶିକ୍ଷା ଜିଲ୍ଲା କନ୍ଧମାଳ ଆନୁକୂଲ୍ୟରେ ରେ ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟ ର ପରିସର ରେ ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତତ୍ୱାବଧାନ ରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି"ଓ କଳା ଉତ୍ସବ -2024 ଅନୁଷ୍ଠିତ ହୋଇ ଯାଇଛି |

ଟିକାବାଲି ରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ଅନୁଷ୍ଠିତ /satyalipi


ଏହି କାର୍ଯ୍ୟକ୍ରମ ପାଇଁ ସକାଳ 8ଘଣ୍ଟିକା30ମି ସମୟ ଠାରୁ 9ଘଂଟିକା 30 ପର୍ଯ୍ୟନ୍ତ ସମଗ୍ର ଶିକ୍ଷା ଜିଲ୍ଲା  ରୁ ଆସିଥିବା ପ୍ରତିଭା ମାନଙ୍କ ପାଇଁ   ରେଜିଷ୍ଟ୍ରେସନ ପ୍ରକ୍ରିୟା ହେବା ପରେ  ସମଗ୍ର ଶିକ୍ଷା ଜିଲ୍ଲା ର ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଦ୍ଵାରା କାର୍ଯ୍ୟକ୍ରମ ଉଦଘାନ ହୋଇଥିଲା |ଏହି କାର୍ଯ୍ୟକ୍ରମ ରେ ସୁରଭି ଏବଂ କଳା  ମଧ୍ୟରେ ପ୍ରଦର୍ଶନୀ ପ୍ରତିଯୋଗିତା ହୋଇଥିଲା, ଯାହା " ସୁରଭି" ରେ ଚିତ୍ରାଙ୍କନ, ବକ୍ତୃତା, ସାଧାରଣ ଜ୍ଞାନ ଭଳି ବଭିନ୍ନ ପ୍ରତିଯୋଗୀତା  ରହିଥିବା ବେଳେ "କଳା "ରେ ଓଡିଶା ର ବିଭିନ୍ନ ଲୋକ କଳା ନୃତ୍ୟ, ସଂଗୀତ ଇତ୍ୟାଦି ପ୍ରତିଯୋଗିତା ରହିଥିଲା |  ଜିଲ୍ଲା ରୁ ସମସ୍ତ ବ୍ଲକ ରୁ  ଯେଉଁମାନେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ରେ ସଫଳହାସଲ କରି ପୁରସ୍କୃତ ହୋଇଥିଲେ ବଛା ବଛା ଅନ୍ତର୍ନିହିତ ପ୍ରତିଭା ବାନ ଶିଶୁ ଛାତ୍ର ଛାତ୍ରୀ ମାନେ କଳା କାର ମାନେ ନିଜ ନିଜ ର କଳା ପ୍ରଦର୍ଶନ କରିଥିଲେ |ଏହି ଜିଲ୍ଲା ସ୍ତରୀୟ ସୁରଭି ମଞ୍ଚରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା |କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଧାୟକ ଉମାଚରଣ ମଳିକ ଯୋଗ ଦେଇଥିବା ବେଳେ,ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର,ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବବାଣୀ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ତଥା କାର୍ଯ୍ୟକ୍ରମ ର ସଭାପତି ପ୍ରମୋଦ କୁମାର ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ନିରୁପମା ଦୋରା, ଜିଲ୍ଲା କୃଷି ଅଧିକାରୀ ତୁଷାର କାନ୍ତ ସାମଲ, ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ, ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ,ସ୍ଥାନୀୟ ବ୍ଲକ ଶିକ୍ଷକ ସଂଘ ର ସଭାପତି ମଧୁସୁଦନ ବେହେରା, ସ୍ଥାନୀୟ ଟିକାବାଲି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦାମଦର ସାହୁ, ଅଭିଭାବକ କମିଟି ର ସଭାପତି ସାଇରାମ ବେହେରା ଏବଂକନ୍ଧମାଳ ର ସମଗ୍ର ଶିକ୍ଷା ଜିଲ୍ଲା ସମସ୍ତ ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ, ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନେ ଓ ସମଗ୍ର ଜିଲ୍ଲା ରୁ ସମସ୍ତ ବ୍ଲକ ରୁ ଶତାଧିକ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ |

କାର୍ଯ୍ୟକ୍ରମ ରେ ପ୍ରଥମେ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ପରେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇ ଥିଲା |ପରବର୍ତ୍ତୀ ସମୟରେ ମୁଖ୍ୟବକ୍ତା, ମୁଖ୍ୟ ଅତିଥି, ଓ ସମ୍ମାନିତ ଅତିଥି ମାନେ  ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କ ପାଇଁ ଉତ୍ସାହ ଜନକ ଅଭିଭାଷଣ ରଖିଥିଲେ |ଶେଷରେ ଜିଲ୍ଲା ସ୍ତରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଏବଂ ଉପହାର ଦେଇ ପୁରସ୍କୃତ କରାଯାଇ ଥିଲା | ଜିଲ୍ଲା ସ୍ତରରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନେ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବେ |

ୟୁଥ ୱାରୀୟର ଯୁବ ସଂଗଠନ ର ନୂତନ କମିଟି ଗଠନ

 ୟୁଥ ୱାରୀୟର ଯୁବ ସଂଗଠନ  ର ନୂତନ କମିଟି ଗଠନ 

ଟିକାବାଲି :ଟା :03/10:ଟିକାବାଲି ସ୍ଥିତ ଡୁଙ୍ଗି ମନ୍ଦିର ଠାରେ ୟୁଥ ୱାରୀୟର ଯୁବ ସଂଗଠନ ର ନୂତନ କମିଟି ଚୟନ ହୋଇଅଛି । ଏହି ବୈଠକ ରେ ଟିକାବାଲି ବ୍ଲକ ର ବିଭିନ୍ନ ଅଂଚଳରୁ ସକ୍ରିୟ ଯୁବକ ମାନେ ଉପସ୍ଥିତ ରହି କମିଟି ଚୟନ କରାଯାଇଥିଲା ।

ୟୁଥ ୱାରୀୟର ଯୁବ ସଂଗଠନ  ର ନୂତନ କମିଟି ଗଠନ /tikabali

  ସର୍ବସମ୍ମତି କ୍ରମେ ରାଜକିଶୋର ପ୍ରଧାନ ଙ୍କୁ ଟିକାବାଲି ବ୍ଲକ ଶାଖା ପାଇଁ ସଭାପତି, ଅଶୋକ କହଁର ଓ ସାନୁଜ କୁମାର ଦିଗାଳ ଙ୍କୁ ଯୁଗ୍ମ ଉପ ସଭାପତି, କୁମୁଦ କୁମାର ସାହୁ ଙ୍କୁ ସମ୍ପାଦକ ଓ ବିଶ୍ୱଜିତ ମାଝୀ ଙ୍କୁ କୋଷାଧକ୍ଷ ପଦବୀ ରେ ମନୋନୀତ କରାଯାଇଅଛି ।  ଟିକାବାଲି ସମିତି ଅଧକ୍ଷ  ଦିଲ୍ଲୀପ କହଁର, ଟିକାବାଲି ସରପଞ୍ଚ ଶ୍ରୀଯୁକ୍ତ କୁନ୍ଦୁରୁ ମଲିକ, ସ୍ବେଛାସେବୀ  ପ୍ରଦୀପ ମାଝୀ, ଶିକ୍ଷକ ଉଗ୍ରେସେନ ପ୍ରଧାନ, ହେମନ୍ତ ପ୍ରଧାନ, ଭୋଳେଶ୍ୱର ପ୍ରଧାନ, ମନୋରଞ୍ଜନ ପାତ୍ର ତଥା ଅନେକ ବରିଷ୍ଠ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ବିଶେଷ ଙ୍କୁ ଉପଦେଷ୍ଟା ମଣ୍ଡଳୀ ରେ ସ୍ଥାନ ଦିଆ ଯାଇଅଛି ।  ଆଗାମୀ ବର୍ଷ ଜାନୁଆରୀ ମାସରେ ୟୁଥ ୱାରୀୟାର କୁ 5 ବର୍ଷ ହେବାକୁ ଯାଉଥିବାରୁ ସେଥିନିମନ୍ତେ ଆଗାମୀ କାର୍ଯ୍ୟକ୍ରମ ପାଇଁ ଏହା ଏକ ପ୍ରସ୍ତୁତି ବୈଠକ ହୋଇଅଛି ।  ୟୁଥ ୱାରୀୟାର ତରଫରୁ ଟିକାବାଲି ଠାରେ ଏକ ସାଂସ୍କୃତିକ ବିଦ୍ୟାଳୟ ଖୋଲିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଅଛି ।  ଏହି ବୈଠକ ରେ ଟିକାବାଲି ବ୍ଲକ ର ଅନେକ ଅଞ୍ଚଳ ରୁ ଯୁବକ ମାନେ ଉପସ୍ଥିତ ରହି ଆଗାମୀ କାର୍ଯ୍ୟକ୍ରମ କିପରି ଠିକ ଭାବେ ପରିଚାଳିତ ହେବ ଯାହାକି ମାନବ ସମାଜ ପାଇଁ ସର୍ବଦା ଉପକାରରେ ଲାଗିପାରିବ ସେଥିପାଇଁ ଶପଥ ନେଇଥିଲେ ।

ଡ଼ଙ୍ଗାଏଜୁ ସେବାଶ୍ରମ ବିଦ୍ୟାଳୟ ରେ ମାସିକ କ୍ଲୋଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

 ଡ଼ଙ୍ଗାଏଜୁ ସେବାଶ୍ରମ ବିଦ୍ୟାଳୟ ରେ ମାସିକ କ୍ଲୋଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ 

ଟିକାବାଲି :ତା : 30/10:ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ବଡ଼ିମୁଣ୍ଡା ପଞ୍ଚାୟତ ସ୍ଥିତ ଡ଼ଙ୍ଗାଏଜୁ ଆଶ୍ରମ ବିଦ୍ୟାଳୟ ଠାରେ କଟିମାହା ଓ ଗୁଡ୍ରିପଡ଼ି କ୍ଲୋଷ୍ଟର ର ଅକ୍ଟୋବର ମାସର ମାସିକ କ୍ଲୋଷ୍ଟର ବୈଠକ ଅନୁଷ୍ଠିତ ହୋଇଅଛି |

ଡ଼ଙ୍ଗାଏଜୁ ସେବାଶ୍ରମ ବିଦ୍ୟାଳୟ ରେ ମାସିକ କ୍ଲୋଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ /satyalipi

ଏହି ବୈଠକ ରେ ଉଭୟ କ୍ଲୋଷ୍ଟର ର ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ସକ୍ରିୟ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ |ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅରବିନ୍ଦ ମହାପାତ୍ର ଙ୍କ ତତ୍ୱାବଧାନ ରେ ଏହି ବୈଠକ ଅତିସୁନ୍ଦର ଭାବେ ସଫଳ ରୂପାୟନ ହୋଇଅଛି | ଏହି ବୈଠକ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ପ୍ରଥମେ ସ୍ୱାଗତ ସହ କାର୍ଯ୍ୟସୂଚୀ ର ସୂଚନା ପ୍ରଦାନ କରାଯାଇଥିଲା | ଏହାପରେ ବିଦ୍ୟାଳୟ ପରିଦର୍ଶନ ଓ ଆଲୋଚନା କରାଯାଇଥିଲା | ବିଦ୍ୟାଳୟ ର ସ୍ୱଚ୍ଛ ଓ ସୁନ୍ଦର ପରିବେଶ, ଶୈକ୍ଷିକ ବାତାବରଣ, ଶିକ୍ଷାର୍ଥୀ ଙ୍କ ବ୍ୟବହାର ଦେଖି ବୈଠକ ରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜନlଦେଵୀ ପ୍ରଧାନ ଙ୍କ ସମେତ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ ସହଯୋଗୀ ଷ୍ଟାଫ୍ ଙ୍କୁ ଖୁସିବ୍ୟକ୍ତ ସହ ଧନ୍ୟବାଦ ଅର୍ପଣ କରିଥିଲେ | ଏହାପରେ ପୂର୍ବ ବୈଠକ ର ବିଷୟ ବସ୍ତୁ ସହ ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି ଓ ନିପୁଣ ଓଡିଶା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା | ଡ଼ଙ୍ଗାଏଜୁ ଆଶ୍ରମ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜମ୍ବେଶର କହଁର, ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ତଥା କଟିମାହା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମଧୁସୂଦନ ବେହେରା ଙ୍କ ସହ ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସକ୍ରିୟ ଯୋଗଦାନ ରେ ନିପୁଣ ଓଡିଶା କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ନିପୁଣ ଓଡିଶା ସଂଗୀତ ଗାନ ସହ ନିପୁଣ ଓଡିଶା ର ଶପଥ ପାଠ କରିଥିଲେ |

ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ l

 ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ 

SATYALIPI /TIKABALI

ଟିକାବାଲି,ତା:29/10 ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ସାହାଣୀ ଙ୍କ ଅଧ୍ୟକ୍ଷତା ରେ ଟିକାବାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହୋଇଅଛି ।  ଏହି କାର୍ଯ୍ୟକ୍ରମ ରେ କାର୍ଯ୍ୟାଳୟ ର ପ୍ରତ୍ୟେକ କର୍ମଚାରୀ ଉପସ୍ଥିତ ରହି ସାଧୁତା ର ଶପଥ ପାଠ କରିଥିଲେ ।  ଦୁର୍ନୀତିମୁକ୍ତ ପରିବେଶ ସୃଷ୍ଟି କରିବାପାଇଁ ସମସ୍ତେ ଏକ ସ୍ୱରରେ ଶପଥ ପାଠ କରିଥିଲେ ।  ଏହି କାର୍ଯ୍ୟକ୍ରମ ରେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ନାୟକ, ଶ୍ରୀଯୁକ୍ତ ଗଣେଶ୍ୱର କହଁର ଓ ଶ୍ରୀମତୀ ବିନୋଦିନୀ ସାମଲ, ବରିଷ୍ଠ କିରାଣି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମାଝୀ,କନିଷ୍ଠ କିରାଣୀ ସନ୍ତୋଷ ପ୍ରଧାନ,ହିସାବ ରକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ର ପଣ୍ଡା, ସୁଶାନ୍ତ ନାୟକ, ସୁବ୍ରତ ନାୟକ, ସୁନୀଲ ସାହୁ, ଶୁଭେନ୍ଦୁ ମହାପାତ୍ର, ନିଖିଳ ପାଣିଗ୍ରାହୀ ସହ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

ଟିକାବାଲି ବନାଞ୍ଚଳ ରେ ପରିତ୍ୟକ୍ତ କୂଅରୁ ଏକ ଜଙ୍ଗଲୀ କୁଟୁରା ଜୀବନ୍ତ ଉଦ୍ଧାର

 ଟିକାବାଲି ବନାଞ୍ଚଳ ରେ ପରିତ୍ୟକ୍ତ କୂଅରୁ ଏକ ଜଙ୍ଗଲୀ କୁଟୁରା ଜୀବନ୍ତ ଉଦ୍ଧାର 

ଟିକାବାଲି:ତା :29:ଟିକାବାଲି ବନାଞ୍ଚଳ ଅଧୀନ ବଡ଼ିମୁଣ୍ଡା ପଞ୍ଚାୟତ ର ବଡ଼ିମୁଣ୍ଡା ଗ୍ରାମରେ ଥିବା 

ଟିକାବାଲି ବନାଞ୍ଚଳ ରେ ପରିତ୍ୟକ୍ତ କୂଅରୁ ଏକ ଜଙ୍ଗଲୀ କୁଟୁରା ଜୀବନ୍ତ ଉଦ୍ଧାର  ------------------------ ଟିକାବାଲି:ତା :29:ଟିକାବାଲି ବନାଞ୍ଚଳ ଅଧୀନ ବଡ଼ିମୁଣ୍ଡା ପଞ୍ଚାୟତ ର ବଡ଼ିମୁଣ୍ଡା ଗ୍ରାମରେ ଥିବା   ଏକ ପରିତ୍ୟକ୍ତ କୂଅରୁ କୁଟୁରା ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ  ରାତିରେ ବଡ଼ିମୁଣ୍ଡା ବରସାହି ଗାଁ ରେ  ଏକ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ କୂଅରେ ଏକ କୁଟୁରା ନିକଟସ୍ଥ ଜଙ୍ଗଲରୁ ଆସି ପଡିଯାଇଥିଲା।କୌଣସି ସୂତ୍ର ରୁ ଖବର ପାଇ ଟିକାବାଲି ବନାଞ୍ଚଳ ଅଧିକାରିଣୀ ମାଣିକେଶ୍ବରୀ ପଟ୍ଟନାୟକ ସଦଳ ବଳେଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀର ମିଳିତ ସହଯୋଗ ରେ କୁତୁରା ଟିକୁ ଜୀବନ୍ତ ଉଦ୍ଧାର କରିଥିଲେ  । କୁଟୁରା ଟି କୂଅରେ ପଡ଼ି ଯାଇ ସାମାନ୍ୟ ଆଘାତ ହୋଇଥିବା ରୁ କୁଟୁରାଟିର ଟିକାବାଲି ପ୍ରାଣୀ ଚିକିତ୍ସକ ଶେଖ ଯବୀର ଅଲ୍ଲୀ ଙ୍କ ଦ୍ବାରା ପ୍ରାଥମିକ ଚିକିତ୍ସା ପରେ ବୃତଙ୍ଗ ଜଙ୍ଗଲ ଅଞ୍ଚଳ ରେ ଛାଡ଼ି ଦିଆଯାଇ ଥିବା ବନାଞ୍ଚଳ ଅଧିକାରିଣୀ ମାଣିକେଶ୍ବରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।


 ଏକ ପରିତ୍ୟକ୍ତ କୂଅରୁ କୁଟୁରା ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ  ରାତିରେ ବଡ଼ିମୁଣ୍ଡା ବରସାହି ଗାଁ ରେ  ଏକ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ କୂଅରେ ଏକ କୁଟୁରା ନିକଟସ୍ଥ ଜଙ୍ଗଲରୁ ଆସି ପଡିଯାଇଥିଲା।କୌଣସି ସୂତ୍ର ରୁ ଖବର ପାଇ ଟିକାବାଲି ବନାଞ୍ଚଳ ଅଧିକାରିଣୀ ମାଣିକେଶ୍ବରୀ ପଟ୍ଟନାୟକ ସଦଳ ବଳେଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀର ମିଳିତ ସହଯୋଗ ରେ କୁତୁରା ଟିକୁ ଜୀବନ୍ତ ଉଦ୍ଧାର କରିଥିଲେ  । କୁଟୁରା ଟି କୂଅରେ ପଡ଼ି ଯାଇ ସାମାନ୍ୟ ଆଘାତ ହୋଇଥିବା ରୁ କୁଟୁରାଟିର ଟିକାବାଲି ପ୍ରାଣୀ ଚିକିତ୍ସକ ଶେଖ ଯବୀର ଅଲ୍ଲୀ ଙ୍କ ଦ୍ବାରା ପ୍ରାଥମିକ ଚିକିତ୍ସା ପରେ ବୃତଙ୍ଗ ଜଙ୍ଗଲ ଅଞ୍ଚଳ ରେ ଛାଡ଼ି ଦିଆଯାଇ ଥିବା ବନାଞ୍ଚଳ ଅଧିକାରିଣୀ ମାଣିକେଶ୍ବରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଟିକାବାଲି ଠାରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ

 ଟିକାବାଲି ଠାରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ

ଟିକାବାଲି :ତା :29/10:ରାଜ୍ୟ ସରକାରଙ୍କ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ତଥା ‘ଓସେପା’ଙ୍କ ନିର୍ଦ୍ଦେଶ କ୍ରମେ ଟିକାବାଲି ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କୁ ନେଇ ଅନ୍ତର୍ଜାତୀୟ ବାଳିକା ଦିବସ  ପାଳିତ ହୋଇଯାଇଛି ।

ଟିକାବାଲି ଠାରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ /satyalipi


 ଏହି ଅବସରରେ ଟିକାବାଲି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ସାହାଣୀ ଙ୍କ ତତ୍ୱାବଧାନ ରେ ଓ ଟିକାବାଲି ଡି.ଆଇ.ଇ.ଟି ଅଧକ୍ଷ ଶ୍ରୀଯୁକ୍ତ ଶିବ ପ୍ରସାଦ ପଣ୍ଡା, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ନାୟକ, ଶ୍ରୀଯୁକ୍ତ ଗଣେଶ୍ୱର କହଁର, ଶ୍ରୀମତୀ ବିନୋଦିନୀ ସାମଲ ସହ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ବିଭିନ୍ନ ବିଦ୍ୟାଳୟ ରୁ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହଯୋଗ ରେ ଟିକାବାଲି ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ସଂଯୋଜକ ଙ୍କ କାର୍ଯ୍ୟାଳୟ ଠାରେ  ଅନ୍ତର୍ଜାତୀୟ ବାଳିକା ଦିବସ ପାଳନ କରାଯାଇଅଛି । 

 ଏହି କାର୍ଯ୍ୟକ୍ରମ ରେ ନିମନ୍ତ୍ରିତ ସମସ୍ତ ସମ୍ମାନିତ ଅତିଥି ମାନେ ଶିଶୁକନ୍ୟା ପ୍ରତି ହେଉଥିବା ହିଂସା, ଅବହେଳା, ବାଲ୍ୟବିବାହ ଓ ଭୃଣହତ୍ୟା ପ୍ରତି ସଚେତନତା ବ୍ୟକ୍ତ କରିବା ସହ କନ୍ୟାକୁ ରତ୍ନ ସହ ତୁଳନା କରିଥିଲେ ।  ଏହି ଅବସରରେ ବାଲ୍ୟ ବିବାହ ବନ୍ଦ ପାଇଁ ଉପସ୍ଥିତ ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦ୍ୱାରା ଶପଥ ପାଠ କରାଯାଇଥିଲା । ଟିକାବାଲି ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଶିକ୍ଷାର୍ଥୀ ମାନଙ୍କୁ ନେଇ ରଚନା, ବକୃତା, ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରଶ୍ନ ର ପ୍ରତିଯୋଗିତା କରାଯାଇଥିଲା ଓ ଏହା ସହ ଶିକ୍ଷାର୍ଥୀ ମାନେ ବାଳିକା ଶିକ୍ଷା ସଚେତନତା ପାଇଁ ବହୁତ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ ଯାହା ଉପସ୍ଥିତ ସମସ୍ତ ଅତିଥି ଙ୍କୁ ମନୋମୁଗ୍ଧ କରିପାରିଥିଲା ।  ପରିଶେଷରେ ବିଭିନ୍ନ ପ୍ରତିଯୋଗିତା ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଶିକ୍ଷାର୍ଥୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମ ସହ ନିପୁଣ ଓଡିଶା ମିଶନ 2024 ର ଶୁଭ ଉନ୍ମୋଚନ କରାଯାଇଥିଲା ।

ଟିକାବାଲି ରେ ବିଜେଡି ଜନ ସମ୍ପର୍କ ପଦଯାତ୍ରା

 ଟିକାବାଲି ରେ ବିଜେଡି ଜନ ସମ୍ପର୍କ ପଦଯାତ୍ରା 

ଟିକାବାଲି, ତା :29/10:ପ୍ରତ୍ୟକ ବର୍ଷ ଭଳି ଗତ ଅକ୍ଟବର 2 ଗାନ୍ଧୀ କୟନ୍ତୀ ଠାରୁ ଓଡିଶା ବ୍ୟାପି ବିଜୁ ଜନତା ଦଳ ର ଜନସମ୍ପର୍କ ପଦଯାତ୍ରା ହେଉଥିବା ବେଳେ ଆଜି ଟିକାବାଲି ବ୍ଲକ ତରଫରୁ ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଦିଲ୍ଲୀପ କହଁର ଓ ପୂର୍ବତନ ଘୁ ଉଦୟଗିରି

ଟିକାବାଲି ରେ ବିଜେଡି ଜନ ସମ୍ପର୍କ ପଦଯାତ୍ରା /satyalipi

 ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ଙ୍କ ନେତୃତ୍ୱ ରେ ଟିକାବାଲି ବଜାର ରେ ଟିକାବାଲି ର ମେଡିକାଲ ଛକ ଠାରୁ ହାଟପଦା ପର୍ଯ୍ୟନ୍ତ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି  ଅବସରରେ ଟିକାବାଲି ମେଡିକାଲ ଛକ ଠାରୁ ବିରାଟ ଜନ ସମ୍ପର୍କ ପଦଯାତ୍ରା ରେ ବାହାରି ବଜାର ପରିକ୍ରମା କରି ହାଟପଦା ପ୍ରାଙ୍ଗଣରେ ଏକ ସଭା ଆୟୋଜନ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡି ର ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା,ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲା ର ବରିଷ୍ଠ ବିଜେଡି ନେତା କମଳା କାନ୍ତ ପାଣ୍ଡେ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସାଧବେଣୀ ନାୟକ, ଜିଲ୍ଲା ବିଜେଡି ଯୁବ ସଭାପତି ବିଷ୍ଣୁ ଚରଣ ପ୍ରଧାନ, ଜିଲ୍ଲା ବିଜେଡି ଛାତ୍ର ସଭାପତି ଶ୍ରୀଯୁକ୍ତ ସୁନୀଲ ସେଠୀ,ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନଳିନୀ କହଁର, ଟିକାବାଲି ବ୍ଲକ ବିଜେଡିର ସମସ୍ତ କାର୍ଯ୍ୟକର୍ତା ଏବଂ ସମସ୍ତ   ଦଳୀୟ ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ରହିବା ସହିତ ଅଞ୍ଚଳରୁ ପ୍ରାୟ ପାଖାପାଖି ଏକ ହଜାର ରୁ ଅଧିକ ବିଜେଡି କାର୍ମି ଉପସ୍ଥିତ ଥିଲେ |

ଟିକାବାଲି ବ୍ଲକ ରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ସୁଣାଣି।

 ଟିକାବାଲି ବ୍ଲକ ରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ସୁଣାଣି।

ଟିକାବାଲି,ତା:28/10;ଆଜି ଟିକାବାଲି ବ୍ଲକରେ ଜିଲ୍ଲାପାଳ କନ୍ଧମାଳ ଅମ୍ରିତ ଋତୁରାଜ ଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ସୁଣାଣି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।

satyalipi/ ଟିକାବାଲି ବ୍ଲକ ରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ସୁଣାଣି।

ଜିଲ୍ଲାପାଳଙ୍କ ସହ ଉପଜିଲାପାଳ ବାଲିଗୁଡା ରୀନା ପ୍ରଧାନ ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କନ୍ଧମାଳ ପ୍ରକଳ୍ପ ନିର୍ଦେଶକ ଶମ୍ଭୁନାଥ ନନ୍ଦୀ ,ପି ଏ ଆଇ ଟି ଡି ଏ ବାଲିଗୁଡା କୃପାଶିନ୍ଧୁ ବେହେରା, ଏସ ଡ଼ି ପି ଓ ଘୁ ଉଦୟଗିରି ବିଜୟ କୁମାର ବିଶି ଙ୍କ ସମେତ ଅନ୍ୟ ଜିଲ୍ଲା ପଦାଧିକାରୀ ଉପସ୍ଥିତ ରହିବା ସହ,ସ୍ଥାନୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲିପ କହଁର, ଗୋଷ୍ଠି ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ ,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ,ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣି, ଓ ଟିକାବାଲି ବ୍ଲକରେ ଥିବା ପ୍ରତ୍ୟେକ ବିଭାଗିୟ ଅଧିକାରୀ ଓ ପ୍ରତ୍ୟକ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ଥାଇ ଏହି ବ୍ଲକ ସ୍ତରୀୟ ଯୁଗ୍ମ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।

ଏହି ଯୁଗ୍ମ ଅଭିଯୋଗ ସୁଣାଣି କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ମହିଳା ଉପସ୍ଥିତ ରହି ନିଜ ନିଜର ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କ ନିକଟରେ ପ୍ରଦାନ କରିଥିଲେ। ବିଭିନ୍ନ ସମସ୍ୟା ନେଇ ବ୍ୟକ୍ତିଗତ ଓ ସମ୍ମୁହିକ ସମ୍ମୁଦାୟ 104ଟି ଅଭିଯୋଗ ଶୁଣାଣି ହୋଇଥିଲା ସେଥିମଧ୍ୟରୁସମ୍ମୁହିକ ଭାବରେ 16 ଟି ଅଭିଯୋଗ କରିଥିବା ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ ସୂଚନା ଦେଇଛନ୍ତି । ଟିକାବାଲି ପୋଲିସ ପକ୍ଷରୁ ଥାନା ଅଧିକାରୀଣି କଲ୍ୟାଣୀମୟୀ ଷାଣ୍ଢ  ଙ୍କ ନେତୃତ୍ବରେ ସଦଳବଳେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା |